ଇଂଲଣ୍ଡକୁ ପୁଣି ଝଟ୍‌କା, ଆଉ ଜଣେ ଖେଳାଳି ଆହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 26, 2019

ଇଂଲଣ୍ଡକୁ ପୁଣି ଝଟ୍‌କା, ଆଉ ଜଣେ ଖେଳାଳି ଆହତ

ଲଣ୍ଡନ: ୩୦ ତାରିଖରୁ ଆରମ୍ଭ ହେବାକୁ ଥିବା ବିଶ୍ୱକପ୍ ପୂର୍ବରୁ ଇଂଲଣ୍ଡ ପାଇଁ ଚିନ୍ତା ବଢ଼ିଯାଇଛି। ଅଧିନାୟକ ଇଅନ୍ ମୋର୍ଗାନଙ୍କ ପରେ ଟିମର ଆଉ ଜଣେ ଖେଳାଳି ଆହତ ହୋଇଛନ୍ତି। ସେ ହେଉଛନ୍ତି ପେସ୍ ବୋଲର ମାର୍କ ଉଡ୍। ଅଷ୍ଟ୍ରେଲିଆ ବିପକ୍ଷ ଅଭ୍ୟାସ ମ୍ୟାଚରେ ଉଡ୍‌ଙ୍କୁ ଆଘାତ ଲାଗିଥିଲା। ଏହି କାରଣରୁ ସେ ମ୍ୟାଚ୍ ଅଧାରୁ ସ୍କାନ୍ କରାଇବା ପାଇଁ ହସ୍ପିଟାଲ୍ ଯାଇଥିଲେ। ଶନିବାର ସାଉଥାମ୍ପଟନରେ ଖେଳାଯାଇଥିବା

ଏହି ମ୍ୟାଚରେ ଉଡ୍ ମାତ୍ର ୩.୧ ଓଭର ବୋଲିଂ କରିବାକୁ ସକ୍ଷମ ହୋଇଥିଲେ। ୨୯ ବର୍ଷୀୟ ଉଡଙ୍କ ବାମ ପାଦରେ ଏହି ଆଘାତ ଲାଗିଛି। ତେବେ ପ୍ରଥମଥର ପାଇଁ ଉଡଙ୍କୁ ଏଭଳି ଆଘାତ ଲାଗିନାହିଁ। ସେ ନିଜ କ୍ୟାରିୟରର ଅଧିକାଂଶ ସମୟରେ ଆହତ ସମସ୍ୟାରେ ରହିଆସିଛନ୍ତି। ତେବେ ଏଥର ତାଙ୍କ ଆଘାତ କେତେ ଗୁରୁତର, ତାହା ରିପୋର୍ଟ ଆସିବା ପରେ ଜଣାପଡ଼ିବ।

ଟିମର କାମଚଳା ଅଧିନାୟକ ଜୋସ ବଟଲର୍ କହିଛନ୍ତି, ଉଡଙ୍କ ଆହତ ଆମ ପାଇଁ ଚିନ୍ତାର ବିଷୟ। ସେ ଶୀଘ୍ର ଫିଟ୍ ହେବା ନେଇ ଆମେ ଆଶାୟୀ ଅଛୁ। ଏହା ପୂର୍ବରୁ ମଧ୍ୟ ଟିମ୍ କ୍ୟାପଟେନ୍ ଇଅନ୍ ମୋର୍ଗାନ୍ ମଧ୍ୟ ଅଙ୍ଗୁଳିରେ ଆଘାତ ଯୋଗୁ ଅଷ୍ଟ୍ରେଲିଆ ବିପକ୍ଷ ଅଭ୍ୟାସ ମ୍ୟାଚ୍ ଖେଳିପାରି ନଥିଲେ।

କିନ୍ତୁ ଗୁରୁବାର ଦକ୍ଷିଣ ଆଫ୍ରିକା ବିପକ୍ଷ ଉଦଘାଟନୀ ମ୍ୟାଚ୍ ବେଳକୁ ସେ ପୂରା ଫିଟ୍ ହୋଇଯାଇଥିବେ ବୋଲି ଟିମ୍ ମ୍ୟାନେଜମେଣ୍ଟ ଆଶାବାଦୀ ଅଛି। ସୂଚନାଯୋଗ୍ୟ, ମୋର୍ଗାନଙ୍କ ଅନୁପସ୍ଥିତିରେ ଇଂଲଣ୍ଡ ତା’ର ପ୍ରଥମ ଅଭ୍ୟାସ ମ୍ୟାଚରେ ଅଷ୍ଟ୍ରେଲିଆ ନିକଟରୁ ୧୨ ରନରେ ପରାସ୍ତ ହୋଇଥିଲା।



from Odisha Reporter http://bit.ly/2JBbNnC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages