ବିଜେଡିର ନୂଆ ମୁଖିଆଙ୍କ ଆବିର୍ଭାବ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 15, 2019

ବିଜେଡିର ନୂଆ ମୁଖିଆଙ୍କ ଆବିର୍ଭାବ!

cartoon

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ଓ ବାତ୍ୟା ‘ଫୋନି’ ମଧ୍ୟରେ ବିଜେଡି ଦଳରେ ଘଟିଥିବା ଏକ ପ୍ରମୁଖ ଘଟଣା ଲୋକଲୋଚନ ଆଢ଼ୁଆଳରେ ରହିଯାଇଛି। ଶାସକ ବିଜେଡିରେ ଏବେ ଏକ ନୂଆ କ୍ଷମତାକେନ୍ଦ୍ରଙ୍କ ଅଭ୍ୟୁଦୟ ହୋଇଛି ଯିଏକି ଦଳର ସୁପ୍ରିମୋଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିବାର କ୍ଷମତା ରଖିଛନ୍ତି ବୋଲି ପାୱାର କରିଡରରେ ଚର୍ଚ୍ଚା।

ଶୁଣିବାକୁ ମିଳୁଛି, ସାଧାରଣ ନିର୍ବାଚନ ପ୍ରକ୍ରିୟା ମଧ୍ୟରେ ବିଜେଡି ନିଜର ଏହି ନୂଆ ‘କ୍ଷମତାକେନ୍ଦ୍ର’କୁ ଗ୍ରହଣ କରିସାରିଛି। ବିଜେଡିର ନିର୍ବାଚନୀ ପାଣ୍ଠି ବଣ୍ଟନଠୁ ଆରମ୍ଭ କରି କେତେକ ଆସନରେ ଟିକେଟ୍ ବଣ୍ଟନରେ ମଧ୍ୟ ଏହି ନୂଆ ‘କ୍ଷମତାକେନ୍ଦ୍ର’ଙ୍କ ନିଷତ୍ତି ହିଁ ଚୂଡ଼ାନ୍ତ ବୋଲି ପ୍ରମାଣିତ ହୋଇଛି। ବିଜେଡି ଇତିହାସରେ ପ୍ରଥମଥର ପାଇଁ ଦଳର ନିର୍ବାଚନୀ ପାଣ୍ଠି କୁଆଡ଼େ ନବୀନ ନିବାସ ବାହାରେ ଏହି କ୍ଷମତାକେନ୍ଦ୍ରଙ୍କ ବାସଭବନରେ ରଖାଯାଇ ପ୍ରାର୍ଥୀଙ୍କୁ ବଣ୍ଟାଯାଇଥିଲା। ପ୍ୟାରୀମୋହନ ମହାପାତ୍ର ବିଜେଡିର ସର୍ବେସର୍ବା ଥିବାବେଳେ ମଧ୍ୟ ଦଳୀୟ ପ୍ରାର୍ଥୀଙ୍କୁ ନିର୍ବାଚନୀ ପାଣ୍ଠି ନବୀନ ନିବାସରେ ହିଁ ଦିଆଯାଉଥିଲା। କିନ୍ତୁ ବିଜେଡିର ନେତାମାନଙ୍କ ମଧ୍ୟରେ ଏହି ନୂଆ ‘କ୍ଷମତାକେନ୍ଦ୍ର’ଙ୍କ ଗ୍ରହଣୀୟତା ସୃଷ୍ଟି କରିବା ପାଇଁ ଦ୍ୱିତୀୟ କ୍ଷମତାକେନ୍ଦ୍ର କୁଆଡ଼େ ଏହି କୂଟନୀତିକ ଚାଲ୍ ଚଳାଇ ଏଥିରେ ସଫଳ ହୋଇଛନ୍ତି।

ଦଳର ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ନିର୍ବାଚନୀ ପାଣ୍ଠି ବାଣ୍ଟିବା ମାଧ୍ୟମରେ ବିଜେଡିରେ କୁଆଡ଼େ ଏହି ଯୁବନେତା ନିଜକୁ ସର୍ବାଧିକ ପାୱାରଫୁଲ୍ ‘କ୍ଷମତାକେନ୍ଦ୍ର’ ଭାବେ ଗଢ଼ି ତୋଳିଛନ୍ତି। ଦ୍ୱିତୀୟ କ୍ଷମତାକେନ୍ଦ୍ରଙ୍କ ସହ ଅଲିଖିତ ବୁଝାମଣା ମାଧ୍ୟମରେ ଏହି ନୂଆ କ୍ଷମତାକେନ୍ଦ୍ର କୁଆଡ଼େ ଦଳର ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଉଛନ୍ତି। ଦଳରେ କିଏ କେଉଁ ବିଭାଗର ମନ୍ତ୍ରୀ ହେବ ତାହା କୁଆଡ଼େ ଏହି ‘କ୍ଷମତାକେନ୍ଦ୍ର’ ନିଜ ଘରେ ବସି ଚିଠା ପ୍ରସ୍ତୁତ କରିବାରେ ଲାଗିଛନ୍ତି। କିଛି ନେତା ମଧ୍ୟ ମନ୍ତ୍ରୀ ହେବା ଆଶାରେ ଏହି ଯୁବନେତା ତଥା ‘କ୍ଷମତାକେନ୍ଦ୍ର’ଙ୍କ ପାଖରେ ନସରପସର ହେବାରେ ଲାଗିଲେଣି ବୋଲି ଚର୍ଚ୍ଚା।

ଶୁଣିବାକୁ ମିଳୁଛି, ସଦ୍ୟ ସମାପ୍ତ ହୋଇଥିବା ନିର୍ବାଚନ ସମୟରେ ଦଳର ବରିଷ୍ଠ ନେତାମାନଙ୍କୁ ଏହି ନୂଆ କ୍ଷମତାକେନ୍ଦ୍ର ଯେଉଁ ଭଳି କଦର୍ଯ୍ୟ ଆଚରଣ ଦେଖାଉଥିଲେ ସେଥିରୁ ସେ କେତେ ପାୱାରଫୁଲ୍ ଓ ଅନ୍ୟ ନେତାମାନେ କେତେ ଅସହାୟ ତାହା କୁଆଡ଼େ ସ୍ପଷ୍ଟ ବାରି ହୋଇଯାଉଥିଲା। ଉଦାହରଣସ୍ୱରୂପ, ବିଜେଡି ସୁପ୍ରିମୋଙ୍କ ରାଜନୀତିକ ସଚିବଙ୍କୁ କୁଆଡ଼େ ଏହି ନୂଆ ‘କ୍ଷମତାକେନ୍ଦ୍ର’ ନାଁ ଧରି ଡାକିବାକୁ ପଛାନ୍ତି ନାହିଁ, ଯଦିଓ ସେ ତାଙ୍କଠୁ ବୟସରେ ଢେର ବଡ଼। ୨୦୧୭ ମସିହାରେ ମନ୍ତ୍ରୀ ପଦ ଯିବାପରେ ସମ୍ପୃକ୍ତ ଯୁବନେତାଜଣକ ‘ସୁପର ସିଏମ୍ ’ ଭାବେ କମବ୍ୟାକ୍ କରିବେ ବୋଲି ନିଜର ଖାସ୍ ଲୋକମାନଙ୍କୁ କହିଥିଲେ। ଯାହାକୁ କୁଆଡ଼େ ମାତ୍ର ଦେଢ଼ବର୍ଷ ମଧ୍ୟରେ ଏହି ଯୁବନେତାଜଣକ କାମରେ କରି ଦେଖାଇଛନ୍ତି ବୋଲି ଚର୍ଚ୍ଚା।



from Odisha Reporter http://bit.ly/2w0fzyk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages