
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ଆଜି ସକାଳ ୮ଟାରୁ ଭୋଟଗଣନା ଆରମ୍ଭ ହେବ।
ଲୋକସଭାର ୫୪୨ଟି ଆସନ ଏବଂ ଚାରିଟି ରାଜ୍ୟର ବିଧାନସଭା ପାଇଁ ଭୋଟ ଗଣତି କରାଯିବ । ଓଡ଼ିଶା ସମେତ ଆନ୍ଧ୍ର ପ୍ରଦେଶ, ସିକିମ ଏବଂ ଅରୁଣାଚଳ ପ୍ରଦେଶ ବିଧାନସଭା ପାଇଁ ମଧ୍ୟ ଭୋଟ ଗଣତି ହେବ । ଲୋକସଭାର ୫୪୨ ଆସନରେ ୮ ହଜାରରୁ ଅଧିକ ପ୍ରାର୍ଥୀ ଅଛନ୍ତି ।
ରାଜ୍ୟରେ ଏପ୍ରିଲ ମାସ ୨୯ରେ ଶେଷ ନିର୍ବାଚନ ହୋଇଥିଲା। ଓଡ଼ିଶାରେ ପ୍ରଥମ ୪ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଲୋକସଭାର ୨୧ ଏବଂ ବିଧାନସଭାର ୧୪୬ ଆସନ ପାଇଁ ମତଦାନ ହୋଇଥିଲା। ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରଓ୍ୱାଲଙ୍କ ମୃତ୍ୟୁ ଯୋଗୁ ପାଟକୁରା ବିଧାନସଭା ଆସନ ପାଇଁ ମତଦାନ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଚତୁର୍ଥ ପର୍ଯ୍ୟାୟକୁ ମିଶାଇ ରାଜ୍ୟରେ ୭୩.୦୮ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି।
ପ୍ରଥମ ପର୍ଯ୍ୟାୟରେ ୪ଟି ଲୋକସଭା ଏବଂ ଏହା ଅନ୍ତର୍ଗତ ୨୮ଟି ବିଧାନସଭାରେ ହୋଇଥିବା ଭୋଟରେ ୭୩.୭୬ ପ୍ରତିଶତ ମତଦାନ ହୋଇଥିଲା। ସେହିଭଳି ଦ୍ୱିତୀୟ ପର୍ଯ୍ୟାୟରେ ୫ ଲୋକସଭା ଓ ୩୫ ବିଧାନସଭାରେ ୭୨.୫୬ ପ୍ରତିଶତ ମତଦାନ ହୋଇଥିଲା। ତୃତୀୟ ପର୍ଯ୍ୟାୟରେ ୬ ଲୋକସଭା ଓ ୪୨ ବିଧାନସଭାରେ ୭୧.୬୨ ପ୍ରତିଶତ ମତଦାନ ରେକର୍ଡ କରାଯାଇଥିଲା। ଚତୁର୍ଥ ପର୍ଯ୍ୟାୟରେ ୬ ଲୋକସଭା ଓ ୪୧ ବିଧାନଭା ଆସନରେ ୭୪.୫୦ ପ୍ରତିଶତ ମତଦାନ ହୋଇଥିଲା
from Odisha Reporter http://bit.ly/2X2Szum
No comments:
Post a Comment