
ନୂଆଦିଲ୍ଲୀ: ଲୋକସଭାରେ କଂଗ୍ରେସ ଦଳର ନେତା କିଏ ହେବେ, ସେ ନେଇ ଦଳ ଭିତରେ ମାନସ ମନ୍ଥନ ଆରମ୍ଭ ହୋଇଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଦଳର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ଜିଦରେ ଅଟଳ ରହିଛନ୍ତି, ଅନ୍ୟପଟେ କଂଗ୍ରେସ କାର୍ଯ୍ୟକାରିଣୀ କମିଟିର ସଦସ୍ୟ ରାହୁଲଙ୍କ ଇସ୍ତଫାକୁ ଖାରଜ କରି ଦେଇଛନ୍ତି। ତେଣୁ ଏଭଳି ଦ୍ଵନ୍ଦ୍ଵ ଭିତରେ କଂଗ୍ରେସ ରାହୁଲଙ୍କୁ ସଂସଦୀୟ ଦଳର ନେତା ଭାବେ ଘୋଷଣା କରିପାରୁନି।
ଗତଥର ମଲ୍ଲିକାର୍ଜୁନ ଖାଡ଼ଗେ ଲୋକସଭାରେ କଂଗ୍ରେସ ଦଳର ନେତା ଭାବେ ନିର୍ବାଚିତ ହୋଇଥିଲେ। ହେଲେ ଏଥର ସେ ନିର୍ବାଚନରେ ହାରି ଯାଇଛନ୍ତି। ତେଣୁ କଂଗ୍ରେସ ଏବେ ଦକ୍ଷିଣ ଭାରତର ଜଣେ ନେତାଙ୍କୁ ଲୋକସଭାରେ ଦଳର ନେତା କରିବ ବୋଲି ଯୋଜନା କରୁଛି।
କେରଳରେ ୧୫ଟି ଓ ତାମିଲନାଡୁରେ ୮ଟି ଆସନରେ ବିଜୟୀ ହୋଇ କଂଗ୍ରେସ ଭଲ ପ୍ରଦର୍ଶନ କରିଛି। ତେଣୁ ଏହି ଦୁଇ ରାଜ୍ୟର ଜଣେ ନେତାଙ୍କୁ ଦଳ ଲୋକସଭାରେ ଆଗକୁ ଆଣିବାକୁ ଚିନ୍ତା କରୁଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶଶି ଥରୁର, ସୁରେଶ କୋଡିକୁନ୍ନିଲ, କେ. ମୁଲରିଧରନଙ୍କ ଭଳି ନେତା ଚଳିତ ଥର ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ଏହି ସମସ୍ତ ସାଂସଦ ୪ଥରରୁ ଅଧିକ ଥର ସଂସଦକୁ ନିର୍ବାଚିତ ହୋଇଆସୁଛନ୍ତି। ତେଣୁ ଏମାନଙ୍କ ଉପରେ କଂଗ୍ରେସ ନେତୃତ୍ୱ ନଜର ରଖିଛି।
ସୂଚନାଯୋଗ୍ୟ, ଦକ୍ଷିଣ ଭାରତରେ ବିଜେପିର ସ୍ଥିତି ନାହିଁ କହିଲେ ଚଳେ। ଏପରି ସ୍ଥଳେ କଂଗ୍ରେସ ଦକ୍ଷିଣ ଭାରତର ଜଣେ ନେତାଙ୍କୁ ଲୋକସଭାରେ ଆଗକୁ ଆଣି ନିଜ ସ୍ଥିତି ମଜଭୁତ କରିବାକୁ ଚେଷ୍ଟା କରୁଥିବାର ସୂଚନା ରହିଛି।
from Odisha Reporter http://bit.ly/2HEBAta
No comments:
Post a Comment