ଭାରତୀୟ ମହିଳା ହକି ଦଳରେ ୩ ଓଡ଼ିଆ, ରାନୀ ଅଧିନାୟକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 29, 2019

ଭାରତୀୟ ମହିଳା ହକି ଦଳରେ ୩ ଓଡ଼ିଆ, ରାନୀ ଅଧିନାୟକ

ନୂଆଦିଲ୍ଲୀ: ଜୁନ୍‌ ୧୫ରୁ ଜାପାନ୍‌ର ହିରୋଶିମାରେ ଆରମ୍ଭ ହେବାକୁ ଥିବା ହକି ସିରିଜ୍‌ ଫାଇନାଲ୍ସ ପାଇଁ ଭାରତୀୟ ମହିଳା ଦଳ ଘୋଷଣା ହୋଇଛି। ଭାରତ ଏହି ୧୮ ଜଣିଆ ଦଳରେ ଓଡ଼ିଶାରୁ ୩ ଜଣ ସ୍ଥାନ ପାଇଛନ୍ତି। ସେମାନେ ହେଲେ ଲିଲିମା ମିଞ୍ଜ, ସୁନୀତା ଲାକ୍ରା ଓ ଦୀପ ଗ୍ରେସ ଏକ୍କା।

ହକି ସିରିଜ୍‌ ଫାଇନ୍ସରେ ଭାରତୀୟ ମହିଳା ଦଳର କମାଣ ରାନୀ ରାମପାଲ ସମ୍ଭାଳିବେ। ସେହିପରି ଅଭିଜ୍ଞ ଗୋଲକିପର ସବିତାଙ୍କୁ ତାଙ୍କ ଡେପୁଟି କରାଯାଇଛି।

ସେହିପରି ଦଳରେ ନିଶା ଡେବ୍ୟୁ କରିବେ। ସେ ମିଡ୍‌ଫିଲ୍ଡର ଭୂମିକା ତୁଲାଇବେ। ସବିତାଙ୍କ ବ୍ୟତୀତ ଦଳରେ ଦ୍ୱିତୀୟ ଗୋଲକିପର ଭାବେ ରଜନୀ ଏଟିମାରପୁଙ୍କୁ ସାମିଲ କରାଯାଇଛି।ୟ

ଏଫ୍‌ଆଇଏଚ୍‌ ଫାଇନାଲ୍ସ ସିରିଜ୍‌ରେ ଭାରତୀୟ ମହିଳା ଦଳ ପୁଲ ଏ’ରେ ସ୍ଥାନ ପାଇଛି। ଭାରତ ବ୍ୟତୀତ ପୋଲାଣ୍ଡ, ଫିଜି ଓ ଉରୁଗୁଏ ଏଥିରେ ରହିଛନ୍ତି।

ସେହିପରି ପୁଲ ବି’ରେ ଜାପାନ, ଚାଇନା, ରୁଷ ଓ ମେକ୍ସିକୋ ରହିଛନ୍ତି। ଜୁନ୍‌ ୧୫ରେ ଭାରତୀୟ ମହିଳା ଦଳ ଉରୁଗୁଏ ସହ ପ୍ରଥମ ମ୍ୟାଚ୍‌ ଖେଳିବ। ଏହାପରେ ଦଳ ଜୁନ୍‌ ୧୬ରେ ପୋଲାଣ୍ଡ ଓ ଜୁନ୍‌ ୧୭ରେ ଫିଜିକୁ ଭେଟିବ। ୨୦୨୦ ଟୋକିଓ ଅଲିମ୍ପିକ ଯୋଗ୍ୟତା ପାଇବା ଲକ୍ଷ୍ୟରେ ଭାରତୀୟ ମହିଳା ରହିଛି।

ଭାରତୀୟ ମହିଳା ଟିମ୍

ଗୋଲକିପର- ସବିତା (ଭାଇସ୍-କ୍ୟାପଟେନ), ରଜନୀ ଏଟିମାରପୁ

ଡିଫେଣ୍ଡର୍ସ– ସାଲିମା ଟେଟେ, ସୁନୀତା ଲାକ୍ରା, ଦୀପ ଗ୍ରେସ୍ ଏକ୍କା, ନିଶା, ଗୁରଜିତ୍ କୌର୍

ମିଡଫିଲ୍ଡର୍ସ- ମୋନିକା, ସୁଶୀଲା ଚାନୁ ପୁଖରାମବାମ୍, ନିକ୍କି ପ୍ରଧାନ, ନେହା ଗୋୟଲ୍, ଲିଲିମା ମିଞ୍ଜ

ଫରୱାଡର୍ସ- ରାନୀ (କ୍ୟାପଟେନ), ବନ୍ଦନା କାଟାରିୟା, ଲାଲରେମସିଆମି ଜ୍ୟୋତି, ନବଜୋତ୍ କୌର୍, ନବନୀତ କୌର୍ ।



from Odisha Reporter http://bit.ly/2XcsKYF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages