ବିଗ୍‌ବସ୍‌ରେ ଏଣ୍ଟ୍ରି କରିବାକୁ ଚାହୁଁଛନ୍ତି ଏହି ସୁନ୍ଦରୀ ପୋଲିଂ ଅଫିସର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 16, 2019

ବିଗ୍‌ବସ୍‌ରେ ଏଣ୍ଟ୍ରି କରିବାକୁ ଚାହୁଁଛନ୍ତି ଏହି ସୁନ୍ଦରୀ ପୋଲିଂ ଅଫିସର

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଅବସରରେ ଏହି ମହିଳାଙ୍କ ଫଟୋ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବାର ଆପଣ ଜାଣିଥିବେ। ରାତାରାତି ଏହି ପୋଲିଂ ଅଫିସର୍‌ଙ୍କ ଫଟୋ ଭାଇରାଲ୍‌ ହେବା ସହ ସବୁଆଡ଼େ ଏହି ମହିଳାଙ୍କ ଚର୍ଚ୍ଚା ହେବାକୁ ଲାଗିଲା। ଏହି ମହିଳା ଜଣଙ୍କ ନାମ ହେଉଛି ରିନା ଦ୍ୱିବେଦୀ।

ସୋଶାଲ୍‌ ମିଡିଆରେ ସେଲିବ୍ରିଟି ପାଲଟିଥିବା ଏହି ହଳଦୀଆ ଶାଢ଼ି ପିନ୍ଧା ମହିଳା ଜଣଙ୍କ ତାଙ୍କ ଜୀବନରେ ଏକ ନୂଆ ଫର୍ଦ ଯୋଡ଼ିବାକୁ ଆଶା ରଖିଛନ୍ତି। ନିକଟରେ ସେ କହିଛନ୍ତି ଯେ, ଯଦି ତାଙ୍କୁ ଆମନ୍ତ୍ରଣ ମିଳେ ତ ସେ ରିଆଲିଟି ଶୋ’ ବିଗ୍‌ବସ୍‌ର ଆଗାମୀ ସିଜିନ୍‌ରେ ଭାଗ ନେବାକୁ ପସନ୍ଦ କରିବେ।

ସେ କହିଛନ୍ତି ଯେ, ‘ମୋ ପରିବାର ସବୁବେଳେ ମୋ ସହ ଛିଡ଼ା ହୋଇଛି। ମୋତେ ମିଳିଥିବା ପରିଚୟରୁ ମଧ୍ୟ ସେମାନେ ବହୁତ ଖୁସି ଅଛନ୍ତି। ଯଦି ମୋତେ ସୁଯୋଗ ମିଳେ ତ ‘ବିଗ୍‌ବସ୍‌ରେ ଭାଗ ନେବା ମୋ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ହେବ’।

ଏଠାରେ ଆପଣଙ୍କୁ କହି ରଖିବାକୁ ଚାହଁଛୁ ଯେ, ରିନାଙ୍କର ଏହି ଫଟୋ ସେତେବେଳେ ଭାଇରାଲ୍‌ ହୋଇଥିଲା ଯେତେବେଳେ ସେ, ନିର୍ବାଚନ ଫୋଲିଂ ଅଫିସର୍‌ ଭାବେ ହାତରେ ଇଭିଏମ୍‌ ଧରି ମତଦାନ କେନ୍ଦ୍ରକୁ ଯାଉଥିଲେ। ଏହି ଫଟୋକୁ ତାଙ୍କର କୌଣସି ସହକର୍ମୀ ଉଠାଇଥିଲେ। ପରେ ତାଙ୍କ ଏହି ଫଟୋ ରାତାରାତି ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିଲା। ଏଥିପାଇଁ ତାଙ୍କ ଜୀବନରେ କିଛିଟା ପରିବର୍ତ୍ତନ ମଧ୍ୟ ଆସିଥିଲା। ଲୋକମାନେ ତାଙ୍କୁ ‘ହଳଦୀଆ ଶାଢ଼ି ପିନ୍ଧା ମହିଳା’ ଭାବେ ଜାଣିବାକୁ ପାଇଲେ।

ତାଙ୍କର ନବମ ଶ୍ରେଣୀରେ ପଢ଼ୁଥିବା ଗୋଟେ ପୁଅ ମଧ୍ୟ ଅଛି। ରିନା କହିଛନ୍ତି ଯେ, ତାଙ୍କୁ ସଜ ହେବାପାଇଁ ଭଲ ଲାଗେ। ତାଙ୍କ ଅନୁସାରେ ଏହା କରିବା କିଛି ଭୁଲ୍‌ କାମ ନୁହେଁ।



from Odisha Reporter http://bit.ly/2HuLMmw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages