ଅଭିନେତ୍ରୀଙ୍କ କାନ୍‌ ଲୁକ୍‌କୁ ମିଳିଲା ଏମିତି ପ୍ରତିକ୍ରିୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 16, 2019

ଅଭିନେତ୍ରୀଙ୍କ କାନ୍‌ ଲୁକ୍‌କୁ ମିଳିଲା ଏମିତି ପ୍ରତିକ୍ରିୟା

ମୁମ୍ବାଇ:  ଚଳିତ ବର୍ଷ କାନ୍‌ ଫେଷ୍ଟିଭାଲ ଆରମ୍ଭ ହୋଇଯାଇଥିବା ବେଳେ ସେଠାରେ ଦେଶବିଦେଶର ନାମୀଦାମୀ କଳାକାରଙ୍କ ଭିଡ଼ ଜମିବାରେ ଲାଗିଲାଣି। ଏଥିରେ ପଛରେ ପଡି ନାହାନ୍ତି ବଲିଉଡ୍‌ ଅଭିନେତ୍ରୀ। ସେମାନେ ମଧ୍ୟ କାନ୍‌ରେ ପହଞ୍ଚି ନିଜ ଯାଦୁ ଦେଖାଇବାକୁ ଆରମ୍ଭ କଲେଣି।  ସେମାନଙ୍କ ମଧ୍ୟରୁ କିଛି ଅଭିନେତ୍ରୀଙ୍କ ଫାଷ୍ଟ ଲୁକ୍‌ ସାମ୍ନାକୁ ଆସିବା ପରେ ସୋଶାଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ୟୁଜରମାନେ ନିଜ ପ୍ରିୟ ଅଭିନେତ୍ରୀଙ୍କ ଗ୍ଲାମରସ୍‌ ଓ ଗର୍ଜିଅସ ଫଟୋ ଦେଖି ନିଜର କମେଣ୍ଟ୍‌ ଦେବା ମଧ୍ୟ ଆରମ୍ଭ କରିଦେଇଛନ୍ତି।

ଗତକାଲି ବଲିଉଡ଼ର ଆଗଧାଡିର ନାୟିକା ଦୀପିକା ପାଦୁକୋନ୍‌ , କଙ୍ଗନା ରଣାୱତ୍‌ ଓ ପ୍ରିୟଙ୍କା ଚୋପ୍ରାଙ୍କ କାନ୍‌ର ଫାଷ୍ଟ୍‌ ଲୁକ୍‌ ସାମ୍ନାକୁ ଆସିଛି। କଙ୍ଗନା ରେଡ୍‌ ନାଲି ବର୍ଡରର ଗୋଲ୍ଡେନ୍‌ ରଙ୍ଗର କାଞ୍ଜିବରମ୍‌ ଶାଢ଼ୀ ପିନ୍ଧିଥିଲେ। ଏହା ସହ ମେରୁନ୍‌ କଲରର ଗ୍ଲୋଭ୍ସ ବି ପିନ୍ଧିଥିଲେ। କଙ୍କନାଙ୍କ ଏହି  କଷ୍ଟ୍ୟୁମ୍‌ ଭାରତୀୟ ଡିଜାଇନର ଫାଲ୍‌ଗୁନୀ ଆଣ୍ଡ୍‌ ସେନ୍‌ ପିକକ୍‌ ଡିଜାଇନ୍‌ କରିଥିଲେ।। ତାଙ୍କ ଫଟୋ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବାପରେ ୟୁଜରମାନେ ଲେଖିଥିଲେ କଙ୍ଗନା ‘କିଲର’ ଲାଗୁଛନ୍ତି।  ଆଉ କିଛି କଙ୍ଗନା ଜଣେ ଭଲ ଅଭିନେତ୍ରୀ ହେବା ସହର ଭାରତୀୟ ପରମ୍ପରାକୁ ଖୁବ୍‌ ଭଲ ଭାବେ ଉପସ୍ଥାପନା କରିଛନ୍ତି ବୋଲି ଲେଖିଥିଲେ। କଙ୍ଗନାଙ୍କ ଦ୍ୱିତୀୟ ଲୁକ୍‌ ବି ସାମ୍ନାକୁ ସାମ୍ନାକୁ ଆସିଛି।

କଙ୍ଗନାଙ୍କ ପରି ଦୀପିକାଙ୍କ ଲୁକ୍‌ ବି କିଛି କମ୍‌ ନଥିଲା। ସେ କଳା ଏବଂ ଧଳା ରଙ୍ଗର ଲମ୍ବା ଟ୍ରେଲ୍‌ ଥାଇ ହାଇ ଷ୍ଟିଲ୍‌ ଡ୍ରେସ୍‌ରେ ଖୁବ୍‌ ସୁନ୍ଦର ଲାଗୁଥିଲେ। ତାଙ୍କ ହେୟାକ ଷ୍ଟାଇଲ୍‌ ତାଙ୍କୁ ଆହୁରି ସୁନ୍ଦର କରୁଥିଲା। ଦୀପିକାଙ୍କ ଏହି ଡ୍ରେସ୍‌ ପିଟର ଡୁଣ୍ଡାସ୍‌ଙ୍କ ଡିଜାଇନ୍‌ କରିଛନ୍ତି।  ତାଙ୍କର ଏହି ଫଟୋ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ କିଛି ୟୁଜର ତାଙ୍କୁ  ମୋଷ୍ଟ୍‌ ଷ୍ଟାଇଲିସ୍‌ କହୁଛନ୍ତି ତ କିଏ ତାଙ୍କୁ ଗର୍ଜିଅସ୍‌ କହୁଛନ୍ତି।

ମେଟ୍‌ ଗାଲାରେ ନିଜ ଲୁକ୍‌ ଲାଗି ପ୍ରିୟଙ୍କା ଅନେକ ସମାଲୋଚନାର ଶିକାର ହେବା ପରେ କାନ୍‌ରେ ନିଜ ଲୁକ୍‌କୁ ନେଇ ଖୁବ୍‌ ପ୍ରଶଂସା ସାଉଣ୍ଟିଛନ୍ତି।



from Odisha Reporter http://bit.ly/2EdH1gc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages