ଆସିଲାନି ଆମ୍ବୁଲାନ୍ସ: ବାଇକ୍‌ରେ ବୁହା ହେଲା ଶବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 14, 2019

ଆସିଲାନି ଆମ୍ବୁଲାନ୍ସ: ବାଇକ୍‌ରେ ବୁହା ହେଲା ଶବ

bike

ଜୟପୁର (ଟି. ଗୌରିଶଙ୍କର): ପୁଣି ଶବକୁ ଅସମ୍ମାନ। ମୋଟର ସାଇକଲ୍‌ରେ ବୁହା ହେଲା ମୃତଦେହ। ମେଡିକାଲରୁ ଆମ୍ବୁଲାନ୍ସ କିମ୍ବା ଅନ୍ୟ କୌଣସି ସହାୟତା ନ ମିଳିବାରୁ ବାଧ୍ୟ ହୋଇ ମୃତକଙ୍କ ପରିବାର ଲୋକ ମୋଟର ସାଇକେଲ୍‌ରେ ମୃତଦେହ ନେଇ ବ୍ୟବଚ୍ଛେଦ କରିଛନ୍ତି। ଏ ଘଟଣା ଘଟିଛି କୋରାପୁଟ ଜିଲ୍ଲାରେ।

ରବିବାର ଦିନ ବଜ୍ରାଘାତରେ କୁନ୍ଦୁରା ବ୍ଳକ୍‌ ଅନ୍ତର୍ଗତ କାଉଡ଼ିଆଗୁଡ଼ାର ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା। ତେବେ ରାତି ହୋଇଯିବାରୁ ପରିବାର ଲୋକେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ନେଇ ପାରି ନଥିଲେ। ତା’ପର ଦିନ ସେମାନେ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ। କିନ୍ତୁ ଆମ୍ବୁଲାନ୍ସ ଆସି ନଥିଲା। ଏନେଇ କୁନ୍ଦୁରା ଗୋଷ୍ଠୀ ସ୍ୱାସ୍ଥ୍ୟ ସହିତ ସେମାନେ ଯୋଗାଯୋଗ କରିଥିଲେ ବି କିଛି ସୁଫଳ ମିଳି ନଥିଲା। ଶବକୁ ଡାକ୍ତରଖାନା ନେବା ପାଇଁ ସେମାନେ ଅନ୍ୟ କୌଣସି ଗାଡ଼ି ମଧ୍ୟ ପାଇ ନଥିଲେ। ତେଣୁ ବାଧ୍ୟ ହୋଇ ସେମାନେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ବାଇକ୍‌ ଯୋଗେ କୁନ୍ଦୁରା ଗୋଷ୍ଠୀ ସ୍ୱାସ୍ଥ୍ୟକୁ ନେଇଥିଲେ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।



from Odisha Reporter http://bit.ly/2vXcj6I

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages