
ବାରଣାସୀ: ଉତ୍ତର ପ୍ରଦେଶ ବାରଣାସୀ ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚିତ ହେବା ପରେ ନିଜ ସଂସଦୀୟ କ୍ଷେତ୍ରକୁ ଆସିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ସାଙ୍ଗରେ ବିଜେପି ସଭାପତି ଅମିତ ଶାହ ମଧ୍ୟ ଆସିଛନ୍ତି।
କାଶୀ ବିଶ୍ୱନାଥ ମନ୍ଦିରରେ ପହଞ୍ଚି ଭାଗବାନ ଶିବଙ୍କର ପୂଜାର୍ଚ୍ଚନା କରିବା ସହିତ ପୂଜାପାଠ କରିଛନ୍ତି। ସୂଚନାଯୋଗ୍ୟ, ଚଳିତ ସାଧାରଣ ନିର୍ବାଚନରେ ବାରଣାସୀ ଲୋକସଭା ଆସନ ପାଇଁ ନାମାଙ୍କନ ଭରିବା ବେଳେ ମଧ୍ୟ ମୋଦି କାଶୀ ବିଶ୍ୱନାଥ ମନ୍ଦିରକୁ ଆସି ପୂଜାର୍ଚ୍ଚନା କରିବା ସହିତ ପୂଜାପାଠ କରିଥିଲେ।
ପ୍ରଧାନମନ୍ତ୍ରୀ କାଶୀ ବିଶ୍ୱନାଥ ମନ୍ଦିରରେ ପୂଜାର୍ଚ୍ଚନା କରି ସାରିବା ପରେ ଏକ ରୋଡ ଶୋ କରିବେ। ଏହାପରେ ବାରଣାସୀରେ ଥିବା ପଣ୍ଡିତ ଦିନଦୟାଲ ହସ୍ତକଳା ଏକାଡେମୀରେ ନିଜ ସଂସଦୀୟ କ୍ଷେତ୍ର ବାସୀଙ୍କ ପାଇଁ ଉଦବୋଧନ ଦେବେ ବୋଲି ଜଣାପଡ଼ିଛି।
ଗତକାଲି ମୋଦି ଗୁଜରାଟ ଯାଇ ତାଙ୍କ ମାଆ ହୀରାବେନଙ୍କୁ ଭେଟି ଆଶୀର୍ବାଦ ନେଇଥିଲେ। ମେ ୩୦ ତାରିଖରେ ଦ୍ୱିତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବରେ ନରେନ୍ଦ୍ର ମୋଦି ଶପଥ ନେବାକୁ ଯାଉଛନ୍ତି।
from Odisha Reporter http://bit.ly/2woA87M
No comments:
Post a Comment