
ଚେନ୍ନାଇ: ଆଇପିଏଲ୍ ପ୍ଲେ-ଅଫ୍ ୧ରେ ଚେନ୍ନାଇ ସୁପରକିଙ୍ଗସ୍ ଓ ମୁମ୍ବାଇ ଇଣ୍ଡିଆନ୍ସ ମୁହାଁମୁହିଁ ହୋଇଛନ୍ତି। ଏହି ମ୍ୟାଚ୍ରେ ଟସ୍ ଜିତି ଚେନ୍ନାଇ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ଆଜିର ମ୍ୟାଚ୍ରେ ଚେନ୍ନାଇ ପକ୍ଷରୁ କେଦାର ଯାଦବ ଖେଳୁନାହାନ୍ତି। ତାଙ୍କ ବଦଳରେ ମୁରଲୀ ବିଜୟଙ୍କୁ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ମିଳିଛି।
ଅନ୍ୟପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ ୩ ଜଣ ବିଦେଶୀ ଖେଳାଳିଙ୍କୁ ସ୍ଥାନ ଦେଇଛି। ସେମାନେ ହେଲେ କାଏରନ୍ ପୋଲାର୍ଡ, ଲସିଥ ମାଲିଙ୍ଗା ଓ କ୍ୱିଣ୍ଟନ୍ ଡି’କକ୍। ଆଜି ମୁମ୍ବାଇ ଜୟନ୍ତ ଯାଦବଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ଦେଇଛି।
ଶେଷ ଖବର ସୁଦ୍ଧା ଚେନ୍ନାଇ ୩ ଓଭର୍ରେ ଗୋଟିଏ ୱିକେଟ୍ ହରାଇ ୮ ରନ୍ କରିଛି। ଚେନ୍ନାଇ ଓପନର ଫାଫ୍ ଡୁପ୍ଲେସିସ୍ ୬ ରନ୍ କରି ପ୍ୟାଭିଲିୟନ ଫେରିଛନ୍ତି। ତାଙ୍କୁ ରାହୁଲ ଚହର ଆଉଟ୍ କରିଛନ୍ତି।
from Odisha Reporter http://bit.ly/2LHvg8j
No comments:
Post a Comment