
ଭୋପାଲ: ଅଭିଯୋଗ ହେବାର ବର୍ଷେ ପରେ ପୁଲିସ୍ ଏଭଳି ଜଣେ ସରକାରୀ ସ୍କୁଲ ଶିକ୍ଷକଙ୍କୁ ଗିରଫ କରିଛି ଯିଏକି ଜଣେ ଛାତ୍ରୀଙ୍କୁ ୧୬୮ ଚାପୁଡ଼ା ଦଣ୍ଡ ଦେଇଥିଲେ। ସେ ଜଣେ ଛାତ୍ରୀଙ୍କୁ ଏଭଳି ଦଣ୍ଡ ଦେଇଥିଲେ ଏବଂ ତାଙ୍କ ସହପାଠୀଙ୍କୁ ଚାପୁଡ଼ା ମାରିବାକୁ କହିଥିଲେ। ମନୋଜ ବର୍ମା ନାମକ ଏହି ଶିକ୍ଷକ ଗିରଫ ହେବା ପରେ ତାଙ୍କ ଜାମିନ ଆବେଦନ ମଧ୍ୟ ଖାରଜ ହୋଇଯାଇଛି।
ଗତବର୍ଷ ଜବାହାର ନବୋଦୟ ସ୍କୁଲର ଜଣେ ଷଷ୍ଠ ଶ୍ରେଣୀର ଛାତ୍ରୀଙ୍କୁ ସେ ଏପରି ଦଣ୍ଡ ଦେଇଥିଲେ। ଏହି ଝିଅର ବାପା ଶିବ ପ୍ରତାପ ସିଂହଙ୍କ କହିବା ଅନୁଯାୟୀ, ତାଙ୍କ ଝିଅ ଅସୁସ୍ଥତା କାରଣରୁ ୧୦ ଦିନ ଧରି ସ୍କୁଲ ଯାଇନଥିଲେ। ଏକାଦଶ ଦିନ ସ୍କୁଲ ଯାଇଥିଲେ ହେଁ ହୋମଟାସ୍କ କରିପାରିନଥିଲେ। ଏଥିରେ ଉତ୍କ୍ଷିପ୍ତ ଶିକ୍ଷକ ମନୋଜ ନିର୍ଦ୍ଦେଶ ଦେଇଥିଲେ ୧୪ ଜଣ ଛାତ୍ରୀ ତାଙ୍କୁ ଲଗାତାର ୬ ଦିନ ଧରି ଜଣକା ୨ଟି ଲେଖାଏ ଚାପୁଡ଼ା ମାରିବେ।
ଏହାପରେ ସିଂହ ସ୍କୁଲ କର୍ତ୍ତୃପକ୍ଷଙ୍କ ନିକଟରେ ଏ ବିଷୟରେ ଅଭିଯୋଗ କରିଥିଲେ। ସ୍କୁଲ ଏକ ପ୍ୟାନେଲ ଗଠନ କରି ଶିକ୍ଷକଙ୍କ ଦୋଷୀ ସାବ୍ୟସ୍ତ କରିଥିଲା। ପ୍ରଥମରୁ କିନ୍ତୁ ସ୍କୁଲ ଅଧ୍ୟକ୍ଷ ଏହାକୁ ବନ୍ଧୁତ୍ୱପୂର୍ଣ୍ଣ ଦଣ୍ଡ କହି ମନୋଜଙ୍କୁ ଘଣ୍ଟ ଘୋଡ଼ାଇଥିଲେ। ବାହାନା ଦେଖାଇଥିଲେ ଯେ ସମ୍ପୃକ୍ତ ଛାତ୍ରୀ ପାଠରେ ଦୁର୍ବଳ ଏବଂ ଠିକ୍ ସମୟରେ ଟାସ୍କ କରୁନି। ଏହାପରେ ସିଂହ ପୁଲିସ୍ରେ ମଧ୍ୟ ଅଭିଯୋଗ କରିଥିଲେ।
from Odisha Reporter http://bit.ly/2EbwQsM
No comments:
Post a Comment