ଦୁଆର ମୁହଁରେ ‘ମୋ ସାଇକେଲ’ ପହଞ୍ଚିଲା, ଗଳିରେ ନଳକୂଅଟିଏ ବସାଇବାକୁ ଭୁଲିଗଲେ ସରକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 7, 2019

ଦୁଆର ମୁହଁରେ ‘ମୋ ସାଇକେଲ’ ପହଞ୍ଚିଲା, ଗଳିରେ ନଳକୂଅଟିଏ ବସାଇବାକୁ ଭୁଲିଗଲେ ସରକାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ଫୋନି’ ସବୁ ଉଜାଡ଼ି ଦେଲା। ଗାଁଠୁ ସହର ସବୁଆଡ଼େ କେବଳ ବିଧ୍ୱସ୍ତ ଚେହେରା। ସବୁଜିମାକୁ ହରାଇ ରାଜଧାନୀ ଦିଶୁଛି ଶ୍ରୀହୀନ। ଦୁର୍ଦ୍ଦଶା ଭିତରେ ଆହୁରି ବେଶି କରୁଣ ଲାଗୁଛି ପାଣି-ବିଜୁଳି ପାଇଁ ହାହାକାର। ଖାଇବା, ରହିବା କଥା ଛାଡ଼, ସବୁଆଡ଼େ ଗୋଟିଏ ପ୍ରଶ୍ନ ପାଣି ମିଳିବ କେଉଁଠି ? ଲାଇନ୍ ଆସିବ କେବେ ?

୪ ଦିନ ହେଲା ଚାଲିଗଲାଣି ‘ଫୋନି’। ଏବେ ଖାଲି ଟାଇଁ ଟାଇଁ ଖରା । ଗରମ ବି ସେମିତି। ତା ସାଙ୍ଗକୁ କରେଣ୍ଟ ନାହିଁ କି ପାଣି ନାହିଁ। ରାସ୍ତାକୁ ବାହାରିଲେ ଉଜୁଡା ସହରର ବିବର୍ଣ୍ଣ ଦୃଶ୍ୟ ଦେଖିବାକୁ ମିଳୁଛି। ଏତେ ଗଛ ରାସ୍ତା ସାରା ପଡ଼ିଛି ଯେ, ତାକୁ ସଜାଡି ବିଦ୍ୟୁତ୍‌ ସଂଯୋଗ ଦେବା ଏତେ ଶୀଘ୍ର ସମ୍ଭବ ନୁହେଁ। ଦୋକାନବଜାର ବି ସ୍ୱାଭାବିକ ଭାବେ ଖୋଲିନି। ପରିବା ଦର ଯାହା କିଣିବାକୁ ବାଧୁଛି। ପେଟ୍ରୋଲ ପାଇଁ ଲମ୍ବା ଧାଡ଼ି। ଅଟୋ ବାଲା ୧୦ ଟଙ୍କା ଜାଗାରେ ମାଗୁଛନ୍ତି ୧୫ ଟଙ୍କା। କାରଣ ପଚାରିଲେ କହୁଛନ୍ତି ‘ ଆଜ୍ଞା, ବ୍ଲାକ୍‌ରେ ପେଟ୍ରୋଲ କିଣୁଛୁ!’ ତେବେ ସବୁଠୁ ବେଶି କଷ୍ଟ ଦେଉଛି ପାଣି। କେଉଁଠି ପାଣି ପାଇଁ ଲମ୍ବା ଲାଇନ ତ କେଉଁଠି ହାତିହାତି ହେଉଥିବା ଦୃଶ୍ୟ ବି ଦେଖିବାକୁ ମିଳୁଛି।

ବସ୍ତି ଅଞ୍ଚଳରେ ରହୁଥିବା ଲୋକେ ଖୋଜି ବୁଲୁଛନ୍ତି କେଉଁଠି କୂଅ କି ଟ୍ୟୁବୱେଲ୍‌ଟିଏ ଅଛି। ଗରା, ହଣ୍ଡା, ଡେକ୍‌ଚି ଧରି ପହଞ୍ଚି ଯାଉଛନ୍ତି। ହେଲେ ପିଓର ଭୁବନେଶ୍ୱରିଆ ଯିବେ କୁଆଡେ ? ପାଖରେ ଯଦି ନଳକୂଅଟେ ଅଛି ତେବେ ହାତରେ ପ୍ଲାଷ୍ଟିକ୍ ବାଲ୍‌ଟିଟିଏ ଝୁଲାଇ କଳମୂଳକୁ ଯାଉଛନ୍ତି। ୨/୪ ବାଲ୍‌ଟି ଯାହା ପାଉଛନ୍ତି ସେତିକିରେ ସନ୍ତୁଷ୍ଟ ରହିବାକୁ ବାଧ୍ୟ। ଯଦି ଦୂରରେ ନଳକୂଅ, ତେବେ ସ୍କୁଟିରେ ବାଲ୍‌ଟିଏ କିମ୍ବା ଜାର୍‌ଟିଏ ଧରି ଧାଡିରେ ଠିଆ ହୋଇ ପାଣି ଆଣୁଛନ୍ତି। ସେ ପୁଣି ଘରକୁ ଆସିଲା ବେଳକୁ ଅଧା । ଟାଙ୍କିଏ ପାଣିରେ ଗାଡ଼ି ଧୋଉଥିବା ରାଜଧାନୀବାସୀଙ୍କର ଏବେ ମାପଚୁପରେ ଚାଲିଛି ରୋଷେଇ, ଗାଧୁଆ ଏପରିକି ପିଇବା ବି । ସଫାସଫି କଥା ଛାଡ…

ସ୍ମାର୍ଟ ସିଟିରେ ସବୁ ସୁବିଧା ମିଳୁଛି। ବଡବଡ ମଲ୍‌, ମାର୍କେଟ, ଗାଡି ମଟର, ସ୍କୁଲ-କଲେଜ…ସବୁ ସୁବିଧା ଏଠି ମିଳୁଛି। ଭୁବନେଶ୍ୱରିଆକୁ ଆହୁରି ସ୍ମାର୍ଟ କରିବାକୁ ଯାଇ ସରକାର ସହରକୁ ୱାଇଫାଇ କରିଦେଲେ। ୨୪ ଘଣ୍ଟିଆ ଇଣ୍ଟରନେଟ ସେବା, ଘର ପାଖରେ ମୋ ବସ୍‌, ଦୁଆର ମୁହଁରେ ମୋ ସାଇକେଲ…ସବୁ ମିଳିଲା। ହେଲେ ସରକାର ଭାବି ପାରିଲେନି ଗଳିରେ ଅନ୍ତତଃ ଗୋଟିଏ ନଳକୂପଟିଏ ବସାଇ ଦେବା ! ଠାଏ ଠାଏ କେଉଁଠି ପୋଖରୀଟିଏ ଖୋଳାଇ ଦେବା ! ସେତକ ହୋଇଥିଲେ ‘ଫୋନି’ ପରି ଆପତକାଳୀନ ସ୍ଥିତିରେ ଭୁବନେଶ୍ୱରିଆଙ୍କ କଷ୍ଟ କିଛି ମାତ୍ରାରେ ତ ଲାଘବ ହୋଇ ପାରିଥାନ୍ତା !



from Odisha Reporter http://bit.ly/2VP4A9l

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages