କେଜ୍ରିଓ୍ୱାଲଙ୍କ ସୁରକ୍ଷା ପ୍ରତ୍ୟାହାର ପାଇଁ ଦାବି କଲା ବିଜେପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 19, 2019

କେଜ୍ରିଓ୍ୱାଲଙ୍କ ସୁରକ୍ଷା ପ୍ରତ୍ୟାହାର ପାଇଁ ଦାବି କଲା ବିଜେପି

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସ ଦ୍ୱାରା ଯୋଗାଇ ଦିଆଯାଉଥିବା ସୁରକ୍ଷା କର୍ମୀ ତାଙ୍କୁ ହତ୍ୟା କରିପାରନ୍ତି ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଗତକାଲି କହିଥିଲେ। ତେବେ ତାଙ୍କୁ ହତ୍ୟା କରିବା ପାଇଁ ବିଜେପି ଓ ପ୍ରଧାନମନ୍ତ୍ରୀ ଯୋଜନା କୁରଛନ୍ତି ବୋଲି ଦର୍ଶାଇଥିଲେ। ଏବେ ଏହାକୁ ନେଇ ବିଜେପି ପ୍ରତିକ୍ରିୟା ରଖିଛି। ଦିଲ୍ଲୀ ପୁଲିସ କମିଶନର କେଜ୍ରିଓ୍ୱାଲଙ୍କ ସୁରକ୍ଷାକୁ ନେଇ କ୍ଷମା ମାଗିବା ଉଚିତ ନହେଲେ ଦିଲ୍ଲୀ ପୁଲିସ କମିଶନର ମୁଖ୍ୟମନ୍ତ୍ରୀ କେଜ୍ରିଓ୍ୱାଲଙ୍କ ପାଖରୁ ସୁରକ୍ଷା କାଢ଼ି ନେବା ଦରକାର ବୋଲି ଜଣେ ବିଜେପି ମୁଖପାତ୍ର ଉପ ରାଜ୍ୟପାଳ, କେନ୍ଦ୍ର ଗୃହମନ୍ତ୍ରୀ ଓ ଦିଲ୍ଲୀ ପୁଲିସ କମିଶନରଙ୍କୁ ଚିଠି ଲେଖି ଜଣାଇଛନ୍ତି।

ସେ କହିଛନ୍ତି, ନିଜ ସୁରକ୍ଷା ନେଇ କେଜ୍ରିଓ୍ୱାଲ ସୁରକ୍ଷାକର୍ମୀଙ୍କ ଉପରେ ଯେଉଁଭଳି ସନ୍ଦେହ କରୁଛନ୍ତି, ତା’ ଦ୍ୱାରା ଅନେକ ସୁରକ୍ଷାକର୍ମୀ ମାନସିକ ଚାପଗ୍ରସ୍ତ ଥିବେ । ତେଣୁ ଯେଉଁ ସୁରକ୍ଷାକର୍ମୀ କେଜ୍ରିଓ୍ୱାଲଙ୍କ ସୁରକ୍ଷାରେ ନିୟୋଜିତ ରହୁଛନ୍ତି ସେମାନଙ୍କର ମାନସିକ ସ୍ଥିତି ପରୀକ୍ଷା ହେବା ଦରକାର ବୋଲି ଦିଲ୍ଲୀର ଏହି ବିଜେପି ମୁଖପାତ୍ର କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ତାଙ୍କୁ ହତ୍ୟା କରିବା ପାଇଁ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ଯୋଜନା କରୁଛନ୍ତି ବୋଲି କେଜ୍ରିୱାଲ କହିଥିଲେ। ଗେରୁଆ ଦଳ ତାଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭଳି ହତ୍ୟା କରିପାରେ ବୋଲି କେଜ୍ରିଓ୍ୱାଲ ସନ୍ଦେହ ପ୍ରକାଶ କରିଥିଲେ। ତେବେ ଦିଲ୍ଲୀ ପୁଲସ କେଜ୍ରିଓ୍ୱାଲଙ୍କ ପାଖରୁ ସୁରକ୍ଷା ପ୍ରତ୍ୟାହାର କରିନାହାନ୍ତି।



from Odisha Reporter http://bit.ly/2LW459F

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages