
ନୂଆଦିଲ୍ଲୀ: ଏକଜିଟ୍ ପୋଲ ଦେଖି ଗୋଟିଏ ପଟେ କଂଗ୍ରେସ ନେତୃତ୍ୱାଧୀନ ବୈଠକ ହୋଇପାରିନି। ହେଲେ ଅନ୍ୟପଟେ ବିଜେପି ନେତୃତ୍ୱାଧୀନ ଏନଡିଏ ଗତକାଲି ରାତିରେ ନୈଶ ଭୋଜିର ଆୟୋଜନ କରିବାରେ ସଫଳ ହୋଇଛି। ଏନଡିଏରେ ସାମିଲ ଥିବା ୩୬ଟି ଯାକ ଦଳ ଏହି ବୈଠକରେ ସାମିଲ ହୋଇ ଏନଡିଏ-୨ ସରକାର ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବା ଦେଖିବାକୁ ମିଳିଛି।
ଏହି ବୈଠକରେ ଆଗାମୀ ସରକାରରେ କଣ ରହିବ ରଣନୀତି ଏ ବାବଦରେ ଆଲୋଚନା ହୋଇଥିଲା। ବିଗତ ୫ ବର୍ଷ ମଧ୍ୟରେ ଦେଶ କିଭଳି ଅଗ୍ରଗତି କରିଛି ସେ ବାବଦରେ ଆଲୋଚନା ହୋଇଥିବା ବେଳେ ଆଗାମୀ ଦିନରେ ମଧ୍ୟ ବିକାଶର ଧାରା ଜାରି ରହିବ ବୋଲି ବୈଠକରେ ମତ ପ୍ରକାଶ ପାଇଛି। ଏଥିସହ ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ କିଭଳି ଦୁଇ ଗୁଣା ହେବ ତାହା ଏନଡିଏ-୨ ସରକାରର ପ୍ରଥମ କର୍ତ୍ତବ୍ୟ ରହିବ ବୋଲି ଗୃହମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି।
ଆତଙ୍କବାଦୀ, ବେଆଇନ ବିଦେଶୀ ଟଙ୍କା ହେରଫେର, ଗ୍ଲୋବାଲ ଓ୍ୱାର୍ମିଂ ସାରା ବିଶ୍ୱ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି। ଏହି ତିନି ପ୍ରସଙ୍ଗକୁ ଅନ୍ତର୍ଜାତୀୟ ମଞ୍ଚରେ ଏନଡିଏ-୨ ସରକାର ଗଢ଼ିଲେ ଜୋର ଦେବ ବୋଲି ଜଣାପଡ଼ିଛି।
With the NDA family.
Our alliance represents India’s diversity and our agenda is India’s progress.
We are best suited to address regional aspirations and enhance national progress. pic.twitter.com/iKNgv2e898
— Chowkidar Narendra Modi (@narendramodi) May 21, 2019
ଦିଲ୍ଲୀ ସ୍ଥିତ ଅଶୋକା ହୋଟେଲରେ ବସିଥିବା ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦି, ବିଜେପି ସଭାପତି ଅମିତ ଶାହ, କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ, ନୀତୀନ ଗଡ଼କରୀ ଭଳି ପ୍ରମୁଖ ନେତା ସହ ସହଯୋଗୀ ଦଳ ଶିବସେନାର ସୁପ୍ରିମୋ ଉଦ୍ଧବ ଠାକରେ, ଜେଡିୟୁ ସୁପ୍ରିମୋ ନୀତୀଶ କୁମାର, ଅକାଳୀ ଦଳର ସୁପ୍ରିମୋ ପ୍ରକାଶ ସିଂହ ବାଦଲ, ଲୋକ ଜନଶକ୍ତି ପାର୍ଟିର ସହାପତି ରାମ ବିଲାଶ ପାଶଓ୍ୱାନ ପ୍ରମୁଖ ଯୋଗ ଦେଇଥିଲେ। ତେବେ ୩ ସହଯୋଗୀ ଦଳର ସଭାପତି ବୈଠକକୁ ଆସିନଥିଲେ। ଏକ ଚିଠି ମାଧ୍ୟମରେ ବୈଠକରେ ଅନୁପସ୍ଥିତ ରହିବାର କାରଣ ସହିତ ଏନଡିଏ ଦୁଇ ସରକାର ପାଇଁ ନିଜର ଶୁଭେଛା ଦଳୀୟ ନେତାଙ୍କ ଜରିଆରେ ପଠାଇଥିଲେ।
In the years to come, we plan capital investment of Rs. 100 lakh crore in the infrastructure sector and Rs. 25 lakh crore which will be devoted to the farm and rural sectors.
Read full resolution passed in the NDA meeting held earlier tonight.https://t.co/HIJMpJlZH1 pic.twitter.com/WXYAtFiF01
— BJP (@BJP4India) May 21, 2019
୧୯ ତାରିଖ ଦିନ ଅନ୍ତିମ ପର୍ଯ୍ୟାୟ ଭୋଟ ଶେଷ ହୋଇଛି। ଏହି ଦିନ ବିଭିନ୍ନ ଗଣମାଧ୍ୟମ ସଂସ୍ଥା ଏକଜିଟ୍ ପୋଲ ରିପୋର୍ଟ ପ୍ରକାଶ କରିଛି। ପ୍ରାୟତଃ ସମସ୍ତ ସର୍ଭେ ସଂସ୍ଥା ଏନଡିଏ ସରକାର ଗଢ଼ିବ ବୋଲି ଆକଳନ କିରଛନ୍ତି। ହେଲେ ଇଣ୍ଡିଆ ନ୍ୟୁଜ୍ ନେତାର ସର୍ଭେ ରିପୋର୍ଟ ଅନୁଯାୟୀ କେନ୍ଦ୍ରରେ ଉଭୟ ୟୁପିଏ, ଏନଡିଏ ମ୍ୟାଜିକ ନମ୍ୱର ଛୁଇଁ ପାରିବେ ନାହିଁ। ଝୁଲା ସରକାର ହେବ ବୋଲି ଜଣାପଡ଼ିଛି।
from Odisha Reporter http://bit.ly/2VBLRKl
No comments:
Post a Comment