CEO ସୁରେନ୍ଦ୍ର କୁମାରଙ୍କୁ ପକ୍ଷପାତୀ ବୋଲି କହିଲେ ଧର୍ମେନ୍ଦ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 1, 2019

CEO ସୁରେନ୍ଦ୍ର କୁମାରଙ୍କୁ ପକ୍ଷପାତୀ ବୋଲି କହିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଦିଲ୍ଲୀରେ ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରାଙ୍କ ନିକଟରେ ଆଜି ଫେରାଦ ହୋଇଛି ବିଜେପି । ପୂର୍ବ ନିର୍ଦ୍ଦାରିତ ମେ ୧୯ରେ ହିଁ ପାଟକୁରାରେ ନିର୍ବାଚନ କରାଯାଉ ବୋଲି ଦାବି କରିଛି ଦଳ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ବିଜେପି ଟିମ୍‌ ECIଙ୍କୁ ଭେଟି ଏହି ଦାବି ଜଣାଇଛି।

ECIଙ୍କୁ ଭେଟିବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, “ଓଡ଼ିଶାର ୪ର୍ଥ ପର୍ଯ୍ୟାୟ ମତଦାନରେ ବ୍ୟାପକ ହିଂସା ହୋଇଛି। କିଛି ସ୍ଥାନରେ କିଛି ସରକାରୀ ଅଧିକାରୀ ଶାସକ ଦଳକୁ ସାହାଯ୍ୟ କରିଛନ୍ତି। ଅଭିଯୋଗ ପରେ ୩ ଜଣ ଅଧିକାରୀ ମଧ୍ୟ ନିଲମ୍ବିତ ହୋଇଛନ୍ତି। ଏଣୁ ୪ର୍ଥ ପର୍ଯ୍ୟାୟରେ କିଛି ବୁଥ୍‌ରେ ସାନି ମତଦାନ କରିବାକୁ ଦାବି କରିଛୁ।”

ଧର୍ମେନ୍ଦ୍ର ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାରଙ୍କ ବିରୋଧରେ ପକ୍ଷପାତ ଅଭିଯୋଗ ଆଣିଛନ୍ତି। କୁମାରଙ୍କୁ ଜଣେ ଭ୍ରଷ୍ଟ ଅଧିକାରୀ ବୋଲି କହିଛନ୍ତି ଧର୍ମେନ୍ଦ୍ର। ଏପରିକି ନବୀନଙ୍କ ପାଟକୁରା ନିର୍ବାଚନ ଘୁଞ୍ଚାଇବା ଦାବିକୁ ସେ ଅଯୌକ୍ତିକ କହିବା ସହ ନବୀନଙ୍କ ପାଇଁ ଏହା ହାରିଯିବାର ଭୟ ବୋଲି ସେ କହିଛନ୍ତି।

ଫୋନି ଲ୍ୟାଣ୍ଡଫଲ୍ ହେବାକୁ ଥିବା ସ୍ଥାନଠାରୁ ପାଟକୁରା ୧୦୦ କିମି ଦୂର। ଏଣେ ନିର୍ବାଚନ ୧୯ ତାରିଖରେ। ଏଣୁ ଏବେଠୁ ନବୀନ ବାବୁ ଏତେ ଛାନିଆ ହେବା ଠିକ୍‌ ନୁହେଁ ବୋଲି ସେ କହିଛନ୍ତି।



from Odisha Reporter http://bit.ly/2vF4Mtf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages