
ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର)ଭୋଟ ଗଣତି ପୂର୍ବରୁ ଗୁଳିମାଡ଼। ନିର୍ବାଚନ ଫଳାଫଳ ଆସିବାର କେଇ ଘଣ୍ଟା ପୂର୍ବରୁ ଆସିକା ପ୍ରାର୍ଥୀଙ୍କୁ ଗୁଳିମାଡ଼ ହୋଇଛି। ଆସିକାର କଂଗ୍ରେସ ପ୍ରାର୍ଥୀ ମନୋଜ ଜେନାଙ୍କୁ କେହି ଦୁର୍ବୃତ୍ତ ଗୁଳିମାଡ଼ କରିଛନ୍ତି । ବ୍ରହ୍ମପୁର ଲାଞ୍ଜିପଲ୍ଲୀ ନିକଟରେ ତାଙ୍କୁ ଆକ୍ରମଣ ହୋଇଛି।
୪ ଜଣ ଦୁର୍ବୃତ୍ତ ବାଇକ୍ରେ ଆସି ମନୋଜଙ୍କୁ ଗୁଳି କରି ଫେରାର ହୋଇଯାଇଥିବା ସୂଚନା ମିଳିଛି ।ମନୋଜଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଗୁଳିମାଡ଼ର କାରଣ ଜଣାପଡ଼ି ନାହିଁ।
from Odisha Reporter http://bit.ly/2wc0ee5
No comments:
Post a Comment