ଘାଟିରେ ୨୦ ଫୁଟ୍‌ ତଳକୁ ଖସିପଡ଼ିଲା ମିନିବସ୍‌, ଜଣେ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 21, 2019

ଘାଟିରେ ୨୦ ଫୁଟ୍‌ ତଳକୁ ଖସିପଡ଼ିଲା ମିନିବସ୍‌, ଜଣେ ମୃତ

ମୋହନା(ମିହିର ଜତି): ଜ୍ୱାଇଁ ଦେଖି ଫେରୁଥିବା ବେଳେ ଘାଟିରେ ଖସି ପଡ଼ିଲା ମିନିବସ୍‌। ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୫ ଜଣ ଆହତ ହୋଇଛନ୍ତି। ଗୁରୁତର ଆହତଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଆଜି ସନ୍ଧ୍ୟାବେଳେ ଏହିଁ ଦୁର୍ଘଟଣା ଗଞ୍ଜାମ ଜିଲ୍ଲାର ତପ୍ତପାଣି ଘାଟିରେ ଘଟିଛି।

ସୂଚନା ଅନୁଯାୟୀ, ଦିଗପହଣ୍ଡି ଦ୍ୱାର ଗାଁରୁ ଏକ ମିନି ବସ୍‌ରେ ଜ୍ୱାଇଁଙ୍କୁ ଦେଖିବା ପାଇଁ କନ୍ୟାପକ୍ଷ ଚାନ୍ଦିପୁଟ୍ ଯାଇଥିଲେ। ସେମାନେ ଫେରୁଥିବା ବେଳେ ବସ୍‌ଟି ଭାରସାମ୍ୟ ହରାଇ ତପ୍ତପାଣି ଘାଟିରେ ୨୦ ଫୁଟ୍‌ ତଳକୁ ଖସି ପଡ଼ିଥିଲା। ଫଳରେ ରଘୁଆ ଗୌଡ଼ ନାମକ ଜଣେ ଲୋକଙ୍କ ମୃତ୍ୟୁ ଘଟିଛି ଏବଂ ୩୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଅଗ୍ନିଶମ କର୍ମଚାରୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଛି।



from Odisha Reporter http://bit.ly/2WhmdPl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages