ରମ୍‌ଜାନ୍‌ ମାସରେ ରୋଜା ରଖିବା ଶରୀର ପାଇଁ ଖୁବ୍‌ ଉପକାରୀ, ହୋଇଥାଏ ଏହି ୫ଟି ଲାଭ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 14, 2019

ରମ୍‌ଜାନ୍‌ ମାସରେ ରୋଜା ରଖିବା ଶରୀର ପାଇଁ ଖୁବ୍‌ ଉପକାରୀ, ହୋଇଥାଏ ଏହି ୫ଟି ଲାଭ

ମୁମ୍ବାଇ: ଏବେ ଚାଲିଛି ରମ୍‌ଜାନ୍‌ର ମାସ। ଏହି ମାସରେ ମୁସଲମାନ୍‌ ସମ୍ପ୍ରଦାୟର ଛୋଟଠୁ ବୁଢା, ବୟସ୍କ ସମସ୍ତେ ରୋଜା ତଥା ଉପବାସ ରଖନ୍ତି। ରମ୍‌ଜାନ୍‌ର ଏହି ପବିତ୍ର ମାସରେ ରୋଜା ରଖିବା ଦ୍ୱାରା କେବଳ ପୂଣ୍ୟ ହୋଇ ନଥାଏ ଶରୀର ପାଇଁ ମଧ୍ୟ ଖୁବ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ। ଏଥିପାଇଁ ଅନେକ ମୁସ୍‌ଲିମ୍‌ ବ୍ୟକ୍ତି ମାନସିକ ଓ ଶାରୀରିକ ରୂପରେ ସୁସ୍ଥ ରହିବା ପାଇଁ ରୋଜା ଓ ବ୍ରତ କରିଥାନ୍ତି। ତେବେ ଚାଲନ୍ତୁ ଜାଣିବା ରମ୍‌ଜାନ୍‌ରେ ରୋଜା ରଖିବା ଦ୍ୱାରା ଶରୀରର ପାଇଁ କ’ଣ ଉପକାର ହୋଇଥାଏ।
ଓଜନ କମ୍‌ ହୋଇଥାଏ: ମୋଟାପଣ, ଆଜିକାଲି ଅଧିକାଂଶ ଲୋକଙ୍କ ଚିନ୍ତା ପାଲଟିଛି। କିନ୍ତୁ ଆପଣ ରୋଜା ରଖିବା ଦ୍ୱାରା ମୋଟାପଣକୁ ଆୟତ୍ତକୁ ଆଣି ପାରିବେ। ଏକ ଗବେଷଣା ଅନୁଯାୟୀ ଖାଲି ପେଟରେ ରହିବା କିମ୍ବା କମ୍‌ ମାତ୍ରାରେ ଖାଇବା ଦ୍ୱାରା ଶରୀରରେ ମୋଟାପଣ କମ୍‌ ହୋଇଥାଏ। ଏହାଦ୍ୱାରା ବ୍ଲଡ୍‌ ସର୍କ୍ୟୁଲେସନ୍‌ କମ୍‌ ହେବା ସହ ଓଜନ୍ ବି କମ୍‌ ହୋଇଥାଏ। ଉପବାସ କରିବା ଦ୍ୱାରା ଶରୀରର କୋଶିକା ଉପରେ ପ୍ରଭାବ ପଡ଼ିଥାଏ। ଏହା ଓଜନ କମ୍‌ କରିବାରେ ସହାୟକ ହୋଇଥାଏ।
ଖଜୁରୀ ଖାଇବା ଜରୁରୀ: ରମ୍‌ଜାନ୍‌ ସମୟରେ ଖଜୁରୀର ଖାସ୍‌ ମହତ୍ତ୍ୱ ରହିଥାଏ। ଇସ୍‌ଲାମ୍‌ରେ ରୋଜା ଭାଙ୍ଗିବାକୁ ସମସ୍ତେ ଖଜୁରୀର ସାହାଯ୍ୟ ନେଇ ଥାନ୍ତି। ଖଜୁରୀ ଖାଇବା ଶରୀର ଲାଗି ଖୁବ୍‌ ଲାଭଦାୟକ ହୋଇଥାଏ। ଏହା ଶରୀରକୁ ଶକ୍ତି ଯୋଗାଇବା ସହ ଖଜୁରୀରେ ଥିବା ଫାଇବର ହଜମ କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ଖଜୁରୀରେ ପୋଟାସିୟମ୍‌ ମ୍ୟାଗ୍ନେସିମ୍‌ ଓ ଭିଟାମିନ୍‌ ବି ରହିଥାଏ। ଯାହା ଶରୀର ପାଇଁ ଖୁବ୍‌ ଉପକାରୀ।

କୋଲେଷ୍ଟ୍ରଲ୍‌ କମ୍‌ କରିଥା: ରମ୍‌ଜାନ୍‌ରେ ରୋଜା ରଖିବା ଦ୍ୱାରା ଓଜନ କମିବା ସହ ଶରୀରରେ କୋଲେଷ୍ଟ୍ରଲ୍‌ ବି କମ୍‌ ହୋଇଥାଏ। କୋଲେଷ୍ଟ୍ରଲ୍‌ କମ୍‌ ଥିଲେ ହାର୍ଟ୍‌ ସୁସ୍ଥ ରହିଥାଏ। ଏହାସହ ହାର୍ଟ ଆଟାକ୍‌ ଓ ଷ୍ଟ୍ରୋକ୍‌ ଭଳି ଗମ୍ଭୀର ରୋଗରୁ ବି ମୁକ୍ତି ମିଳିଥାଏ।

ମେଟାବୋଲିଜିମ୍‌ ଠିକ୍‌ ରହିଥାଏ: ଉପବାସ କରିବା ଦ୍ୱାରା ମେଟାବୋଲିଜିମ୍‌ ସଠିକ୍‌ ଭାବେ କାମ କରିଥାଏ। ତେଣୁ ଉପବାସ ପରେ ଖାଇବା ଦ୍ୱାରା ଅଧିକରୁ ଅଧିକ ନ୍ୟୁଟ୍ରିଏଟ୍‌ସ ଶରୀରକୁ ମିଳିଥାଏ। ଉପବାସ ପରେ ଖାଇବା ଦ୍ୱାରା ଶରୀରରେ diponectin ହର୍ମନ ମଧ୍ୟ ତିଆରି ହୋଇଥାଏ।

ଖରାପ ବ୍ୟବହାରରୁ ମୁକ୍ତି ଦେଇଥାଏ: ଖରାପ ଜିନିଷରୁ ଦୂରେଇ ରହିବାକୁ ଚାହୁଁଥିଲେ ରମ୍‌ଜାନ୍‌ ସବୁଠୁ ଭଲ ସମୟ। ରୋଜା ରଖିବା ପରେ ବ୍ୟକ୍ତି ଧୂମପାନ, ତମାଖୁ, ମିଠା ଜିନିଷ ସେବନରୁ ଦୂରେଇ ରହିଥାଏ। ତେଣୁ ଏସବୁରୁ ଦୂରେଇ ରହିବାକୁ ରମ୍‌ଜାନ୍‌ ସବୁଠୁ ଭଲ ସମୟ।



from Odisha Reporter http://bit.ly/2Q8rLWY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages