‘ଏଥର ଭାରତ ବିପକ୍ଷରେ ପରାଜୟଧାରା ଭାଙ୍ଗିବ ପାକିସ୍ତାନ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 26, 2019

‘ଏଥର ଭାରତ ବିପକ୍ଷରେ ପରାଜୟଧାରା ଭାଙ୍ଗିବ ପାକିସ୍ତାନ’

କରାଚୀ: ନିଜ ସମୟର ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ଏବଂ ବର୍ତ୍ତମାନ ପାକିସ୍ତାନ ଚୟନ କମିଟି ମୁଖ୍ୟ ଇଞ୍ଜାମାମ-ଉଲ୍-ହକ୍ ବିଶ୍ୱକପରେ ଭାରତକୁ ଚେତାବନୀ ଦେଇଛନ୍ତି। ଉଭୟ ଭାରତ ଓ ପାକିସ୍ତାନ ୱାର୍ମଅପରେ ଗୋଟିଏ ଲେଖାଏ ମ୍ୟାଚ୍ ଖେଳିସାରିଛନ୍ତି।

ଗୋଟିଏ ପଟେ ପାକିସ୍ତାନ ଆଫଗାନିସ୍ତାନଠାରୁ ହାରିଥିବା ବେଳେ ଭାରତ ନ୍ୟୁଜିଲ୍ୟାଣ୍ଡ ନିକଟରୁ ପରାସ୍ତ ହୋଇଛି। କିନ୍ତୁ ବିଶ୍ୱକପର ମୁଖ୍ୟ ରାଉଣ୍ଡରେ ଭାରତ ଓ ପାକିସ୍ତାନ ପରସ୍ପରକୁ ଜୁନ୍ ୧୬ ତାରିଖରେ ଭେଟିବେ। ଏହି ମ୍ୟାଚକୁ ପୂରା ଦୁନିଆ ଅପେକ୍ଷା କରି ରହିଛି। ପାକିସ୍ତାନ ଏପର୍ଯ୍ୟନ୍ତ ବିଶ୍ୱକପରେ ଭାରତକୁ ହରାଇପାରି ନାହିଁ।

କିନ୍ତୁ ପାକିସ୍ତାନ ପୂର୍ବତନ ଅଧିନାୟକ ଇଞ୍ଜାମାନଙ୍କ ମତରେ, ଏଥର ତାଙ୍କ ଟିମ୍ ବିଶ୍ୱକପରେ ଭାରତକୁ ହରାଇବାରେ ସଫଳ ହେବ। ଲୋକ ଭାରତ-ପାକିସ୍ତାନ ମ୍ୟାଚକୁ ଗୁରୁତର ସହ ନିଅନ୍ତି। ଯଦି ଆମେ ଭାରତ ବିପକ୍ଷରେ କେବଳ ବିଶ୍ୱକପ୍ ମ୍ୟାଚ୍ ଜିତୁ, ତାହେଲେ ଆମ ପାଇଁ ଏହା ବହୁତ ବଡ଼ ସଫଳତା ହେବ। ମୋର ବିଶ୍ୱାସ ଆମେ ଏଥର ଭାରତ ବିପକ୍ଷ ବିଶ୍ୱକପ୍ ପରାଜୟଧାରାକୁ ନିଶ୍ଚିତ ଭାଙ୍ଗିବୁ।

ପାକିସ୍ତାନ କେବଳ ଭାରତ ନୁହେଁ, ବରଂ ଅନ୍ୟ ଟିମକୁ ମଧ୍ୟ ହରାଇବାର ଦକ୍ଷତା ରଖିଛି। ଆମକୁ ଭାରତ ବ୍ୟତୀତ ଅନ୍ୟ ମୁକାବିଲା ଉପରେ ମଧ୍ୟ ଧ୍ୟାନ ଦେବାକୁ ପଡ଼ିବ ବୋଲି ଇଞ୍ଜାମାନ କହିଛନ୍ତି। ସୂଚନାଯୋଗ୍ୟ, ୱାର୍ମଅପ୍ ମ୍ୟାଚରେ ପାକିସ୍ତାନ ଅପେକ୍ଷାକୃତ ଦୁର୍ବଳ ଆଫଗାନିସ୍ତାନ ନିକଟରୁ ପରାସ୍ତ ହୋଇଛି। ଏହା ସତ୍ତେ୍ୱ ଇଞ୍ଜାମାମ ଭାରତକୁ ଚେତାବନୀ ଦେବାକୁ ପଛାଇ ନାହାନ୍ତି।



from Odisha Reporter http://bit.ly/2WlhZq1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages