
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ବ୍ୟାଟ୍ସମ୍ୟାନ୍ ହନୁମା ବିହାରୀ ନିଜର ଦୀର୍ଘଦିନର ଗାର୍ଲଫ୍ରେଣ୍ଡ୍ ପ୍ରୀତିଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ତେଲୁଗୁ ରୀତିନୀତି ଅନୁଯାୟୀ ବିବାହ ସମାରୋହ ପ୍ରୀତିଙ୍କ ବାସଭବନରେ ହୋଇଛି। ଏହି ଅବସରରେ ପ୍ରାୟ ୧୫୦୦ ଅତିଥି ନବଦମ୍ପତିଙ୍କୁ ବୈବାହିକ ଜୀବନରେ ପ୍ରବେଶ କରିବା ନେଇ ଶୁଭକାମନା ଜଣାଇଥିଲେ।
ହନୁମା ବିବାହର ଫଟୋ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି। ଏଥିରେ ସେ ଲେଖିଛନ୍ତି, “ଏହି ହସ ସର୍ବଦା କାଏମ ରଖିବାକୁ ମୁଁ ପ୍ରତିଶୃତି ଦେଉଛି। ଆମକୁ ଆଶୀର୍ବାଦ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ।”
ସୂଚନାଯୋଗ୍ୟ, ହନୁମା ଓ ପ୍ରୀତିଙ୍କ ନିର୍ବନ୍ଧ ଗତବର୍ଷ ଅକ୍ଟୋବରରେ ହାଇଦ୍ରାବାଦରେ ହୋଇଥିଲା। ହନୁମା ଆଣ୍ଠୁରେ ବସି ପ୍ରୀତିଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ। ୨୫ ବର୍ଷୀୟ ହନୁମା ଜଣେ ସ୍ପେଶାଲିଷ୍ଟ ଟେଷ୍ଟ କ୍ରିକେଟର୍। ସେ ଏପର୍ଯ୍ୟନ୍ତ ଭାରତ ପାଇଁ ୪ ଟେଷ୍ଟ ଖେଳି ୨୩.୮୫ ହାରରେ ୧୬୭ ରନ୍ କରିଛନ୍ତି। ତାଙ୍କର ସର୍ବାଧିକ ସ୍କୋର ୫୬ ରନ୍।
ବ୍ୟାଟିଂ ଛଡ଼ା ହନୁମା ନିଜର ଅଫ୍ ସ୍ପିନ୍ ବୋଲିଂ ଦ୍ୱାରା ମଧ୍ୟ ଯୋଗଦାନ କରନ୍ତି। ହନୁମା ଟେଷ୍ଟରେ ଏପର୍ଯ୍ୟନ୍ତ ୫ ୱିକେଟ୍ ନେଇଛନ୍ତି। ପ୍ରଥମଶ୍ରେଣୀ କ୍ରିକେଟରେ ହନୁମାଙ୍କ ନାମରେ ୫ହଜାରରୁ ଅଧିକ ରନ୍ ରହିଛି, ଯେଉଁଥିରେ ୧୭ ଶତକ ମଧ୍ୟ ସାମିଲ୍ ଅଛି।
from Odisha Reporter http://bit.ly/2M95IkG
No comments:
Post a Comment