ରନ୍ଆ‌ଉଟ୍‌ରୁ ବର୍ତ୍ତିବା ପାଇଁ ଅମିତ୍ ଆପଣାଇଲେ ଏହି ଉପାୟ, ତା’ପରେ କ’ଣ ହେଲା ଦେଖନ୍ତୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 9, 2019

ରନ୍ଆ‌ଉଟ୍‌ରୁ ବର୍ତ୍ତିବା ପାଇଁ ଅମିତ୍ ଆପଣାଇଲେ ଏହି ଉପାୟ, ତା’ପରେ କ’ଣ ହେଲା ଦେଖନ୍ତୁ ଭିଡିଓ

ବିଶାଖାପଟ୍ଟନମ୍: ବୁଧବାର ଆଇପିଏଲର ଏଲିମିନେଟର ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସ ୨ ୱିକେଟରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଥିଲା। ମ୍ୟାଚର ଶେଷ ଓଭରରେ ଦିଲ୍ଲୀର ଅମିତ୍ ମିଶ୍ର ‘ଅବଷ୍ଟ୍ରକ୍ଟିଙ୍ଗ୍ ଦି ଫିଲ୍ଡ’ କାରଣରୁ ଆଉଟ୍ ହୋଇଥିଲେ। ଖଲୀଲ ଅହମ୍ମଦ ଅପିଲ୍ କରିଥିଲେ ଏବଂ ଥାର୍ଡ ଅମ୍ପାୟାର ଏହାକୁ ଆଉଟ୍ ଘୋଷିତ କରିଥିଲେ।

ଶେଷ ତିନି ବଲରେ ଦିଲ୍ଲୀକୁ ୨ ରନ୍ ଆବଶ୍ୟକ ହେଉଥିଲା। ବ୍ୟାଟିଂ କରୁଥିଲେ ଅମିତ୍ ଓ ବୋଲିଂ କରୁଥିଲେ ଖଲୀଲ। ଖଲୀଲ ବଲ୍ ପକାଇଥିଲେ ଏବଂ ବଲଟି ସିଧା ୱିକେଟକିପରଙ୍କୁ ପାଖକୁ ଚାଲିଯାଇଥିଲା। ଅମିତ୍ ଏକ ରନ୍ ନେବା ପାଇଁ ଦୌଡ଼ିଥିଲେ। ଏହି ସମୟେର ୱିକେଟକିପର ବଲକୁ ଖଲୀଲଙ୍କ ନିକଟକୁ ପାସ୍ କରିଥିଲେ। ଖଲୀଲ ବଲକୁ ନନଷ୍ଟ୍ରାଇକର ଏଣ୍ଡର ଷ୍ଟମ୍ପକୁ ଥ୍ରୋ ମାରିଥିଲେ, କିନ୍ତୁ ବଲଟି ଅମିତଙ୍କ ପିଠିରେ ବାଜି ବାହାରକୁ ଚାଲିଯାଇଥିଲା।

ଅମିତ୍ ୱିକେଟ୍ ମଝିରେ ଜାଣିଶୁଣି ଦୌଡ଼ିଥିବାରୁ ବଲଟି ତାଙ୍କ ପିଠି ବାଜି ଚାଲିଯାଇଥିଲା। ଏହି କାରଣରୁ ଖଲୀଲ ଅମ୍ପାୟାରଙ୍କୁ ଅପିଲ୍ କରିଥିଲେ। ଥାର୍ଡ ଅମ୍ପାୟାର ‘ଅବଷ୍ଟ୍ରକ୍ଟିଙ୍ଗ୍ ଦି ଫିଲ୍ଡ’ କାରଣରୁ ଅମିତଙ୍କୁ ଆଉଟ୍ କରିଥିଲେ। ତେବେ ଆଇପିଏଲ୍ ଇତିହାସରେ ଅମିତ୍ ଦ୍ୱିତୀୟ ଖେଳାଳି ଭାବେ ଏଭଳି ରନଆଉଟ୍ ହୋଇଛନ୍ତି। ଏହା ପୂର୍ବରୁ ୨୦୧୩ରେ କୋଲକାତା ନାଇଟ୍ ରାଇଡର୍ସ ପକ୍ଷରୁ ଖେଳୁଥିବା ୟୁସୁଫ୍ ପଠାନଙ୍କୁ ପୁନେ ୱାରିୟର୍ସ ବିପକ୍ଷ ମ୍ୟାଚରେ “ଅବଷ୍ଟ୍ରକ୍ଟିଙ୍ଗ୍ ଦି ଫିଲ୍ଡ’ ଆଉଟ୍ କରାଯାଇଥିଲା।

ଦେଖନ୍ତୁ ଭିଡିଓ



from Odisha Reporter http://bit.ly/2VqDQwv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages