
ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲାରେ ନକ୍ସଲଙ୍କ ଲଙ୍କାକାଣ୍ଡ। ମାଥିଲି ଥାନା ଅନ୍ତର୍ଗତ ଟିମୁରପାଲି ପଞ୍ଚାୟତ ଅଫିସକୁ ଉଡ଼ାଇଦେଇଛନ୍ତି ନକ୍ସଲ। ଗତକାଲି ବିଳମ୍ବିତ ରାତିରେ ୩୦ରୁ ୪୦ ଜଣ ନକ୍ସଲ ଆସି ବିସ୍ଫୋରଣ କରି ପଞ୍ଚାୟତ ଅଫିସକୁ ଉଡ଼ାଇ ଦେଇଛନ୍ତି। ତେବେ ବିସ୍ଫୋରଣରେ କେହି ମୃତାହତ ହୋଇ ନାହାନ୍ତି। ବିସ୍ଫୋରଣରେ ପଞ୍ଚାୟତ ଅଫିସର ଘର ଭାଙ୍ଗି ଯାଇଛି। ତା’ ଭିତରେ ଥିବା ଜିନିଷପତ୍ର ଗୁଡ଼ିକ ନଷ୍ଟ ହୋଇଯାଇଛି। ଏହି ବିସ୍ଫୋରଣରେ ଛତିଶଗଡ଼ି ନକ୍ସଲଙ୍କ ହାତ ଥିବା ଅନୁମାନ କରାଯାଉଛି।
ସୂଚନାଯୋଗ୍ୟ, କିଛିଦିନ ତଳେ କୋଇନିପାଲି ଘାଟିରେ ନକ୍ସଲମାନେ ଆଇଡି ବିସ୍ଫୋରଣ କରିଥିଲେ। ଏଥିରେ ଜଣେ ବିଏସ୍ଏଫ୍ ଯବାନ ଆହତ ହୋଇଥିଲେ।
from Odisha Reporter http://bit.ly/2VMrGOu
No comments:
Post a Comment