ସିଆରପିଏଫ୍‌ ପାଇଁ ଜୀବନ ବଞ୍ଚାଇ ଫେରିଲି: ଶାହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 15, 2019

ସିଆରପିଏଫ୍‌ ପାଇଁ ଜୀବନ ବଞ୍ଚାଇ ଫେରିଲି: ଶାହ

କୋଲକାତା:ବୁଧବାର ଭାରତୀୟ ଜନତା ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଅଭିଯୋଗ ଆଣିଛନ୍ତି ତୃଣମୂଳ କଂଗ୍ରେସ ପଶ୍ଚିମବଙ୍ଗରେ ହିଂସାର ପରିବେଶ ସୃଷ୍ଟି କରିଛି। ତାଙ୍କ ଶୋଭାଯାତ୍ର ଉପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଟିଏମ୍‌ସି କର୍ମୀଙ୍କ ଆକ୍ରମଣ ବାବଦରେ ସେ କହିଥିଲେ, ସିଆରପିଏଫ୍‌ ସୁରକ୍ଷା କାରଣରୁ ହିଁ ସେ ଅକ୍ଷତ ଫେରିପାରିଲେ। ସେ ଆହୁରି ମଧ୍ୟ କହିଛନ୍ତି, ୨୦୧୯ ନିର୍ବାଚନ ସମୟରେ ପଶ୍ଚିମବଙ୍ଗରେ ହୋଇଥିବା ହିଂସା ପାଇଁ ଟିଏମ୍‌ସି ହିଁ ଦାୟୀ।

ଯଦି ବିଜେପି ଏପରି କରିଥାନ୍ତା, ଅନ୍ୟ ରାଜ୍ୟଗୁଡ଼ିକରେ ମଧ୍ୟ ତାହା ଦେଖାଯାଇଥାନ୍ତା। ସେ କହିଛନ୍ତି, ଗତ ୬ଟି ପର୍ଯ୍ୟାୟ ନିର୍ବାଚନରେ କେବଳ ପଶ୍ଚିମବଙ୍ଗରେ ହିଁ ଏଭଳି ହିଂସା ଦେଖିବାକୁ ମିଳିଥିଲା। ମୁଁ କହିବାକୁ ଚାହେଁ ତୁମେ ୪୨ଟି ଆସନରେ ଲଢ଼ୁଛ ଆମେ ସାରା ଦେଶରେ ଲଢ଼ୁଛୁ। ଆମେ ସମସ୍ତଙ୍କ ବିରୋଧରେ ଲଢ଼େଇ ଜାରି ରଖିଛୁ, କିନ୍ତୁ କେଉଁଠି ମଧ୍ୟ ହିଂସା ଦେଖିବାକୁ ମିଳିନାହିଁ।

ସୂଚନାଯୋଗ୍ୟ ଯେ, କୋଲକାତା ବିଶ୍ୱବିଦ୍ୟାଳୟ ସାମ୍ନା ଦେଇ ଶୋଭାଯାତ୍ରା ଯାଉଥିବା ସମୟରେ ବିଦ୍ୟାସାଗର କଲେଜ୍‌ର ଏକ ହଷ୍ଟେଲରୁ ଏହା ଉପରେ ଢେଲା ମାଡ଼ ହୋଇଥିବା ଅଭିଯୋଗ ହୋଇଥିଲା। ଏହାପରେ ବିଜେପି ଏବଂ ଟିଏମ୍‌ସି ମଧ୍ୟରେ ତୁଭୂଳ କାଣ୍ଡ ଦେଖିବାକୁ ମିଳିଥିଲା।

ଶାହା ଅଭିଯୋଗ ଆଣିଛନ୍ତି, ଏହି ହିଂସା ସମୟରେ ପଶ୍ଚିମବଙ୍ଗ ପୁଲିସ୍‌ ନୀରବଦ୍ରଷ୍ଟା ସାଜିଥିଲା। ସେ ଅଭିଯୋଗ ଆଣିଛନ୍ତି, ଟିଏମ୍‌ସି କର୍ମୀ ଇଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କ ମୂର୍ତ୍ତି ଭାଙ୍ଗି ବିଜେପି ମୁଣ୍ଡରେ ଅଠା ବୋଳୁଛନ୍ତି। ମଙ୍ଗଳବାର ସକାଳଠାରୁ ହିଁ ଗୁଜବ ଆରମ୍ଭ ହୋଇଥିଲା ଯେ, ବିଶ୍ୱବିଦ୍ୟାଳୟର ଛାତ୍ରମାନେ ଏଭଳି କିଛି କରିବେ। କିନ୍ତୁ ପୁଲିସ୍ କିଛି ପଦକ୍ଷେପ ନେଇନଥିଲା।

ସେ ନିର୍ବାଚନ କମିଶନକୁ ମଧ୍ୟ ଦୋଷ ଦେଇଛନ୍ତି। ସେ କହିଛନ୍ତି ଇସି ପଶ୍ଚିମବଙ୍ଗ କ୍ଷେତ୍ରରେ ‘ଡବଲ ଷ୍ଟାଣ୍ଡାର୍ଡ’ ମନୋଭାବ ପୋଷଣ କରୁଛନ୍ତି। ସେ କହିଛନ୍ତି ଏଭଳି ହିଂସା ଲଗାତାର ହେଉଥିବାବେଳେ ଦୃର୍ବୃତ୍ତ ଗିରଫ କାହିଁକି ହେଉନାହାନ୍ତି। ମମତା ଖୋଲାଖୋଲି ଧମକାଉଥିବାବେଳେ ତାଙ୍କୁ ନୋଟିସ୍‌ କାହିଁକି ପଠାଯିବନି।



from Odisha Reporter http://bit.ly/2Q4eC0V

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages