
ଢେଙ୍କାନାଳ(ରାଜଶ୍ରୀ ଶତପଥୀ):ଢେଙ୍କାନାଳ ଜିଲ୍ଲାର ଶତାଧିକ ସାମ୍ୱାଦିକ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ଦୀର୍ଘ ଦିନ ହେବ ବିଭାଗୀୟ ଅଧିକାରୀ ହେମନ୍ତ କୁମାର ନାୟକଙ୍କ ମନୋମୁଖୀ କାର୍ଯ୍ୟକଳାପ ଓ ସାମ୍ୱାଦିକଙ୍କୁ ଦୁର୍ବ୍ୟବହାର ପ୍ରତିବାଦରେ ସାମ୍ୱାଦିକମାନେ ହୋହଲ୍ଲା କରିବା ସହ ଘେରାଉ କରିଥିଲେ।
ଅଧିକାରୀଙ୍କ ବିରୋଧରେ ସାମ୍ୱାଦିକମାନେ ପୂର୍ବରୁ ବାରମ୍ୱାର ଜିଲ୍ଲାପାଳଙ୍କୁ ଜଣାଇଥିଲେ। ହେଲେ କୌଣସି ସୁଫଳ ନ ମିଳିବାରୁ ଆଜି ସାମ୍ୱାଦିକମାନେ ଏହି ପଦକ୍ଷେପ ଗ୍ରହଣ କରିଥିଲେ।
ଘଟଣାସ୍ଥଳରେ ସଦର ଏସ୍ଡିପିଓ, ଟାଉନ୍ ଥାନା ଅଧିକାରୀ, ପିଡି ଏବଂ ଅତିରିକ୍ତ ଜିଲ୍ଲାପାଳ ପ୍ରମୁଖ ପହଞ୍ଚି ଆନ୍ଦୋଳନକାରୀ ସାମ୍ବାଦିକଙ୍କ ସହ ଆଲୋଚନା କରିଥିଲେ। ତେବେ ଏନେଇ ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ ସମ୍ପର୍କିତ ପ୍ରତିଶ୍ରୁତି ଦେବା ପରେ ସାମ୍ୱାଦିକମାନେ ଧାରଣାରୁ ହଟିଥିଲେ।
from Odisha Reporter http://bit.ly/2WhVUbC
No comments:
Post a Comment