ଗୁରୁବାର ସନ୍ଧ୍ୟା ୭ରେ ମୋଦି ନେବେ ଶପଥ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 26, 2019

ଗୁରୁବାର ସନ୍ଧ୍ୟା ୭ରେ ମୋଦି ନେବେ ଶପଥ

ନୂଆଦିଲ୍ଲୀ: ୨୦୧୯ ସାଧାରଣ ନିର୍ବାଚନରେ ବିପୁଳ ଜନାଦେଶ ସହିତ ପୁଣିଥରେ ସରକାର କରିବାକୁ ସମର୍ଥ ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ଵାଧୀନ ଏନଡିଏ ସରକାର ଗୁରୁବାର ଶପଥ ନେବେ। ରାଷ୍ଟ୍ରପତି ଭବନଠାରେ ଏହି କାର୍ଯ୍ୟକ୍ରମ ସନ୍ଧ୍ୟା ୭ଟା ସମୟରେ ଆୟୋଜିତ ହେବ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟ୍ୱିଟ୍‌ କରି ଏହା ଘୋଷଣା କରିଛନ୍ତି।

ଗତକାଲି ସନ୍ଧ୍ୟାରେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସଂସଦର ସେଣ୍ଟ୍ରାଲ ହଲ୍‌ଠାରେ ମୋଦିଙ୍କୁ ମେଣ୍ଟର ସଂସଦୀୟ ନେତା ଭାବରେ ନିର୍ବାଚିତ କରିଥିଲା। ଏହା ପରେ ଏନ୍‌ଡିଏର ସହଯୋଗୀ ଦଳମାନେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ନେତୃତ୍ୱରେ ରାଷ୍ଟ୍ରପତିଙ୍କୁ ଭେଟି ‘ସମର୍ଥନ ପତ୍ର’ ପ୍ରଦାନ କରିବା ସହ ମୋଦିଙ୍କୁ ନେତା ଭାବରେ ବାଛିଥିବା ଜଣାଇଥିଲେ। ଏହାପରେ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିବା ସହ ତାଙ୍କୁ ନିର୍ବାଚିତ ପ୍ରଧାନମନ୍ତ୍ରୀ ନିଯୁକ୍ତ କରିଥିଲେ। ଏନ୍‌ଡିଏ ମୋଟ ୫୪୫ ସଂସଦୀୟ ଆସନରୁ ୩୫୨ଟି ଆସନରେ ଜିତି ଗୃହରେ ପୂର୍ଣ୍ଣ ବହୁମତ ହାସଲ କରିଛି।

ଯଦିଓ ଏ ପର୍ଯ୍ୟନ୍ତ ମନ୍ତ୍ରୀମାନଙ୍କ ନାମ ଘୋଷଣା କରାଯାଇନାହିଁ, ତଥାପି ରାଷ୍ଟ୍ରପତିଙ୍କ ଟ୍ୱିଟ୍‌ରୁ ଜଣାପଡ଼ୁଛି ମନ୍ତ୍ରୀମାନେ ମଧ୍ୟ ମୋଦିଙ୍କ ସହ ଶପଥ ନେବେ। ଅନ୍ୟପକ୍ଷରେ ଶ୍ରୀଲଙ୍କା ରାଷ୍ଟ୍ରପତି ମୈଥ୍ରୀପାଲ ସିରିସେନା ଏହି ଉତ୍ସବରେ ଯୋଗଦେବା ନେଇ ପୁର୍ବରୁ ଚର୍ଚ୍ଚା ହେଉଥିଲେ ମଧ୍ୟ ବର୍ତ୍ତମାନ ଯାଏ ବିଦେଶୀ ଅତିଥିଙ୍କ ବାବଦରେ କୌଣସି ତଥ୍ୟ ଦିଆଯାଇନାହିଁ। ୨୦୧୪ ମସିହାରେ ସାର୍କ ସହଯୋଗୀ ରାଷ୍ଟ୍ରମାନଙ୍କର ନେତା ମୋଦିଙ୍କ ଶପଥ ଉତ୍ସବରେ ଯୋଗ ଦେଇଥିଲେ। ଏପରିକି ପାକିସ୍ତାନ ପ୍ରଧାନମନ୍ତ୍ରୀ ନୱାଜ୍‌ ଶରିଫ୍‌ ମଧ୍ୟ ଏଥିରେ ଯୋଗଦେଇଥିଲେ।

ମୋଦି-ଶାହ ଯୋଡ଼ି ଏଥର ମନ୍ତ୍ରୀ ପରିଷଦରେ ବହୁ ନୂତନ ସଦସ୍ୟଙ୍କୁ ସାମିଲ କରିପାରନ୍ତି। ପଶ୍ଚିମବଙ୍ଗରେ ବିଜେପିକୁ ଅବିଶ୍ୱସନୀୟ ସଫଳତା ମିଳିଥିବା ଦୃଷ୍ଟିରୁ ଏହି ରାଜ୍ୟର ଅଧିକ ସଂଖ୍ୟକ ସାଂସଦ ମୋଦି ମନ୍ତ୍ରିମଣ୍ଡଳରେ ସାମିଲ ହେବାର ସମ୍ଭାବନା ରହିଛି। ଗତ ନିର୍ବାଚନରେ ଏଠାରେ ବିଜେପି ୨ଟି ଆସନରେ ସୀମିତ ଥିଲା, କିନ୍ତୁ ଏଥର ଦଳ ୧୮ଟି ଆସନରେ ଜିତିଛି। ଏହାର ପଡ଼ୋଶୀ ରାଜ୍ୟ ଓଡ଼ିଶାରେ ମଧ୍ୟ ଗତଥର ବିଜେପି ମାତ୍ର ଗୋଟିଏ ଆସନରୁ ଜିତିଥିବା ବେଳେ ଏଥର ୮ଟିରେ ଜିତିଛି। ଏଠାରୁ ମଧ୍ୟ କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ ଏବଂ ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଛାଡ଼ି ଆଉ ୨ ଜଣ ମନ୍ତ୍ରୀ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବାର ସମ୍ଭାବନା ରହିଛି।

ତେବେ ମୋଦି କିମ୍ବା ଶାହ ଏ ପର୍ଯ୍ୟନ୍ତ ୪ଟି ଗୁରୁତ୍ୱପୂର୍ଣ୍ଣ ବିଭାଗ- ଗୃହ, ଅର୍ଥ, ବୈଦେଶିକ ଏବଂ ପ୍ରତିରକ୍ଷା ମନ୍ତ୍ରାଳୟ କିଏ କିଏ ସମ୍ଭାଳିବେ, ସେ ବାବଦରେ ଘୋଷଣା କରିନଥିବାରୁ ସମସ୍ତଙ୍କ ମନରେ ଉତ୍ସୁକତା ଲାଗି ରହିଛି। ଅପରେସନ୍‌ ପରେ ଅସୁସ୍ଥ ଥିବା ବରିଷ୍ଠ ନେତା ଅରୁଣ ଜେଟଲୀ ପୂର୍ବବତ୍‌ ଅର୍ଥମନ୍ତ୍ରୀ ଦାୟିତ୍ୱ ନେବେ ନା ରେଳମନ୍ତ୍ରୀ ପୀୟୂଷ ଗୋଏଲ ତାଙ୍କ ସ୍ଥାନ ନେବେ, ତାହା ସ୍ପଷ୍ଟ ହୋଇନାହିଁ।

ପୂର୍ବରୁ ଟେକ୍ସଟାଇଲ ମନ୍ତ୍ରୀ ଥିବା ସ୍ମୃତି ଇରାନୀ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଗାନ୍ଧି ପରିବାରର ଗଡ଼ରେ ଧୂଳି ଚଟାଇ ଦଳରେ ନିଜର ଦବ୍‌ଦବା ବଢ଼ାଇଥିବାରୁ ସେ ମଧ୍ୟ ବଡ଼ ମନ୍ତ୍ରଣାଳୟ ପାଇବାର ସମ୍ଭାବନା ଅଛି।

ମୋଦିଙ୍କ ପୂର୍ବ କ୍ୟାବିନେଟ୍‌ ଶୁକ୍ରବାର ଶେଷଥର ପାଇଁ ବୈଠକ କରିବା ସହ ରାଷ୍ଟ୍ରପତିଙ୍କୁ ସେମାନଙ୍କ ଇସ୍ତଫା ପତ୍ର ପଠାଇଥିଲେ। ଏହାପରେ ନିୟମ ଅନୁଯାୟୀ ରାଷ୍ଟ୍ରପତି ୧୬ତମ ଲୋକସଭା ଭଙ୍ଗ କରିଥିଲେ। ନିର୍ବାଚନ କମିଶନ୍‌ ମଧ୍ୟ ରାଷ୍ଟ୍ରପତିଙ୍କୁ ୧୭ତମ ଲୋକସଭା ଗଠନ କରିବାକୁ ଥିବା ବିଜେତା ସାଂସଦମାନଙ୍କ ତାଲିକା ଦେଇସାରିଛନ୍ତି।



from Odisha Reporter http://bit.ly/2M6zo1A

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages