ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ ଅର୍ଥ ଦାନ ପାଇଁ ଆହ୍ୱାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 6, 2019

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ ଅର୍ଥ ଦାନ ପାଇଁ ଆହ୍ୱାନ

tree4

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ଫୋନି’ ଯୋଗୁ ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ସାମାନ୍ୟ କ୍ଷତି ହୋଇଛି। ଏବେ ରାଜ୍ୟ ସରକାର ରିଲିଫ୍ ଓ ଥଇଥାନ ଉପରେ ଗୁରୁତ୍ୱ ଦେଉଛନ୍ତି। ତା’ସହିତ ଉପୁଡ଼ି ପଡ଼ିଥିବା ଓ ଭାଙ୍ଗି ଯାଇଥିବା ଗଛଗୁଡ଼ିକୁ କାଟି ରାସ୍ତା ସଫା କରାଯାଉଛି। ସେହିଭଳି ଠପ୍ ହୋଇଯାଇଥିବା ବିଦ୍ୟୁତ୍ ସେବାକୁ ପୁଣି ଠିକ୍ କରିବା ପାଇଁ ବ୍ୟବସ୍ଥା କରାଯାଉଛି।

ଏଭଳି ସ୍ଥିତିରେ ରାଜ୍ୟ ସରକାର ଜନସାଧାରଣଙ୍କ ସହାୟତା ଲୋଡ଼ିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ ଅର୍ଥ ଦାନ କରିବାକୁ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଛି। ଏଥିପାଇଁ ଦୁଇଟି ଆକାଉଣ୍ଟ ନମ୍ବର ବି ଜାରି କରାଯାଇଛି। ସେଗୁଡ଼ିକ ହେଉଛି- 11109339165 (IFSC- SBIN 0010236) ଓ 10566116417 (IFSC- SBIN0006606)। ଏହା ସହିତ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ)ର ଅଫିସିଆଲ୍‌ ୱେବସାଇଟ୍‌ onlinesbi.comକୁ ଯାଇ ଲୋକମାନେ ସହାୟତା ପ୍ରଦାନ କରିପାରିବେ।

ସୂଚନାଯୋଗ୍ୟ, ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସି ‘ଫୋନି’ ପ୍ରଭାବିତ ଅଞ୍ଚଳଗୁଡ଼ିକୁ ଆକାଶମାର୍ଗରୁ ଅନୁଧ୍ୟାନ କରିଥିଲେ ଏବଂ ଏନେଇ ସମୀକ୍ଷା ବୈଠକ ମଧ୍ୟ କରିଥିଲେ। ସମୀକ୍ଷା ବୈଠକ ପରେ ସେ ରାଜ୍ୟକୁ ଆଉ ୧୦୦୦ କୋଟି ଟଙ୍କା ଦିଆଯିବ ବୋଲି ଘୋଷଣା କରିଥିଲେ। ଏହା ପୂର୍ବରୁ କେନ୍ଦ୍ର ସରକାର ଓଡ଼ିଶାକୁ ୩୪୦ କୋଟି ଟଙ୍କା ପ୍ରଦାନ କରିଥିଲେ। ‘ଫୋନି’ ଆସିବା ପୂର୍ବରୁ ଏହି ଟଙ୍କା ଦିଆଯାଇଥିଲା।



from Odisha Reporter http://bit.ly/2VjbpjO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages