ପ୍ରଥମଥର ରାଜଭବନ ବାହାରେ ଶପଥ ନେବ ନବୀନ ସରକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 25, 2019

ପ୍ରଥମଥର ରାଜଭବନ ବାହାରେ ଶପଥ ନେବ ନବୀନ ସରକାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କ୍ରମାଗତ ପଞ୍ଚମଥର ପାଇଁ ରାଜ୍ୟରେ କ୍ଷମତାସୀନ ହେବାକୁ ଯାଉଥିବା ନବୀନ ପଟ୍ଟନାୟକ ସରକାର ନିଜର ଶପଥ ସମାରୋହକୁ ଭବ୍ୟ କରିବା ନିମନ୍ତେ ସ୍ଥିର କରିଛନ୍ତି। ପ୍ରଥମଥର ପାଇଁ ରାଜଭବନ ବାହାରେ ନିଜର ଶପଥ ସମାରୋହକୁ ଆୟୋଜନ କରିବା ପାଇଁ ବିଜେଡି ସୁପ୍ରିମୋ ଶ୍ରୀ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି। ମେ’ ମାସ ୩ ତାରିଖରେ ଆସିଥିବା ପ୍ରଳୟଙ୍କରୀ ‘ଫୋନି’ ତାଣ୍ଡବରେ ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ଭଳି ଜିଲ୍ଲାର ଲୋକେ ଏବେବି ଆଉଟୁପାଉଟୁ ହେଉଥିବାବେଳେ ନବୀନ ସରକାର ନିଜର ଶପଥ ସମାରୋହକୁ ଭବ୍ୟ କରିବା ପାଇଁ ରାଜଭବନ ପରିବର୍ତ୍ତେ ପ୍ରଦର୍ଶନୀ ପଡ଼ିଆକୁ ଚୟନ କରିବାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।
ମିଳିଥିବା ସୂଚନା ଅନୁସାରେ ମେ’ ୨୯ତାରିଖରେ ନବୀନ ପଟ୍ଟନାୟକ ଓ ତାଙ୍କ କ୍ୟାବିନେଟ୍ ସହଯୋଗୀମାନେ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଏକ ଭବ୍ୟ ସମାରୋହରେ ପଦ ଓ ଗୋପନୀୟତାର ଶପଥ ପାଠ କରିବେ। ଏଥିପାଇଁ ପ୍ରଦର୍ଶନୀ ପଡ଼ିଆରେ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ଶପଥ ସମାରୋହକୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ଟିଆରଏସ୍ ମୁଖ୍ୟ କେ. ଚନ୍ଦ୍ରଶେଖର ରାଓ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କ ସମେତ ବହୁ କେନ୍ଦ୍ରମନ୍ତ୍ରୀ ଓ ବରିଷ୍ଠ ନେତାମାନଙ୍କୁ ଆମନ୍ତ୍ରଣ କରାଯାଇଥିବା ସୂଚନା ମିଳିଛି। ସାଧାରଣ ଲୋକମାନେ ଯେଭଳି ଶପଥ ସମାରୋହକୁ ଦେଖିପାରିବେ ସେଥିପାଇଁ ପଡ଼ିଆରେ ବଡ଼ ବଡ଼ ଏଲଇଡି ସ୍କ୍ରିନ ଲଗାଯିବାର ବ୍ୟବସ୍ଥା ହୋଇଥିବା ଜଣାପଡ଼ିଛି। ତେବେ ପୁରୀ ଜିଲ୍ଲାରେ ‘ଫୋନି’ ତାଣ୍ଡବ ଯୋଗୁ ଏବେ ବି ୬ରୁ ୮ଲକ୍ଷ ଲୋକ ଅନ୍ଧକାରରେ ଥିବା ଓ ବିନା ଛାତରେ ଖୋଲା ଆକାଶ ତଳେ ଶୋଇବାକୁ ବାଧ୍ୟ ହେଉଥିବାବେଳେ ନବୀନ ସରକାରର ପ୍ରସ୍ତାବିତ ଭବ୍ୟ ଶପଥ ସମାରୋହକୁ ସାଧାରଣା ନାପସନ୍ଦ କରାଯାଇଛି।



from Odisha Reporter http://bit.ly/2W9CNBC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages