ଠାବ ହେଲା ବିଶ୍ୱର ସବୁଠାରୁ ବଡ଼ ମୋତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 9, 2019

ଠାବ ହେଲା ବିଶ୍ୱର ସବୁଠାରୁ ବଡ଼ ମୋତି

ଟରଣ୍ଟୋ: କ୍ୟାନାଡାର ଜଣେ ବାସିନ୍ଦାଙ୍କ ପାଖରେ ରହିଛି ବିଶ୍ୱର ସବୁଠାରୁ ବଡ଼ ମୋତି ବା ପର୍ଲ। ଆବ୍ରାହାମ୍‌ ରଇସ୍ ନାମକ ଏହି ବ୍ୟକ୍ତିଙ୍କୁ ତାଙ୍କର ଜଣେ ସମ୍ପର୍କୀୟ କିଛି ବର୍ଷ ତଳେ ଏହି ମୋତି ଉପହାର ଦେଇଥିଲେ। ଏହାର ଓଜନ ୨୭.୬୫ କିଲୋଗ୍ରାମ୍‌। ପୂର୍ବରୁ ବିଶ୍ୱର ସବୁଠାରୁ ବଡ଼ ମୋତି କୁହାଯାଉଥିବା ଲାଉ-ଜୁ-ପର୍ଲଠାରୁ ଏହା ୪ ଗୁଣା ବଡ଼।

ଧଳା ଓ ଲହୁଣୀ ରଙ୍ଗର ଏହି ମୋତିର ଆକାର ବେଶ ବଡ଼। ପ୍ରାୟ ହଜାରେ ବର୍ଷ ତଳେ ଏହି ମୋତି ଏକ ବିଶାଳକାୟ ଶାମୁକା ଭିତରେ ଲୁଚିରହିଥିଲା। ଏହାକୁ ରଇସ୍‌ଙ୍କ ଜେଜେ ଫିଲିପାଇନ୍ସରୁ ଆଣିଥିଲେ। ତାଙ୍କୁ ସେଠାକାର ଜଣେ ମତ୍ସ୍ୟଜୀବୀ ଏହି ମୋତି ଉପହାର ସୂତ୍ରରେ ଦେଇଥିଲେ।

କିନ୍ତୁ ସେ କିମ୍ବା ତାଙ୍କ ପରିବାରର ଲୋକେ ଜାଣିନଥିଲେ ଏହା ଏକ ମୋତି ଏବଂ ଏହାର ମୂଲ୍ୟ କେତେ। ରଇସ୍‌ କୁହନ୍ତି, କେହି ଏହାକୁ ବିଶେଷ ଧ୍ୟାନ ଦେଇନଥିଲେ। କାରଣ ତାହା ମୋତି ଭଳି ହିଁ ଦିଶୁନଥିଲା। ରଇସ୍‌ ଏହାକୁ ନେଇ ଭୂତତ୍ତ୍ୱବିତ୍‌ଙ୍କ ପାଖକୁ ନେଇଯିବା ପରେ ଏହା ଏକ ବିରଳ ମୋତି ଏବଂ ଏହାର ମୂଲ୍ୟ ୬୦ ମିଲିଅନ୍‌ ଡଲାରରୁ ୯୦ ମିଲିଅନ୍‌ ଡଲାର ହେବ ବୋଲି ଜଣାପଡ଼ିଥିଲା। ରଇସ୍‌ ୨୨ କ୍ୟାରେଟ୍‌ ସୁନାରେ ନିର୍ମିତ ଅକ୍ଟୋପସ୍‌ ଆକୃତିର ଷ୍ଟାଣ୍ଡରେ ଏହି ମୋତିକୁ ଖଞ୍ଜିଛନ୍ତି।



from Odisha Reporter http://bit.ly/2Wy4lg1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages