
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସୁନ୍ଦର, ଆକର୍ଷଣୀୟ ଦେଖାଯିବା ଲାଗି ଡ୍ରେସ୍ ଚୟନର ଭୂମିକା ମଧ୍ୟ କିଛି କମ୍ ନ ଥାଏ। ଏଥିଲାଗି କେବଳ ମେକଅପ୍, ହେୟାର ଷ୍ଟାଇଲକୁ ହିଁ ଗୁରୁତ୍ୱ ଦେଲେ ହେବ ନାହିଁ। ଏଥିଲାଗି ଆପଣଙ୍କ ଡ୍ରେସିଂ ସେନସ୍ ମଧ୍ୟ ଭଲ ହେବା ଆବଶ୍ୟକ। ଆପଣଙ୍କ ଫ୍ୟାଶନ ଷ୍ଟେଟମେଣ୍ଟ ଆପଣଙ୍କୁ ଆକର୍ଷଣୀୟ କରିବା ସହ ଓ ଗୁଡ଼୍ ଲୁକିଂର ଆଖ୍ୟା ମଧ୍ୟ ଦେଇଥାଏ। ଯଦି ଆପଣ ଭାବୁଛନ୍ତି ମୋଟାପଣ କିମ୍ୱା କମ୍ ହାଇଟ୍ ଯୋଗୁ ଆପଣଙ୍କ ଲୁକ୍ ଖରାପ ହେଉଛି, ତା ହେଲେ ଆପଣ ନିଜ ଡ୍ରେସ୍ ସେନସ୍ରେ ଟିକେ ପରିବର୍ତ୍ତନ ଆଣନ୍ତୁ, ଆଉ ଲୋକଙ୍କ ପ୍ରଶଂସାର ପ୍ରତ୍ର ହୁଅନ୍ତୁ। ଏପରି କରିବା ଦ୍ୱାରା ଆପଣ ସ୍ଲିମ୍, ଟ୍ରିମ୍, ଲମ୍ୱା ଓ ସୁନ୍ଦର ଦେଖାଯାଇପାରିବେ। ଆସନ୍ତୁ ଜାଣିବା ଏଥିଲାଗି ଆପଣ କଣ କଣ ଟିପ୍ସ ଫଲୋ କଲେ ପାଇପାରିବେ ଗ୍ଲାମରସ୍ ଲୁକ୍।

ଡାର୍କ ଓ ସିଙ୍ଗଲ କଲର ଡ୍ରେସ ଚୟନ କରନ୍ତୁ
ଡାର୍କ କଲରର କପଡା ପିନ୍ଧିବା ଦ୍ୱାରା ଆପଣ ସ୍ଲିମ୍ ଲାଗିବେ। ତେଣୁ ଆପଣ ବ୍ଲାକ୍, ଗ୍ରେ, ବ୍ରାଉନ କିମ୍ୱା ଅନ୍ୟ କୌଣସି କଲରର ସିମ୍ପଲ ଓ ସୋବର ଲାଗୁଥିବା ଡ୍ରେସ୍ ପିନ୍ଧି ପାରନ୍ତି। ଏହାଦ୍ୱାରା ଆପଣ ପତଳା, ଲମ୍ୱା ଓ ସୁନ୍ଦର ଦେଖାଯିବେ। କିନ୍ତୁ ଅଲଗା, ଅଲଗା ରଙ୍ଗର ଡ୍ରେସ୍ ପିନ୍ଧିବା ଦ୍ୱାରା ଆପଣଙ୍କ ଶରୀର ଭାଗ ଭାଗ ହେବା ପରି ଲାଗିବ। ଏଥିଲାଗି ଡାର୍କ ଓ ସିଙ୍ଗଲ୍ କଲରରର ଡ୍ରେସ୍ ହିଁ ପ୍ରଥମେ ଚୟନ କରନ୍ତୁ। ଆପଣଙ୍କ ଏହି ଲୁକ୍ସ ଦେଖଣାହାରୀଙ୍କ ଆଖିରେ ଏକ ସଲିଡ୍ ଲାଇନ ତିଆରି କରି ଦେଇଥାଏ। ଫଳରେ ଆପଣ ଲମ୍ୱା ଓ ସ୍ଲିମ୍ ବୋଲି ଭ୍ରମ ସୃଷ୍ଟି ହୋଇଥାଏ।

ଭର୍ଟିକାଲ ଲାଇନର ଡ୍ରେସ୍ ବାଛନ୍ତୁ
ଭର୍ଟିକାଲ ଲାଇନର ଡ୍ରେସ୍ ପିନ୍ଧିଥିଲେ ଆପଣଙ୍କୁ ଦେଖୁଥିବା ବ୍ୟକ୍ତିର ଆଖି ଚଉଡା ପରିବର୍ତ୍ତେ ଆପଣଙ୍କ ହାଇଟ୍ ଉପରେ କେନ୍ଦ୍ରିଭୂତ ହୋଇଥାଏ। ଏଥିଲାଗି ଲମ୍ୱା ଦେଖାଯିବାକୁ ଚାହୁଁଥିଲେ ସବୁବେଳେ ଭର୍ଟିକାଲ ଲାଇନର ଡ୍ରେସ୍ ହିଁ ପ୍ରଥମ ପସନ୍ଦ କରନ୍ତୁ।
ଠିକ୍ ଫିଟିଙ୍ଗ ଓ ସାଇଜ୍ ଆଣନ୍ତୁ
ଯଦି ଆପଣ ହେଲଦି ଅଛନ୍ତି, ଧ୍ୟାନ ରଖନ୍ତୁ ବେଶି ଢିଲା କିମ୍ୱା ଟାଇଟ୍ କପଡା ପିନ୍ଧନ୍ତୁ ନାହିଁ। ତେଣୁ ଯାହା ପିନ୍ଧୁଛନ୍ତି ତାହା ପରଫେକ୍ଟ ଫିଟିଙ୍ଗ ହେବା ସହ ଠିକ୍ ସାଇଜର ହେବା ଆବଶ୍ୟକ। କାରଣ ଢିଲା କପଡା ପିନ୍ଧିବା ଦ୍ୱାରା ଆପଣଙ୍କ ହାଇଟ୍ କମ୍ ସହ ଆପଣ ଅଧିକ ମୋଟା ଲାଗିପାରନ୍ତି। ଏଥିଲାଗି ଏପରି ଡ୍ରେସ୍ ଚୟନ କରନ୍ତୁ, ଯାହା ଆପଣଙ୍କୁ ପରଫେକ୍ଟ ଲାଗିବା ସହ ଆପଣ ସ୍ଲିମ୍ ଓ ଲମ୍ୱା ଦେଖାଯିବେ।

ବଡ ପ୍ରିଣ୍ଟ ଥିବା ଡ୍ରେସ୍
ଯଦି ଆପଣ ମୋଟା ଅଛନ୍ତି, ତା ହେଲେ ବଡ ପ୍ରିଣ୍ଟ ଥିବା ଡ୍ରେସ୍କୁ କେବେବି ବାଛନ୍ତୁ ନାହିଁ। ଏହାଦ୍ୱାରା ଆପଣଙ୍କ ଶରୀର ଅଧିକ ମୋଟା ଲାଗିବ। ଏଥିଲାଗି ସବୁବେଳେ ଛୋଟ ପ୍ରିଣ୍ଟ ଥିବା ଡ୍ରେସ୍କୁ ହିଁ ପ୍ରାଥମିକତା ଦିଅନ୍ତୁ। ଏହାବ୍ୟତୀତ ଆପଣ ଶର୍ଟ ହାଇଟ୍ର ହୋଇଥିଲେ ବେକ ଚିପା ଡ୍ରେସ୍ ପିନ୍ଧିବା ଉଚିତ ନୁହେଁ। କାରଣ ଏହାଦ୍ୱାରା ଆପଣଙ୍କ ବେକ ଦେଖାଯିବ ନାହିଁ ଓ ଆପଣ ଅଧିକ ଗେଡା ଲାଗିବେ। ତେଣୁ ସବୁବେଳେ ‘ v’ ଆକାରର କିମ୍ୱା ଗୋଲ ବେକ୍ର ଟି ଶାର୍ଟ, କିମ୍ବା ଅନ୍ୟ ଡ୍ରେସ୍ ବାଛନ୍ତୁ।
ହେୟାର ଷ୍ଟାଇଲ କ’ଣ କରିବେ ?
ଲମ୍ୱା ଦେଖାଯିବା ଲାଗି ଆପଣ ହେୟାର ଷ୍ଟାଇଲର ମଧ୍ୟ ବଡ଼ ଭୂମିକା ଥାଏ। ଯଦି ଆପଣଙ୍କ ହାଇଟ୍ ଛୋଟ ଅଛି, ତେବେ ଆପଣ ନିଜ ହେୟାର ଷ୍ଟାଇଲ ବଦଳାଇ ଦିଅନ୍ତୁ। ଆପଣ କେଶକୁ ଉପରକୁ ଉଠାଇ ଏପରି ହେୟାର ଷ୍ଟାଇଲ କରନ୍ତୁ, ଯେପରି ଆପଣ ଲମ୍ୱା ଦେଖାଯିବେ। ଯଦି ଆପଣ କିଛି ଏପରି କେଶକୁ ସଜାଉଛନ୍ତି ଯାହାକି ଆସି ଆପଣଙ୍କ କାନ୍ଧରେ ଲାଗିକି ରହିବ, ତା ହେଲେ ଆପଣ ନିହାତି ଭାବେ ଛୋଟ ହିଁ ଦେଖାଯିବେ।

ଜୋତା ଓ ସାଣ୍ଡେଲ ଚୟନ
ଲମ୍ବା ଦେଖାଯିବା ଲାଗି ଆପଣ ହାଇ ହିଲ୍ର ସାଣ୍ଡେଲ ଓ ଜୋତାକୁ ହିଁ ବାଛନ୍ତୁ। ଏହାଦ୍ୱାରା ଆପଣଙ୍କ ହାଇଟ୍ ଅଧିକା ଲାଗିଥାଏ। ତେଣୁ ଆପଣଙ୍କ ହାଇଟ୍ କମ୍ ହୋଇଥିଲେ, କେବେ ବି ଫ୍ଲାଟ୍ ଜୋତା, ସାଣ୍ଡେଲ, କିମ୍ୱା ଚପଲ ବାଛିବାର ଭୁଲ କରନ୍ତୁ ନାହିଁ।

from Odisha Reporter http://bit.ly/2WOwDmB
No comments:
Post a Comment