ଇତିହାସ ରଚିଲେ ଲିଓନେଲ୍ ମେସି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 2, 2019

ଇତିହାସ ରଚିଲେ ଲିଓନେଲ୍ ମେସି

ନୂଆଦିଲ୍ଲୀ: ଫୁଟବଲ ଯାଦୁଗର ନାମରେ ପରିଚିତ ଲିଓନେଲ ମେସି ଚଳିତ ଚାମ୍ପିଅନ୍ସ ଲିଗ୍ ସେମିଫାଇନାଲର ପ୍ରଥମ ପର୍ଯ୍ୟାୟରେ ଲିଭରପୁଲ୍ ବିପକ୍ଷରେ ବାର୍ସିଲୋନା ପକ୍ଷରୁ ନିଜର ୬୦୦ ଗୋଲ୍ ଦେଇଛନ୍ତି। ଏଥିସହ ବାର୍ସିଲୋନ ୩-୦ ଗୋଲରେ ଲିଭରପୁଲକୁ ପରାସ୍ତ କରିଛି। ମେସି ଫ୍ରି-କିକ୍ ଦ୍ୱାରା ଗୋଲ୍ ଦେଇଥିଲେ। ବାର୍ସିଲୋନା ପକ୍ଷରୁ ପ୍ରଥମ ଗୋଲ୍ ପୂର୍ବତନ ଲିଭରପୁଲର ଫରୱାର୍ଡ ଲୁଇସ ସୁଆରେଜ୍ କରିଥିଲେ।

ଏହା ପରେ ମେସି ପୂରା ମ୍ୟାଚରେ ନିଜ ଯାଦୁ ଦେଖାଇଥିଲେ। ଆର୍ଜେଣ୍ଟିନା ଷ୍ଟ୍ରାଇକର୍ ନିଜର ଫ୍ୟାନଙ୍କୁ ନିରାଶ କରିନଥିଲେ ଏବଂ ମ୍ୟାଚରେ ମୋଟ ଦୁଇଟି ଗୋଲ୍ ଦେଇଥିଲେ। ମେସି ୭୫ତମ ମିନିଟରେ ନିଜର ପ୍ରଥମ ଗୋଲ୍ ଦେଇ ବାର୍ସିଲୋନାକୁ ୨-୦ରେ ଆଗୁଆ କରାଇଥିଲେ। ସାତ ମିନିଟ୍ ପରେ ସେ ଫ୍ରି-କିକ୍ ଦ୍ୱାରା ଐତିହାସିକ ୬୦୦ତମ ଗୋଲ୍ ସ୍କୋର କରିଥିଲେ।

ମ୍ୟାଚ୍ ପରେ ମେସି କହିଥିଲେ, ୬୦୦ ଗୋଲ୍ କରିଥିବାରୁ ମୁଁ ବହୁତ ଖୁସି। କିନ୍ତୁ ମୋ ପାଇଁ ଟିମ୍ ବିଜୟ ବଡ଼ କଥା। ଆମେ ତିନି ବଦଳରେ ୪ ଗୋଲ୍ କରିଥିଲେ, ଅଧିକ ଖୁସି ହୋଇଥାନ୍ତୁ ବୋଲି ମେସି କହିଛନ୍ତି। ବାର୍ସିଲୋନା ଓ ଲିଭରପୁଲ୍ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚ୍ ମେ’ ୮ ତାରିଖରେ ଏନଫିଲ୍ଡରେ ଖେଳାଯିବ।



from Odisha Reporter http://bit.ly/2Ja6TNx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages