‘ବିଗ୍‌ ବସ୍‌’ରେ କମନ୍‌ମ୍ୟାନ୍‌ଙ୍କ ଏଣ୍ଟ୍ରି ବନ୍ଦ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 21, 2019

‘ବିଗ୍‌ ବସ୍‌’ରେ କମନ୍‌ମ୍ୟାନ୍‌ଙ୍କ ଏଣ୍ଟ୍ରି ବନ୍ଦ!

ମୁମ୍ବାଇ: ଟେଲିଭିଜନ ଦୁନିଆର ବହୁ ଲୋକପ୍ରିୟ ଶୋ’ ‘ବିଗ୍‌ ବସ୍‌’ ଆପଣମାନେ ଦେଖୁଥିବେ। ସବୁବର୍ଷ ଭଳି ଏହି ବର୍ଷ ମଧ୍ୟ ବହୁ ଶୀଘ୍ର ଟିଭି ପରଦାରେ ଏହି ଶୋ’ ଆସିବାକୁ ଯାଉଛି। ଏଥର କିନ୍ତୁ ଶୋ’ରେ କିଛିଟା ପରିବର୍ତ୍ତନ କରାଯାଇଛି।

ପୂର୍ବ ସିଜିନ୍‌ ତଥା ୧୨ତମ ‘ବିଗ୍‌ ବସ୍‌’ ସିଜିନ୍‌ ସନ୍ତୋଷଜନକ TRP ଆଣିପାରି ନଥିଲା। ଆଉ ଏହାର କାରଣ ହେଉଛନ୍ତି, ସାଧାରଣ ଲୋକଙ୍କ ଶୋ‘ରେ ଭାଗ ନେବା।

ଶୋ’ରେ ସାଧାରଣ ଲୋକ ଦର୍ଶକଙ୍କୁ ମନୋରଞ୍ଜନ ଯୋଗାଇବାରେ ବିଫଳ ହୋଇଥିଲେ। ଏହା ସହ ଅନେକ ସେଲିବ୍ରିଟି ପ୍ରତିଯୋଗୀ ମଧ୍ୟ ଦର୍ଶକଙ୍କୁ ଏଣ୍ଟରଟେନ୍‌ କରିପାରି ନ ଥିଲେ। ଏଥିପାଇଁ ଚଳିତ ଥର ‘ବିଗ୍‌ ବସ୍‌’ର ଆଗାମୀ ସିଜିନ୍‌ ତଥା ୧୩ ତମ ସିଜିନ୍‌ରେ ବହୁତ ପରିବର୍ତ୍ତନ ଆସିବାକୁ ଯାଉଛି।

ଏକ ରିପୋର୍ଟ ଅନୁସାରେ ଶୋ’ରେ ସାଧାରଣ ଲୋକଙ୍କୁ ଏଣ୍ଟ୍ରି ମିଳିବ ନାହିଁ। ‘ବିଗ୍‌ ବସ୍‌’ର ସିଜିନ୍‌ ୧୨ ଫ୍ଲପ୍‌ ହେବା କାରଣରୁ ଏହି ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ସାଧାରଣ ଲୋକଙ୍କ ଏଣ୍ଟ୍ରିକୁ ନେଇ ବହୁତ ପ୍ରଶ୍ନ ଉଠିଥିଲା।

ଏଠାରେ ଆମେ କହିରଖିବାକୁ ଚାହୁଁଛୁ ଯେ, ଗତ ସିଜିନ୍‌ରେ ସାଧାରଣ ଲୋକ ଏବଂ ସେଲିବ୍ରିଟିଙ୍କୁ ନେଇ ପ୍ରସାରିତ ହେଉଥିବା ଶୋ’ ପ୍ରଥମରୁ ବହୁତ ରୋଚକ ହୋଇଥିଲା। କିନ୍ତୁ ପରେ ସେଲିବ୍ରିଟିଙ୍କ ଅପେକ୍ଷା ସାଧାରଣ ଲୋକ ଅଧିକା ଆଗ୍ରେସିଭ୍‌ ଥିବା ଦେଖାଯାଇଥିଲା।

ଏଥିପାଇଁ ଶୋ’ ହୋଷ୍ଟ କରୁଥିବା ବଲିଉଡ୍‌ ଅଭିନେତା ସଲ୍‌ମାନଙ୍କ ପାଇଁ ମଧ୍ୟ ବହୁତ ଅସୁବିଧା ହୋଇଥିଲା। ଶୋ’ରେ କମନ୍‌ମ୍ୟାନ୍‌ ସେଲିବ୍ରିଟିଙ୍କ ଉପରେ ଭାରି ପଡ଼ିବାର ମଧ୍ୟ ଦେଖାଯାଇଥିଲା। ଏଥିପାଇଁ ଏଥର ଶୋ’ରୁ  କମନ୍‌ମ୍ୟାନ୍‌ଙ୍କୁ ବାଦ୍‌ ଦିଆଯାଇଛି।



from Odisha Reporter http://bit.ly/30Jri2m

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages