ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଭିଣୋଇ ରବର୍ଟ ଭଦ୍ରା ବିଦେଶ ଯିବା ପାଇଁ ବିଭିନ୍ନ ପ୍ରୟାସ କରି ବିଫଳ ହେବାପରେ ଏବେ ପୁଣି ଏକ ପ୍ରୟାସ ଆରମ୍ଭ କରିଛନ୍ତି। ସେ ଏଥର କୋର୍ଟଙ୍କ ନିକଟରେ ଦାଖଳ କରିଥିବା ମେଡିକାଲ ସାର୍ଟିଫିକେଟ୍ରେ ଦର୍ଶାଇଛନ୍ତି ତାଙ୍କ ବୃହତନ୍ତ୍ର (Large Intestine)ରେ ଟ୍ୟୁମର ହୋଇଛି ଏବଂ ସେ ଚିକିତ୍ସା ପାଇଁ ଲଣ୍ଡନ ଯିବେ। ସେ ପୂର୍ବରୁ ମଧ୍ୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ନିକଟରେ ହାଜର ହୋଇ ବିଦେଶ ଯିବାକୁ ଅନୁମତି ମାଗି ସାରିଛନ୍ତି।
ବୁଧବାର ଏହି ସାର୍ଟିଫିକେଟ୍ ଦେଖାଇ ସେ ଆବେଦନ କରିଥିଲେ ତାଙ୍କ ପାଶ୍ପୋର୍ଟ ତାଙ୍କୁ ଫେରାଇ ଦିଆଯାଉ। ଫଳରେ ସେ ଡାଇଗ୍ନୋସିସ୍ ଏବଂ ଚିକିତ୍ସା କରିପାରିବେ। ଦିଲ୍ଲୀ କୋର୍ଟ କିନ୍ତୁ ଏହି ଆବେଦନର ରାୟ ଆସନ୍ତା ଜୁନ୍ ୩ ପାଇଁ ସ୍ଥଗିତ ରଖିଛନ୍ତି। ରବର୍ଟ ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲରୁ ଏହି ସାର୍ଟିଫିକେଟ୍ ଆଣିଥିଲେ।
ଭଦ୍ରାଙ୍କ ସକିଲ କେଟିଏସ୍ ତୁଲସୀ ଦର୍ଶାଇଥିଲେ ଭଦ୍ରା ତଦନ୍ତରେ ସବୁସମୟରେ ସହଯୋଗ କରି ଆସୁଛନ୍ତି। ଏପରିକି ବିନା ନୋଟିସ୍ରେ ସ୍ୱଦେଶ ଫେରିଆସିଥିଲେ। ଭଦ୍ରା ତଦନ୍ତରୁ ଲୁଚିବେ ବୋଲି କେବେ ମଧ୍ୟ କୁହାଯାଇପାରିବନି। ଅନ୍ୟପକ୍ଷରେ ଇଡି ପକ୍ଷରୁ ଲଢ଼ୁଥିବା ଓକିଲ କହିଥିଲେ, ଏହି ରିପୋର୍ଟ ମେ ୧୨ ତାରିଖ ଲେଖା ଅଛି। ସେତେବେଳେ କାହିଁକି ରିପୋର୍ଟ ଦାଖଲ କରାଯାଇନଥିଲା। ଏତିରେ କାହିଁକି ଲେଖା ଅଛି ଯେ କେବଳ ଲଣ୍ଡନ ହିଁ ଯିବାକୁ ପଡ଼ିବ। କ’ଣ ଆଉ କୋଉଠି ଏ ଚିକିତ୍ସା ଉପଲବ୍ଧ ନାହିଁ। ଭାରତରେ କ’ଣ ଏହା ସମ୍ଭବ ନୁହେଁ।
from Odisha Reporter http://bit.ly/2EFKRPJ
No comments:
Post a Comment