‘ଫୋନି’ ପ୍ରଭାବିତ ଉଦ୍ୟୋଗୀଙ୍କୁ ଋଣ ଦେବ ଏସ୍‌ବିଆଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 16, 2019

‘ଫୋନି’ ପ୍ରଭାବିତ ଉଦ୍ୟୋଗୀଙ୍କୁ ଋଣ ଦେବ ଏସ୍‌ବିଆଇ

sbi

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ଫୋନି’ ପ୍ରଭାବିତ ଉଦ୍ୟୋଗୀ ମାନଙ୍କୁ ମୁଦ୍ରା ଓ ବିଭିନ୍ନ ଯୋଜନାରେ ଖୁବ୍‌ଶୀଘ୍ର ଋଣ ମିଳିବ ବୋଲି ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍ ଇଣ୍ଡିଆ (ଏସ୍‌ବିଆଇ) ପକ୍ଷରୁ ଘୋଷଣା କରାଯାଇଛି।

ଏସ୍‌ବିଆଇ ଡିଜିଏମ୍ ସତ୍ୟନାରାୟଣ ପାଣିଗ୍ରାହୀ କହିଛନ୍ତି, ଋଣ ପାଇଁ ଆମ ପାଖରେ ୬୦୦ ଆବେଦନ ପଡ଼ି ରହିଥିଲା। ସେଗୁଡ଼ିକୁ ୭ ଦିନ ମଧ୍ୟରେ ଲୋନ୍ ଦେବା ପାଇଁ ନିଷ୍ପତ୍ତି ନେଇଛୁ। ସେହିପରି ନୂଆ ଋଣ ପାଇଁ ଆବେଦନ କରୁଥିବା ଉଦ୍ୟୋଗୀମାନଙ୍କୁ ମଧ୍ୟ ଅତିଶୀଘ୍ର ଋଣ ଯୋଗାଇ ଦିଆଯିବ। ଗତକାଲି ୨୫ଜଣ ଉଦ୍ୟୋଗୀଙ୍କୁ ଏସବିଆଇ ମୁଖ୍ୟ ଶାଖାରେ ଋଣ ପ୍ରଦାନ କରାଯାଇଛି।

ସେ ଆହୁରି କହିଛନ୍ତି,“ନ୍ୟାସନାଲ୍ ଅର୍ବାନ୍ ଲାଇଭ୍‌ଲିହୁଡ୍ ମିଶନ୍, ମୁଦ୍ରା ଲୋନ୍, ପ୍ରାଇମିନିଷ୍ଟର ଏମ୍ପ୍ଲଇମେଣ୍ଟ ଗ୍ୟାରେଣ୍ଟି ପୋଗ୍ରାମ୍, ପ୍ରାଇମ୍‌ ମିନିଷ୍ଟରସ୍‌ ଏମ୍ପ୍ଲଇମେଣ୍ଟ ଜେନେରେସନ୍ ପ୍ରୋଗ୍ରାମ୍ (ପିଏମ୍ଇଜିପି) ମାଧ୍ୟମରେ ଯେଉଁ ସବୁ ଲୋନ୍ ଦରଖାସ୍ତ ଆମ ପାଖରେ ଅଛି, ସେଗୁଡ଼ିକୁ ଶୀଘ୍ର ତ୍ୱରାନ୍ୱିତ କରୁଛୁ। ଏସ୍ବିଆଇ ଜେନେରାଲ୍‌ ଇନ୍‌ସ୍ୟୁରାନ୍ସ ମାଧ୍ୟମରେ ବୀମା ଭୁକ୍ତ ହୋଇଥିବା ବହୁ ୟୁନିଟ୍ ମଧ୍ୟ ଫୋନି ମାଡ଼ରେ କ୍ଷତିଗ୍ରସ୍ତ ହୋଇଛି। ସେଗୁଡ଼ିକର ମରାମତି ଲାଗି ମଧ୍ୟ ଆର୍ଥିକ ସହାୟତା ଯୋଗାଇ ଦିଆଯିବ।”



from Odisha Reporter http://bit.ly/2VJZ3le

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages