ପୁଲିସ୍ ଲାଠିର ବଂଶୀରେ ମଧ୍ୟ ଶୁଭିପାରେ ଏତେ ମଧୁର ସ୍ୱର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 30, 2019

ପୁଲିସ୍ ଲାଠିର ବଂଶୀରେ ମଧ୍ୟ ଶୁଭିପାରେ ଏତେ ମଧୁର ସ୍ୱର

ବେଙ୍ଗାଲୁରୁ:  ଯେ କୌଣସି ବାଧାବିଘ୍ନ ସତ୍ତ୍ୱେ ମଣିଷ ଭିତରେ ଭରି ରହିଥିବା କଳା ପ୍ରସ୍ପୁଟିତ ହୋଇଥାଏ।  ଆଉ ଏହାର ମହକ ଚାରି ଆଡକୁ ବ୍ୟାପିଥାଏ। ଆଜି ଆମେ ଆପଣଙ୍କୁ ଏହାର ଏକ ଉଦାହାରଣ ଦେବୁ। ଆପଣ କେବେ ପୁଲିସ୍‌ର ଲାଠିରେ ବଂଶୀ ତିଆରି କଥା ଭାବିଛନ୍ତି। ତାହା ମଧ୍ୟ ସମ୍ଭବ ଓ ସେଥିରୁ ବାହାରୁଥିବା ସୁମଧରୁ ସ୍ୱର ଶୁଣିଲେ ଆପଣ ବି ହୋଇଯିବେ ମତୁଆଲା।

ପୁଲିସ୍‌ ଲାଠି ଶୁଣିଲେ ଆମ ମନରେ ଡର ପଶିଯାଏ।  ଆପଣ କେବେ ପୁଲିସ୍‌ର ଲାଠି ମାଡ଼ ଖାଇଛନ୍ତି। ଥରେ ଯାହା ଉପରେ ପୁଲିସ୍‌ର ଲାଠି ମାଡ଼ ପଡ଼େ ସେ, ଜୀବନ ସାରା ଭୁଲେନାହିଁ। କିନ୍ତୁ ଆପଣ ଜାଣିଛନ୍ତି କି, ପୁଲିସ୍‌ର ଲାଠିରେ କେବଳ ମାଡ଼ ନୁହେଁ  ଆହୁରି ବହୁ କାମ ମଧ୍ୟ କରିହେବ। ପୁଲିସ୍‌ ଲାଠିରେ ଜଣେ ପୁଲିସ୍‌ କନଷ୍ଟେବଲ ବଂଶୀ ତିଆରି କରିଛନ୍ତି। ଆଉ ତାର ସ୍ୱର ଏତେ ମଧୁର ଯେ ଥରେ ଶୁଣିଲେ ଆପଣ ଏହାକୁ ବାରମ୍ବାର ଶୁଣିବାକୁ ଇଚ୍ଛା କରିବେ।

କର୍ଣ୍ଣାଟକର ହୁବ୍‌ଲି ରୁରାଲ୍‌ ପୁଲିସ୍‌ ଥାନାର ଜଣେ ହେଡ୍‌ କନଷ୍ଟେବଲ ପୁଲିସ୍‌ ଲାଠିରେ ବଂଶୀ ତିଆରି କରିଛନ୍ତି। ସେ କେବଳ ତିଆରି କରି ନାହାନ୍ତି ଏହାକୁ  ବଜାଇ ମଧୁର ସ୍ୱର ମଧ୍ୟ ସେ ବାହାର କରିପାରୁଛନ୍ତି।

ଭାସ୍କର ରାଓ ନାମକ ଆଇପିଏସ୍‌ ଅଧିକାରୀ ତାଙ୍କ ଟ୍ୱିଟର୍‌ ପେଜ୍‌ରେ ଏହି ଭିଡିଓ ଶେଆର୍‌ କରିଛନ୍ତି। ଆଉ କ୍ୟାପ୍‌ସନ୍‌ ଦେଇ ସେ ଲେଖିଛନ୍ତି ଯେ, ‘ଏହି କନଷ୍ଟେବଲଙ୍କ ନାମ ଚନ୍ଦ୍ରକାନ୍ତ ହୁଗ୍‌ତି। ସେ କର୍ଣ୍ଣାଟକର ହୁବ୍‌ଲି ରୁରାଲ୍‌ ପୁଲିସ୍‌ ଥାନାର ଜଣେ ହେଡ୍‌ କନଷ୍ଟେବଲ୍‌। ସେ ଫାଇବର୍‌ ଲାଠିରେ ବଂଶୀ ତିଆରି କରିଛନ୍ତି। ଆମେ ତାଙ୍କ ପାଇଁ ଗର୍ବିତ’।

ସୋଶାଲ୍‌ ମିଡିଆ ବିଶେଷ କରି ଟ୍ୱିଟରରେ ଏହା ବହୁତ ଶେଆର୍‌ ହେବା ସହ ୟୁଜର୍‌ମାନେ ମଧ୍ୟ କନଷ୍ଟେବଲ୍‌ଙ୍କ ବହୁତ ପ୍ରଶଂସା କରିଛନ୍ତି। କିଛି ଲୋକ ଚନ୍ଦ୍ରକାନ୍ତଙ୍କୁ ଏଥିପାଇଁ ପୁରଷ୍କାର ମିଳିବା ଦରକାର ବୋଲି ମଧ୍ୟ ଲେଖିଛନ୍ତି।



from Odisha Reporter http://bit.ly/2wvSKCE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages