ଶ୍ରୀମନ୍ଦିରର ମରାମତି ଯୁଦ୍ଧକାଳୀନ ଭିତ୍ତିରେ କରାଯାଉଛି: ଧର୍ମେନ୍ଦ୍ର ପ୍ରଧାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 19, 2019

ଶ୍ରୀମନ୍ଦିରର ମରାମତି ଯୁଦ୍ଧକାଳୀନ ଭିତ୍ତିରେ କରାଯାଉଛି: ଧର୍ମେନ୍ଦ୍ର ପ୍ରଧାନ

ପୁରୀ (ଓଡ଼ିଶା ରିପୋର୍ଟର):ସାମୁଦ୍ରିକ ଝଡ଼ ‘ଫୋନି’ର ପ୍ରଭାବରେ ଶ୍ରୀମନ୍ଦିର ପରିସରରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଭାରତୀୟ ପ୍ରତ୍ନତତ୍ତ୍ୱ ସଂସ୍ଥା(ଏଏସଆଇ) ଶ୍ରମନ୍ଦିରରେ ଥିବା ମରାମତି କାମକୁ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରିଛି। ଖୋଦ୍ ଏଏସଆଇ ଡିଜି ଏଠାକୁ ଆସି ଶ୍ରୀମନ୍ଦିର ପରିଦର୍ଶନ କରିଯାଇଥିବା ବେଳେ ଯଥାଶୀଘ୍ର ଶ୍ରୀମନ୍ଦିର ମରାମତି କାର୍ଯ୍ୟକୁ ସମ୍ପୂର୍ଣ୍ଣ କରାଯିବ ବୋଲି କହିଛନ୍ତି।

ଆଜି ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିବା ଅବସରରେ ଏଏସ୍ଆଇ ଅଧିକାରୀ ତଥା ବିଭାଗୀୟ ଡିଜିଙ୍କ ସହ ଆଲୋଚନା କରିବା ପରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନା

ଶ୍ରୀ ପ୍ରଧାନ କହିଛନ୍ତି ଯେ, ଗତ ୩ ତାରିଖରେ ବାତ୍ୟା ‘ଫୋନି’ ଯୋଗୁ ପୁରୀ ଜିଲ୍ଲାର ଧନ ଜୀବନ, ବୃକ୍ଷଲତା, ପଶୁ ସମ୍ପଦ ଆଦିରେ ଅପୂରଣୀୟ କ୍ଷତି ହୋଇଛି। ଗରିବ ଲୋକମାନେ ଏହା ଦ୍ୱାରା ସବୁଠୁ ବେଶୀ ପ୍ରଭାବିତ ହୋଇଛନ୍ତି। ତେବେ ପୁରୀରେ ଟେଲିଫୋନ ସେବା, ବିଜୁଳି ସେବା, ପିଇବା ପାଣି ବ୍ୟବସ୍ଥା ଧୀରେ ଧୀରେ ସ୍ୱାଭାବିକ ହେବାରେ ଲାଗିଛି।

ଅନେକ ପୁନରୁଦ୍ଧାର କାମ ଏବେ ମଧ୍ୟ ବାକି ରହିଥିବା ବେଳେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ରଥଯାତ୍ରା ସୁଦ୍ଧା ସମସ୍ତଙ୍କ ପ୍ରଚେଷ୍ଟାରେ ସ୍ୱାଭାବିକ ସ୍ଥିତି ଫେରାଇ ଅଣାଯିବ। ଏହା ସମସ୍ତଙ୍କର ଦାୟିତ୍ୱ। ତେବେ ସମସ୍ତେ ସେହି କାମରେ ଲାଗିଥିବା ଶ୍ରୀ ପ୍ରଧାନ କହିଛନ୍ତି।



from Odisha Reporter http://bit.ly/2EjFXrl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages