ଗ୍ରୀଷ୍ମ ପ୍ରବାହ ଏବଂ ଅଂଶୁଘାତରୁ କିପରି ରକ୍ଷା ପାଇବେ ପଢ଼ନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 20, 2019

ଗ୍ରୀଷ୍ମ ପ୍ରବାହ ଏବଂ ଅଂଶୁଘାତରୁ କିପରି ରକ୍ଷା ପାଇବେ ପଢ଼ନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏବେ ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳି। ତତଲା ପବନରେ ଅତିଷ୍ଠ ହେଉଛି ଜୀବନ। ଏପରି ପ୍ରଚଣ୍ଡ ରୌଦ୍ର ତାପକୁ ସମ୍ଭାଳିବା ବି ହୋଇପଡୁଛି କଷ୍ଟକର। ଓଡ଼ିଶାର ପ୍ରାୟ ସବୁ ସହରରେ  ପାରଦ ୪୦ ଡିଗ୍ରୀ ଉପରେ ରହିଛି। ଏହି ଗରମ ଏବଂ ଗୁଳୁଗୁଳିରେ ଅନେକ ଲୋକ ଅସୁସ୍ଥ ହୋଇଯିବାର ମଧ୍ୟ ସୂଚନା ଆସୁଛି।

ଖରାରେ ବାହାରକୁ ନ ବାହାରିବା ସବୁଠୁ ଭଲ। ହେଲେ ଯଦି ଆପଣ ଖରାରେ ଘର ବାହାରକୁ ଯାଉଥାନ୍ତି ତାହାଲେ ସତର୍କତା ଅବଲମ୍ୱନ କଲେ ଆସିବାକୁ ଥିବା ବିପଦକୁ ଏଡ଼ାଇ ପାରିବେ। ଖରା ଦିନେ ଅଂଶୁଘାତରୁ ନିଜେ ରକ୍ଷା ପାଇବା ସହ ଅନ୍ୟମାନଙ୍କୁ ମଧ୍ୟ ରକ୍ଷା କରିପାରିବ।

ତେବେ ପଢ଼ନ୍ତୁ ଆପଣ ଖରାଦିନେ କିପରି ସତର୍କତା ଅବଲମ୍ବନ କରିବେ।

୧, ଟାଣ ଖରାରେ ଘରୁ ବାହାରକୁ ବାହାରନ୍ତୁ ନାହିଁ l

୨, ହାଲୁକା, ଫିକା, ଢିଲା ସୂତାଲୁଗା  ପିନ୍ଧନ୍ତୁ l

୩, ଶୋଷ ନଥିଲେ ମଧ୍ୟ ପ୍ରଚୁର ପାଣି ପିଅନ୍ତୁl

୪, ଓ.ଆର.ଏସ୍‌ ପାଉଡର କିମ୍ବା ଘରେ ଉପଲବ୍ଧ ପାନୀୟ ଯଥା, ଲସି, ଘୋଳ ଦହି, ତୋରାଣି, ଲେମ୍ବୁ ପାଣି, କ୍ଷିର ଇତ୍ୟାଦି ପ୍ରଚୁର ପରିମାଣରେ ପିଅନ୍ତୁ।

୫, ଗରିଷ୍ଠ ଖାଦ୍ୟ ଖାଆନ୍ତୁ ନାହିଁ।

ଛୋଟ ପିଲା ଏବଂ ବୟସ୍କ ବ୍ୟକ୍ତିଙ୍କର ନିଅନ୍ତୁ ବିଷେଶ ଧ୍ୟାନ

୧, ଛୋଟ ପିଲାଙ୍କୁ ଖରାରେ ବାହାରକୁ ଖେଳିବାକୁ ଛାଡ଼ନ୍ତୁ ନାହିଁ।

୨, ବାହାରକୁ ସେମାନଙ୍କୁ ନେଇକି ଗଲେ ଫୁଲ୍‌ ପୋଷାକ, ମୁଣ୍ଡରେ ଟୋପି ପିନ୍ଧାନ୍ତୁ।

୩, ସବୁବେଳେ ପିଲାଙ୍କୁ ପାଣି ପିଇବାକୁ ଦିଅନ୍ତୁ। ପେଟ କେବେ ଖାଲି ରଖିବାକୁ ଦିଅନ୍ତୁ ନାହିଁ।

୪, ବୟସ୍କ ବ୍ୟକ୍ତି ଖରାବେଳେ ଘରୁ ବାହାରନ୍ତୁ ନାହିଁ।

୫, ଅତି ଆବଶ୍ୟକ ପଡ଼ିଲେ ବାହାରକୁ ଗଲେ ମୁଣ୍ଡରେ ଓଦା କପଡ଼ା ଏବଂ ପାଦରେ ଜୋତା ପିନ୍ଧନ୍ତୁ।

ଅଂଶୁଘାତରେ ପୀଡ଼ିତ ବ୍ୟକ୍ତିଙ୍କ ଚିକିତ୍ସା

୧, ଅଂଶୁଘାତରେ ପୀଡ଼ିତ ବ୍ୟକ୍ତିଙ୍କୁ ଏକାବେଳକେ ଅତ୍ୟଧିକ ପାନୀୟ ପିଇବାକୁ ଦିଅନ୍ତୁ ନାହିଁ।

୨, ଅଂଶୁଘାତରେ ପୀଡ଼ିତ ବ୍ୟକ୍ତି ସୁସ୍ଥ ହେବା ପର୍ଯ୍ୟନ୍ତ ପ୍ରତି ଅଧଘଣ୍ଟାରେ ଅଧା ଗ୍ଲାସ ପାନୀୟ ପିଇବାକୁ ଦେବା ଉଚିତ।

୩, ପୀଡ଼ିତ ବ୍ୟକ୍ତିଙ୍କ ଶରୀର ଉତ୍ତାପକୁ କମେଇବା ପାଇଁ ଥଣ୍ଡା ଓ ଛାଇ ସ୍ଥାନରେ ଶୁଆଇରଖି ପ୍ରଥମେ ଓଦା କନାରେ ତାଙ୍କୁ ପୋଛିଦିଅନ୍ତୁ l

୪, ଆବଶ୍ୟକ ହେଲେ ମୁଣ୍ଡରେ ଥଣ୍ଡାପାଣି ଢାଳନ୍ତୁ l

୫, ପାଣି, ତୋରାଣି, ଲେମ୍ବୁ, ଦହି ଇତ୍ୟାଦି ପିଇବାକୁ ଦେଇ ଦେହର ଜଳିୟଅଂଶ ପରିମାଣକୁ ଠିକ୍‌ ରଖିବାକୁ ଚେଷ୍ଟା କରନ୍ତୁl

୬, ଆଘାତପ୍ରାପ୍ତ ବ୍ୟକ୍ତିଙ୍କୁ ତୁରନ୍ତ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଅନ୍ତୁ।

 ଗୃହପାଳିତ ପଶୁ ପକ୍ଷୀଙ୍କ ପାଇଁ ସତର୍କତା

୧, ଗୃହପାଳିତ ପଶୁଙ୍କ ପାଖରେ ସବୁବେଳେ ପାଣି ଏବଂ ଖାଦ୍ୟ ରଖନ୍ତୁ।

୨, ସେମାନଙ୍କୁ ବାହାରକୁ ଖରାରେ ଚରାଇବାକୁ ନିଅନ୍ତୁ ନାହିଁ।

୩, ପକ୍ଷୀମାନଙ୍କ ପାଇଁ ଛାତ ଉପରେ ବା ଗଛ ମୂଳରେ ପାଣିର ବ୍ୟବସ୍ଥା କରନ୍ତୁ।



from Odisha Reporter http://bit.ly/2Qc7mjL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages