ମୋଦି ଓ ଅମିତ ଶାହଙ୍କୁ ସମାଲୋଚନା କରୁଥିବା ଶତ୍ରୁଘ୍ନ ସିହ୍ନା ଏମିତି ଧନ୍ୟବାଦ ଦେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 25, 2019

ମୋଦି ଓ ଅମିତ ଶାହଙ୍କୁ ସମାଲୋଚନା କରୁଥିବା ଶତ୍ରୁଘ୍ନ ସିହ୍ନା ଏମିତି ଧନ୍ୟବାଦ ଦେଲେ

ପାଟନା: ଚଳିତ ନିର୍ବାଚନରେ ବିଜେପି ଜନାଦେଶ ପାଇଛି। ଏହାପରେ ସାରା ବିଶ୍ୱ ମୋଦିଙ୍କ ନେତୃତ୍ୱକୁ ଧନ୍ୟବାଦ ଦେଉଛି। ତେବେ ବାରମ୍ୱାର ମୋଦିଙ୍କ ନେତୃତ୍ୱକୁ ସମାଲୋଚନା କରୁଥିବା ପୂର୍ବତନ ବିଜେପି ସାଂସଦ ତଥା ବଲିଉଡ କଳାକାର ଶତ୍ରୁଘ୍ନ ସିହ୍ନା ମଧ୍ୟ ଶେଷରେ ମୋଦିଙ୍କୁ ଶୁଭେଛା ଜଣାଇଛନ୍ତି।
ବିହାର ପାଟନାସାହିବ ଆସନର ପୂର୍ବତନ ବିଜେପି ସାଂସଦ ଦଳରେ ଥାଇ ମୋଦିଙ୍କୁ ବାରମ୍ୱାର ସମାଲୋଚନା କରିଥିଲେ। ଏମିତିକି ବିରୋଧୀଙ୍କ ବୈଠକରେ ଯୋଗ ଦେଇ ଶତ୍ରୁଘ୍ନ ସିହ୍ନା କଡ଼ା ସମାଲୋଚନା କରିଥିଲେ। ଏମିତିକି କଂଗ୍ରେସରେ ଯୋଗ ଦେବା ପରେ ପାଟନା ସାହିବ ଆସନରେ ବିଜେପି କିଭଳି ବିଜୟ ହେବ ସେ ନେଇ ଚ୍ୟାଲେଞ୍ଜ କରିଥିଲେ।

କିନ୍ତୁ ନିଜେ ପାଟନା ସାହିବ ଆସନରୁ ବିଜେପି ପ୍ରାର୍ଥୀ ରବି ଶଙ୍କର ପ୍ରସାଦଙ୍କ ପାଖରୁ ଶୋଚନୀୟ ପରାସ୍ତ ହୋଇଛନ୍ତି। ଶେଷରେ ଏହି ପ୍ରଧାନମନ୍ତ୍ରୀ, ଅମିତ ଶାହ ଯୋଡ଼ିଙ୍କୁ ପ୍ରଶଂସା କରିବା ସହିତ ନିଜ ଆସନର ଉତ୍ତରାଧିକାରୀ ରବି ଶଙ୍କର ପ୍ରସାଦଙ୍କୁ ଟ୍ୱିଟ୍ କରି ଶୁଭେଛା ଜଣାଇଛନ୍ତି।



from Odisha Reporter http://bit.ly/2Xe7MJf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages