
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ବିଶିଷ୍ଟ ଶିଳ୍ପପତି ବଂଶୀଧର ପଣ୍ଡାଙ୍କର ଆଜି ପ୍ରଥମ ଶ୍ରାଦ୍ଧବାର୍ଷିକୀ। ଓଡ଼ିଶା ଶିଳ୍ପ ଜଗତର ଭୀଷ୍ମ ପିତାମହ ତଥା ଓଡ଼ିଶାର ହଜାର ହଜାର ଲୋକଙ୍କ ପାଇଁ କର୍ମସଂସ୍ଥାନ ଯୋଗାଇ ଦେଇଥିବା ଏହି ବିଶିଷ୍ଟ ବିନ୍ଧାଣୀଙ୍କ ଆବର୍ତ୍ତମାନକୁ ଆଜି ଗୋଟିଏ ବର୍ଷ ପୂରଣ ହୋଇଛି। ଏହି ଅବସରରେ ଆଜି ତାଙ୍କ ସ୍ମୃତିଚାରଣ କରିଛନ୍ତି ରାଜ୍ୟର ବହୁ ବିଶିଷ୍ଟ ବ୍ୟକ୍ତି।

କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଟ୍ୱିଟ୍ ମାଧ୍ୟମରେ ସ୍ୱର୍ଗତ ପଣ୍ଡାଙ୍କ ଉଦ୍ଦେଶ୍ୟରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସେହିଭଳି ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା ବଂଶୀଧରଙ୍କ ବଡ଼ ପୁଅ ବୈଜୟନ୍ତ ପଣ୍ଡା ମଧ୍ୟ ଆଜି ଦିନରେ ତାଙ୍କୁ ମନେପକାଇବା ସହ ସମାଜ ପ୍ରତି ତାଙ୍କ ଅନେକ ଅବଦାନ ଥିଲା ଓ ତାଙ୍କ ପ୍ରତି ଲୋକମାନଙ୍କର ବିପୁଳ ଶ୍ରଦ୍ଧା ଓ ସମ୍ମାନ ଥିବା କଥା ଟ୍ୱିଟ୍ରେ ଉଲ୍ଲେଖ କରିଛନ୍ତି।
ଏପଟେ ସ୍ୱର୍ଗତ ବଂଶୀଧର ପଣ୍ଡାଙ୍କ ଦ୍ୱାରା ପ୍ରତିଷ୍ଠିତ ଇଣ୍ଡିଆନ୍ ମେଟାଲସ ଆଣ୍ଡ୍ ଫେରୋ ଆଲଏଜ୍-ଇମ୍ଫା ପକ୍ଷରୁ ମଧ୍ୟ ଏହି ପ୍ରସିଦ୍ଧ ଶିଳ୍ପପତିଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଯାଇଛି। ଏହି ଅବସରରେ ଭୁବନେଶ୍ୱର ଇମ୍ଫା ମୁଖ୍ୟ କାର୍ଯ୍ୟାଳୟରେ ତାଙ୍କ ଫଟ୍ଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହ ତାଙ୍କ ସ୍ମୃତିଚାରଣ ବେଳେ କମ୍ପାନୀର ବରିଷ୍ଠ ଅଧିକାରୀ, ବୈଜୟନ୍ତ ପଣ୍ଡା ଓ ଓଟିଭି ନେଟଓ୍ୱର୍କର ଡାଇରେକ୍ଟର ଜଗି ମଙ୍ଗତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।
from Odisha Reporter http://bit.ly/2VMtbaU
No comments:
Post a Comment