ବର୍ଷା ପାଇଁ ପୂଜାର୍ଚ୍ଚନା କରିବାକୁ ସରକାରଙ୍କ ନିର୍ଦ୍ଦେଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 1, 2019

ବର୍ଷା ପାଇଁ ପୂଜାର୍ଚ୍ଚନା କରିବାକୁ ସରକାରଙ୍କ ନିର୍ଦ୍ଦେଶ

ଚେନ୍ନାଇ: ବର୍ଷା ପାଇଁ ଇନ୍ଦ୍ର ଦେବତାଙ୍କ ପୂଜାର୍ଚ୍ଚନା କଥା ଆପଣ ସିନେମାରେ ଦେଖିଥିବେ କିମ୍ବା ଶୁଣିଥିବେ। ହେଲେ ଏବେ ତାମିଲନାଡୁ ସରକାର ଜଳ ସଙ୍କଟ ଦେଇ ଗତି କରୁଥିବାରୁ ବର୍ଷା ପାଇଁ ମନ୍ଦିରଗୁଡ଼ିକରେ ସ୍ୱତନ୍ତ୍ର ପୂଜା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ବାତ୍ୟା ଫୋନି ପ୍ରଥମେ ତାମିଲନାଡୁରେ ପ୍ରବେଶ କରିବାର ଥିଲା। ଏହାଦ୍ୱାରା ପ୍ରବଳ ବର୍ଷା ହୋଇଥାଆନ୍ତି। ହେଲେ ଫୋନି ଏବେ ଓଡ଼ିଶା ମୁହାଁ ହୋଇଛି। ସେହିପରି ତାମିଲନାଡୁରେ ପ୍ରାକ୍‌ ମୌସୁମୀ ବର୍ଷା ମଧ୍ୟ ଭଲ ବର୍ଷି ନାହିଁ। ତେଣୁ ରାଜ୍ୟରେ ଉତ୍କଟ ଜଳ ସମସ୍ୟା ଦେଖାଯାଇଛି।

ଏହି ଜଳ ସଙ୍କଟକୁ ଦୂର କରିବାକୁ ସରକାର ଏବେ ଭଗବାନଙ୍କ ଉପରେ ଭରସା କରିଛନ୍ତି। ହିନ୍ଦୁ ରିଲିଜିଅସ୍‌ ଓ ଚ୍ୟାରିଟେବୁଲ ଇଣ୍ଡୋମେଣ୍ଟସ୍‌ ବିଭାଗର କମିଶନର ପହିନ୍ଦ୍ର ରେଡ୍ଡୀ ଏକ ସର୍କୁଲା ଜାରି କରିଛନ୍ତି। ଏହି ସର୍କୁଲାଟି ରାଜ୍ୟରେ ଥିବା ସମସ୍ତ ବଡ଼ ବଡ଼ ମନ୍ଦିରକୁ ପଠାଯାଇଛି। ଏଥିରେ ଭଗବାନଙ୍କୁ ମନାଇ ଭଲ ବର୍ଷା କେମିତି ହେବ, ସେନେଇ ସ୍ୱତନ୍ତ୍ର ଯଜ୍ଞ ଓ ପୂଜାର୍ଚ୍ଚନା କରିବାକୁ କହିଛନ୍ତି।

ସେହିପରି ପୂଜା ବେଳେ ସ୍ୱତନ୍ତ୍ର ବାଦ୍ୟଯନ୍ତ୍ରର ବ୍ୟବହାର କରିବାକୁ ମଧ୍ୟ କୁହାଯାଇଛି। ପୁରାଣ ଶାସ୍ତ୍ର ଅନୁସାରେ ଏହି ବାଦ୍ୟଯନ୍ତ୍ର ଦ୍ୱାରା ଭଗବାନ ପ୍ରସନ୍ନ ହେବା ସହ ବର୍ଷା କରାଇଥାଆନ୍ତି। ମନ୍ଦିରଗୁଡ଼ିକ ଯେମିତି ହେଲେ ବରୁଣ ପୂଜାର ଆୟୋଜନ କରିବେ। ସେମାନେ ଭଗବାନ ଶିବ ମନ୍ଦିର ନିକଟରେ ଥିବା ନନ୍ଦୀ ପ୍ରତିମୂର୍ତ୍ତି ନିକଟରେ ଏକ ଛୋଟ ଟ୍ୟାଙ୍କ ନିର୍ମାଣ କରିବେ। ପୂଜା ବେଳେ ନନ୍ଦୀଙ୍କ ଜଳାଭିଷେକ କରିବେ ଏବଂ ଏହାପରେ ଟ୍ୟାଙ୍କରେ ସଂଗୃହୀତ ପାଣିକୁ ସଂରକ୍ଷଣ କରିବେ। ଏଥିସହ ମନ୍ଦିରଗୁଡ଼ିକ ବର୍ଷା ପାଇଁ କେମିତି ପୂଜା ହେବ, ତା’ର ବିସ୍ତୃତ ରିପୋର୍ଟ ସରକାରଙ୍କୁ ଦେବେ ବୋଲି ଏଥିରେ କୁହାଯାଇଛି।



from Odisha Reporter http://bit.ly/2DI1GZJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages