‘ଫୋନି’ ପରେ ଗାଁକୁ ଫେରୁଛି ସହର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 7, 2019

‘ଫୋନି’ ପରେ ଗାଁକୁ ଫେରୁଛି ସହର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସତେ ଯେମିତି ଯନ୍ତ୍ରଣା ନଗରୀ ପାଲଟିଛି ରାଜଧାନୀ ଭୁବନେଶ୍ୱର ସିଟି। ବାତ୍ୟା ‘ଫୋନି’ରେ ରାଜଧାନୀକୁ ଛାରଖାର୍ କରିବା ପରେ ଏଠି ବଞ୍ଚି ରହିବା ଏକପ୍ରକାର କଷ୍ଟସାଧ୍ୟ ହୋଇପଡ଼ିଛି। ଖରା ଓ ଗୁଳୁଗୁଳି ବଢ଼ୁଥିବାରୁ ବିନା ପାଣି ବିଜୁଳିରେ ଗୋଟିଏ ଦିନ ଗୋଟିଏ ଯୁଗ ଭଳି ଲାଗୁଛି।
ବାତ୍ୟା ଯୋଗୁ ପନିପରିବା ଚାଷ୍ଟ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ତେଣୁ ରାଜଧାନୀରେ ପରିବା ଦର ଉପରେ ଆକାଶ ଛୁଆଁ ରହିଛି। ହାତ ମାରି ହେଉନି। ସ୍ଥିତି କେବେ ସୁଧୁରିବ କାହାକୁ ଜଣାନାହିଁ। ତେଣୁ ଭୁବନେଶ୍ୱରରେ ରହୁଥିବା କର୍ମଜୀବୀ ଓ ଛାତ୍ରଛାତ୍ରୀମାନେ ଏବେ ଗାଁକୁ ଫେରୁଛନ୍ତି। କାରଣ ବର୍ତ୍ତମାନ ସ୍ଥିତିରେ ପ୍ରାଣ ବଞ୍ଚାଇବାକୁ ସହଜରେ ପାଣି ମୁନ୍ଦେ ମିଳିଯିବ ଗାଁରେ। ତେଣୁ କିଏ ଛୁଟି ନେଇ ସପରିବାର ଗାଁକୁ ଧାଇଁଛନ୍ତି, ତ ଆଉ କିଏ ସ୍ତ୍ରୀ ପିଲାଛୁଆଙ୍କୁ ଗାଁରେ ଛାଡ଼ି ନିଜେ ଏକୁଟିଆ କଷ୍ଟେମଷ୍ଟେ ଚଳିଯିବାକୁ ସାହସ ଜୁଟାଇଛନ୍ତି।

ଘରକୁ ଫେରିବା ପାଇଁ ବରମୁଣ୍ଡା ବସ୍‌ଷ୍ଟାଣ୍ଡ ଓ ଭୁବନେଶ୍ୱର ରେଳଷ୍ଟେସନରେ ଯାତ୍ରୀଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି। ଅସମ୍ଭାଳ ଭିଡ଼ ଭିତରେ ଲୋକେ ଟିକେଟ୍ କାଟୁଛନ୍ତି। ପ୍ଲାଟ୍‌ଫର୍ମରେ ପାଦ ରଖିବାକୁ ଜାଗାନାହିଁ। କାହା କାଖରେ କଅଁଳ ଛୁଆ, ତ ଆଉ କାହା ସହ ବୟସ୍କ ବାପା ମାଆ ଅଛନ୍ତି। ‘ଫୋନି’ ଯିବାର ୪ ଦିନ ପରେ ମଧ୍ୟ ବସ୍ ଓ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହୋଇନଥିବାରୁ ବହୁ ଯାତ୍ରୀଙ୍କୁ ସକାଳୁ ସାନ୍ଧ୍ୟା ଯାଏଁ ବସ୍‌ଷ୍ଟାଣ୍ଡ ଓ ପ୍ଲାଟଫର୍ମରେ ନୟାନ୍ତ ହେବାକୁ ପଡ଼ୁଛି।
ତେବେ ରାଜ୍ୟ ବସ୍ ମାଲିକ ସଂଘ କହିଛି ଆଜିଠୁ ସମସ୍ତ ବସ୍ ସ୍ୱାଭାବିକ ଭାବେ ଚଳାଚଳ ଆରମ୍ଭ କରିଛି ଓ ସ୍ଥିତି ନିୟନ୍ତ୍ରଣରେ ଅଛି।



from Odisha Reporter http://bit.ly/2JoqMAD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages