ପଞ୍ଜାବ କଂଗ୍ରେସରେ ଟିକେଟ କଳି, ମୁହାଁମୁହିଁ ହେଲେ ସିଦ୍ଧୁ ଦମ୍ପତ୍ତି ଓ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 16, 2019

ପଞ୍ଜାବ କଂଗ୍ରେସରେ ଟିକେଟ କଳି, ମୁହାଁମୁହିଁ ହେଲେ ସିଦ୍ଧୁ ଦମ୍ପତ୍ତି ଓ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ

Amarinder-Singh

ଚଣ୍ଡିଗଡ଼: ପଞ୍ଜାବ ଚଣ୍ଡିଗଡ଼ ଲୋକସଭା ଆସନ ପାଇଁ ପଞ୍ଜାବର ପର୍ଯ୍ୟଟନ ମନ୍ତ୍ରୀ ତଥା ପୂର୍ବତନ କ୍ରିକେଟର ନବଜୋତ ସିଂହ ସିଦ୍ଧୁଙ୍କ ସ୍ତ୍ରୀ ନବଜୋତ କୋର ସିଦ୍ଧୁଙ୍କୁ ଟିକେଟ ମିଳି ନାହିଁ। ତେବେ ଟିକେଟ ନମିଳିବାକୁ ନେଇ ଆରମ୍ଭ ହୋଇଛି ଆରୋପ ପ୍ରତ୍ୟାରୋପ। ଟିକେଟ ନମିଳିବା ପଛରେ ରାଜ୍ୟ କଂଗ୍ରେସ ମୁଖିଆ ତଥା ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ଓ ପ୍ରଭାରୀ ଆଶା କୁମାରୀଙ୍କୁ ଦାୟୀ କରିଛନ୍ତି ସିଦ୍ଧୁଙ୍କ ପତ୍ନୀ।

ଯାହାର ଜବାବ ରଖି ମୁଖ୍ୟମନ୍ତ୍ରୀ କ୍ୟାପଟନେ ଅମରିନ୍ଦର ସିଂହ ଗତକାଲି କହିଥିଲେ ଲୋକସଭା ଟିକେଟ ଦିଲ୍ଲୀରେ ସ୍ଥିର ହୁଏ। ଦିଲ୍ଲୀ ହାଇକମାଣ୍ଡଙ୍କ ନିର୍ଦ୍ଦେଶରେ ପଞ୍ଜାବ ପ୍ରଦେଶ କଂଗ୍ରେସ କାର୍ଯ୍ୟକାରୀ କରିଥାଏ। ତେବେ ସିଦ୍ଧୁଙ୍କ ସ୍ତ୍ରୀଙ୍କୁ ଭାଟିଣ୍ଡା ଏବଂ ଅମରିତସର ଲୋକସଭା ଆସନ ପାଇଁ ଦଳ ଟିକେଟ ଅଫର କରିଥିଲା। ହେଲେ ଏହି ଦୁଇ ଆସନରେ ପ୍ରାର୍ଥୀ ହେଲେ ଜିତିବା ଆଶା ଅଧିକ ନଥିବାରୁ ଟିକେଟ ନେବାକୁ ନବଜୋତ କୋର ମନା କରିଦେଇଥିଲେ ବୋଲି ଅମରିନ୍ଦର ସିଂହ କହିଥିଲେ।

ସୂଚନାଯୋଗ୍ୟ ଯେ ସିଦ୍ଧୁଙ୍କ ସ୍ତ୍ରୀ ନବଜୋତ କୋର ସିଦ୍ଧୁ ଚଣ୍ଡିଗଡ ଲୋକସଭା ଆସନରୁ ପ୍ରାର୍ଥୀ ହେବାକୁ ଇଚ୍ଛା ପ୍ରକାଶ କରିଥିଲେ। ଏ ନେଇ ନେତୃବୃନ୍ଦଙ୍କୁ ଅବଗତ ମଧ୍ୟ କରାଇଥିଲେ। ହେଲେ ଦଳ ନବଜୋତ କୋରଙ୍କ ଆବେଦନକୁ ଗ୍ରହଣ କରନିଥିଲା। ପରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପବନ କୁମାର ବଂଶଲଙ୍କୁ ଦଳ ଚଣ୍ଡିଗଡ ଲୋକସଭା ଆସନରୁ ପ୍ରାର୍ଥୀ କରିଛି।

ତେବେ ଅନ୍ତିମ ପର୍ଯ୍ୟାୟରେ ମଧ୍ୟ ଅମରିତସର ଲୋକସଭା ଆସନରୁ ନୋବଜୋତ କୋର ପ୍ରାର୍ଥୀ ହେବାକୁ ଇଚ୍ଛା ପ୍ରକାଶ କରିଥିଲେ। ହେଲେ ଦଳ ତାଙ୍କୁ ନଦେଇ ବର୍ତ୍ତମାନର ସାଂସଦ ଗୁରଜିତଙ୍କୁ ଦଳ ପ୍ରାର୍ଥୀ କରିଛି। କାରଣ ୨୦୧୪ରେ ଅମରିତସର ଲୋକସଭା ଆସନରେ ନିଜେ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ପ୍ରାର୍ଥୀ ହୋଇ ବିଜେପି ପ୍ରାର୍ଥୀ ଅରୁଣ ଜେଟଲୀଙ୍କୁ ହରାଇ ଥିଲେ। ତେବେ ପଞ୍ଜାବରେ କଂଗ୍ରେସ ସରକାର ଗଢ଼ିବା ପରେ ଏହି ଆସନ ଛାଡି ଦେଇଥିଲେ ଅମରିନ୍ଦର ସିଂହ। ଉପନିର୍ବାଚନରେ ଗୁରଜିତ ସିଂହ ଅଉଜିଲା ବିଜୟ ହୋଇ ସାଂସଦ ହୋଇଥିଲେ।

ପଞ୍ଜାବରେ ୧୩ଟି ଲୋକସଭା ଆସନ ରହିଛି ଏହି ସମସ୍ତ ଆସନରେ କଂଗ୍ରେସ ଜିତିବ ବୋଲି ଦଳ ଆଶା ରଖିଛି। ଯଦି ସମସ୍ତ ଆସନରେ ଚଳିତ ଥର କଂଗ୍ରେସ ହାରି ଯାଏ ତାହେଲେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ବୋଲି ଅମରିନ୍ଦର କହିଛନ୍ତି।



from Odisha Reporter http://bit.ly/2VxhSTE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages