
ନବରଙ୍ଗପୁର(ନବଘନ ବିଷୋୟୀ): ନବରଙ୍ଗପୁରରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ଭୋଟ ଗଣତି ଦିନ ଯେତିକି ପାଖେଇ ଆସୁଛି ଦଳୀୟ କର୍ମୀଙ୍କ ମଧ୍ୟରେ ସେତିକି ଯୁକ୍ତି ବଢ଼ୁଛି। ନବରଙ୍ଗପୁର ନିର୍ବାଚନ ମଣ୍ଡଳୀର ଦହଣା ଗ୍ରାମରେ କଥା କଟାକଟି ପରେ ହାତାହାତି ହୋଇଛନ୍ତି ବିଜେଡି ଓ କଂଗ୍ରେସ କର୍ମୀ।
ସୂଚନାଯୋଗ୍ୟ, କଂଗ୍ରେସ କର୍ମୀ ସଞ୍ଜୀବ କୁମାର ମିଶ୍ର ତାଙ୍କ ସାଥୀଙ୍କ ସହ ଗାଁର ତ୍ରିନାଥ ମନ୍ଦିର ବାରଣ୍ଡାରେ ବସିଥିଲେ । ଏହି ସମୟରେ ସେହି ଗାଁର ବିଜେଡି କର୍ମୀ ସୁନ୍ତୋଷ କୁମାର ମିଶ୍ର ସେଠାକୁ ଆସି କଂଗ୍ରେସ ଦଳକୁ ନେଇ ସଞ୍ଜୀବଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ପରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ସନ୍ତୋଷ ଉତକ୍ଷିପ୍ତ ହୋଇ ଘରୁ ଛୁରି ଆଣି ସଞ୍ଜୀବଙ୍କ ପଛପଟୁ ମୁଣ୍ଡ ଓ ହାତରେ ଆକ୍ରମଣ କରି ଚାଲି ଯାଇଥିଲେ।
ଗାଁ ଲୋକେ ଗୁରୁତର ଅବସ୍ଥାରେ ସଞ୍ଜୀବଙ୍କୁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତାଙ୍କ ମୁଣ୍ଡରେ ୭ଟି ଷ୍ଟିଚ୍ ଓ ହାତରେ ଦୁଟି ଷ୍ଟିଚ୍ ପଡ଼ିଛି। ତାଙ୍କ ଅବସ୍ଥା ଗୁରୁତର ହେବାରୁ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି।
ଆହତ କଂଗ୍ରେସ କର୍ମୀ ସଞ୍ଜୀବ କୁମାର ମିଶ୍ର କହିଛନ୍ତି,“ ମୁଁ ଛାତ୍ର କଂଗ୍ରେସର ସଭାପତି ଥିବା ବେଳେ ବିଜେଡି କର୍ମୀ ସନ୍ତୋଷ କୁମାର ମିଶ୍ର ମୋତେ ଧମକ ଦେଇଥିଲା। ଆମେ ଗତକାଲି ଦହଣା ଗାଁର ତ୍ରିନାଥ ମନ୍ଦିରରେ ବସିଥିଲୁ। ଏହି ସମୟରେ ସେ ଆସି ଆମକୁ ଗାଳି ଗୁଲଜ କରି ଘରକୁ ଚାଲି ଯାଇଥିଲା। ଏହାପରେ ଆମେ ସେଠାରେ ବସିଥିବା ବେଳେ ସେ ପଛପଟୁ ଆସି ମୋତେ ଏକ ଛୁରାରେ ଆକ୍ରମଣ କରିଥିଲା।”
from Odisha Reporter http://bit.ly/2YwTSlx
No comments:
Post a Comment