୮୨ ବର୍ଷୀୟ ପୁଅର ଯତ୍ନ ନେଉଛି ୧୦୦ ବର୍ଷର ମା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 20, 2019

୮୨ ବର୍ଷୀୟ ପୁଅର ଯତ୍ନ ନେଉଛି ୧୦୦ ବର୍ଷର ମା’

ଲଣ୍ଡନ:  ମା’ ସବୁବେଳେ ମା’। ଛୁଆ ଯେତେ ବଡ ହେଲେ ବି ମା’ ଆଗରେ ସେ ଛୁଆ। ଲଣ୍ଡନରେ ରହୁଛନ୍ତି ଏପରି ଏକ ମା’ ପୁଅ ଯୋଡି।  ମା’ ବୟସ ୧୦୦ ହୋଇଥିବା ବେଳେ ଓ ପୁଅକୁ ଛୁଇଁଲାଣି  ୮୨। ଏଡା କିଟିଂଙ୍ଗ ନାମ୍ନୀ ଏହି ଶତାୟୁ ମହିଳ ଏବେ ବି ନିଜ ପୁଅ ଟାମ୍‌ଙ୍କ ଯତ୍ନ ନେଉଛନ୍ତି, ଦେଖାରଖା କରୁଛନ୍ତି। ଏଡାଙ୍କ ୪ ଛୁଆ ମଧ୍ୟରୁ ଟାମ୍‌ ସବୁଠୁ ବଡ଼।

ଏଡା ନିଜ ଛୁଆମାନଙ୍କ ପାଖରେ ନ ରହି ଅନ୍ୟତ୍ର ରହୁଥିଲେ। ହେଲେ ବୟସର ସାୟାହ୍ନରେ ଯେବେ ବଡ ପୁଅ ଟାମ୍‌ ଏକା ହୋଇଗଲେ। ସେତେବେଳେ ସେ ଏକ ବୃଦ୍ଧାଶ୍ରମକୁ ରହିବାକୁ ଚାଲି ଆସିଲେ। ଏଡା ଏହା ଶୁଣିବା ପରେ ତାଙ୍କ ମା’ ମନ ବୁଝିଲା ନାହିଁ। ପୁଅ କଥା କିଏ ବୁଝିବା, କିଏ ତାହାର ଯତ୍ନ ନେବ ଏହା ତାଙ୍କୁ ଅଥୟ କଲା।  ଦେହରେ ବଳ ନ ଥିଲେ ମଧ୍ୟ ମନରେ ଥିବା ଇଚ୍ଛାଶକ୍ତିକୁ ଆଧାର କରି ସେ ମଧ୍ୟ ପହଞ୍ଚିଗଲେ ସେଠାରେ। ଆଉ ମା’ ପୁଅ ଏବେ ଖୁସିରେ ସେଠାରେ ରହୁଛନ୍ତି।

ପ୍ରାୟ ୩ ବର୍ଷ ହେବ ମା’ ପୁଅ ଯୋଡି ଏଠାରେ ରହି ଆସୁଛନ୍ତି। ଦୁହେଁ ଏକ ସଙ୍ଗେ ପୂରା ଦିନ ବିତାଇଥାନ୍ତି, ଖିଆପିଆ କରନ୍ତି, ମଜାମସ୍ତି କରନ୍ତି, ଖେଳନ୍ତି ମଧ୍ୟ। ଏଡା ସବୁଦିନ ରାତିରେ ପୁଅକୁ ଗୁଡ଼ ନାଇଟ କହି  ନିଜ ରୁମ୍‌କୁ ଯାଇଥାନ୍ତି।  ପରଦିନ ଡାଇନିଂ ଟେବୁଲରେ ଉଭୟ ସାଥୀ ହୋଇ ବ୍ରେକ୍‌ଫାଷ୍ଟ କରିଥାନ୍ତି।

ଏଡା କୁଆଡେ ଗଲେ ଟାମ୍‌ ତାଙ୍କ ଅପେକ୍ଷା କରିଥାନ୍ତି। ମା’ ଘରକୁ ଫେରି ଆସିଲେ ଛୋଟ ଛୁଆଙ୍କ ପରି ମା’ଙ୍କୁ ଗେଲ କରି ଦେଇଥାନ୍ତି। ସବୁ ମା’ ପରି ଏଡା ମଧ୍ୟ ନିଜ ପୁଅ ବୁଢା ହୋଇ ସାରିଥିବା କଥା ସ୍ୱୀକାର କରିବାକୁ ଚାହାନ୍ତିନି। ସେ ଏବେ ବି ନିଜ ପୁଅକୁ ସବୁ କଥାରେ ଉପଦେଶ ଦେଇଥାନ୍ତି।



from Odisha Reporter http://bit.ly/2w6utmx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages