
ନୂଆଦିଲ୍ଲୀ: ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ଆଜି ବିହାର କୋର୍ଟରେ ଆତ୍ମସମର୍ପଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ। ଏଥିସହ ଜାମିନ ପାଇଁ ଆବେଦନ କରିଛନ୍ତି। ବିହାର ବେଗୁସରାଇ ଲୋକସଭା ଆସନର ବିଜେପି ପ୍ରାର୍ଥୀ ଅଟନ୍ତି ଗିରିରାଜ ସିଂହ।
ଏପ୍ରିଲ ୨୪ରେ ବିଜେପି ସଭାପତି ଅମିତ ଶାହଙ୍କ ଉପସ୍ଥିତିରେ ମୁସଲିମ ସମ୍ପ୍ରଦାୟକୁ ନେଇ ବିବାଦିତ ମନ୍ତବ୍ୟ ଦେଇଥିଲେ।
ଏହାପରେ ନିର୍ବାଚନ ଅଧିକାରୀ ଗିରିରାଜ ସିଂହଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। ହେଲେ ଏହାର ଉତ୍ତର ରଖିନଥିଲେ ଗିରିରାଜ ସିଂହ । ପରେ ଏପ୍ରିଲ ୨୫ ତାରିଖରେ ଜିଲ୍ଲା ନିର୍ବାଚନ ଅଧିକାରୀ ତାଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ଏପ୍ରିଲ ୨୯ ତାରିଖରେ ବେଗୁସରାଇ ଲୋକସଭା ଆସନ ପାଇଁ ମତଦାନ ଶେଷ ହୋଇଛି।
from Odisha Reporter http://bit.ly/2Lt07W1
No comments:
Post a Comment