
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୃତ୍ୟୁ ଏପରି ବି ଆସେ। ବାପପୁଅ ସ୍କୁଟିରେ ଯାଉଥିବା ବେଳେ ଧକ୍କା ଦେଲା ଅଜଣା ଗାଡି। ଆଉ ବାପ ପୁଅ ଛିଟିକି ପଡିଲେ ୩୦ ଫୁଟ୍ ତଳକୁ। ଘଟଣାସ୍ଥଳରେ ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ହୋଇ ପଡିଛନ୍ତି ପୁଅ। ଏପରି ମର୍ମନ୍ତୁଦ ଦୁର୍ଘଟଣା ସୋମବାର ଆଚାର୍ଯ୍ୟ ବିହାରରେ ଘଟିଛି।
ଆଜି ବାପା ଓ ପୁଅ ଏକ ସ୍କୁଟିରେ ଯାଉଥିବା ବେଳେ ଆଚାର୍ଯ୍ୟ ବିହାର ଓଭରବ୍ରିଜ୍ରେ ଏକ ଅଜଣା ଗାଡି ଧକ୍କା ଦେଇଥିଲା। ଫଳରେ ଉଭୟେ ଓଭରବ୍ରିଜ୍ରୁ ୩୦ଫୁଟ୍ ତଳକୁ ଖସି ପଡ଼ିଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।
from Odisha Reporter http://bit.ly/2QnAzYU
No comments:
Post a Comment