ନୋଟରେ ଗାନ୍ଧିଙ୍କ ବଦଳରେ ସଭରକରଙ୍କ ଫଟୋ ଛାପିବାକୁ ଦାବି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 28, 2019

ନୋଟରେ ଗାନ୍ଧିଙ୍କ ବଦଳରେ ସଭରକରଙ୍କ ଫଟୋ ଛାପିବାକୁ ଦାବି

ମୀରଟ: ଆରଏସ୍‌ଏସ୍‌ ସହ ସିଧାସଳଖ ସମ୍ପର୍କ ରଖିଥିବା ଅଖିଳ ଭାରତୀୟ ହିନ୍ଦୁ ମହାସଭା ପକ୍ଷରୁ ଏବେ ଏକ ଅଜବ ଦାବି ଉପସ୍ଥାପନ କରାଯାଇଛି। ଭାରତୀୟ ମୁଦ୍ରାରେ ଦେଶର ପିତା ମହାତ୍ମା ଗାନ୍ଧିଙ୍କ ଫଟୋକୁ ହଟାଇ ସଭରକରଙ୍କ ଫଟୋ ଛାପିବାକୁ ଏହି ସଂଗଠନ ଦାବି କରିଛି।

ଏଥିସହ ସଭରକରଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରିବାକୁ ମଧ୍ୟ ହିନ୍ଦୁ ମହାସଭା ଦାବି କରିଛି। ସଭରକରଙ୍କ ଜୟନ୍ତୀ ସମାରୋହରେ ହିନ୍ଦୁ ମହାସଭାର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପଣ୍ଡିତ ଅଶୋକ ଶର୍ମା ଏବଂ ପ୍ରଦେଶ ମୁଖପାତ୍ର ଅଭିଷେକ ଅଗ୍ରୱାଲ ସଭରକରଙ୍କୁ ଭାରତ ରତ୍ନ ଦେବାକୁ ଦାବି କରି କହିଛନ୍ତି, “ସଭରକରଙ୍କ ଭାରତ ଗଠନ ପାଇଁ ଅବଦାନ ଅତୁଳନୀୟ। ତାଙ୍କୁ ଭାରତ ରତ୍ନ ଦେଇ ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ଦେବା ଉଚିତ।

ଏହା ସହ ଭାରତୀୟ ମୁଦ୍ରାରେ ମହାତ୍ମା ଗାନ୍ଧିଙ୍କ ଫଟୋକୁ ହଟାଇ ସଭରକରଙ୍କ ଫଟୋ ଲଗାଯିବା ଦରକାର। କାରଣ ସେ ଦେଶ ପାଇଁ ନିଃସ୍ୱାର୍ଥପର ଭାବେ କାର୍ଯ୍ୟ କରି ଆସିଥିଲେ।”

ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସଭରକରଙ୍କ ଜୟନ୍ତୀରେ ଟ୍ୱିଟ କରି ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସେ କହିଥିଲେ, “ରାଷ୍ଟ୍ର ନିର୍ମାଣ ପାଇଁ ସଭରକର ବହୁ ଲୋକଙ୍କୁ ପ୍ରେରଣା ଦେଇଛନ୍ତି। ବୀର ସଭରକର ଏକ ମଜଭୁତ ଭାରତ ଗଠନ ପାଇଁ ସମସ୍ତଙ୍କ ମଧ୍ୟରେ ସାହସ ଭରିଥିଲେ।”



from Odisha Reporter http://bit.ly/30OyUkc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages