ନିର୍ବାଚନ ସ୍ଥଗିତ ରଖିବାକୁ ନବୀନଙ୍କ ଦାବିକୁ ଧର୍ମେନ୍ଦ୍ରଙ୍କ ବିରୋଧ, ଇସିଙ୍କ ପାଖରେ ଫେରାଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 1, 2019

ନିର୍ବାଚନ ସ୍ଥଗିତ ରଖିବାକୁ ନବୀନଙ୍କ ଦାବିକୁ ଧର୍ମେନ୍ଦ୍ରଙ୍କ ବିରୋଧ, ଇସିଙ୍କ ପାଖରେ ଫେରାଦ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ସହ ବିମାନ ବନ୍ଦରରେ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନଙ୍କ ସାକ୍ଷାତକୁ ନେଇ ରାଜନୀତିକ ଚର୍ଚ୍ଚା ଲାଗି ରହିଥିବାବେଳେ ଆଜି ପୁଣିଥରେ ବିଜେଡି-ବିଜେପି ମୁହାଁମୁହିଁ ହୋଇଛନ୍ତି। ସମ୍ଭାବ୍ୟ ବାତ୍ୟା ‘ଫୋନି’ର କ୍ଷୟକ୍ଷତି ଆଶଙ୍କାରେ ପାଟକୁରା ବିଧାନସଭା ନିର୍ବାଚନକୁ ସ୍ଥଗିତ ରଖିବା ଓ ୧୧ଟି ଉପକୂଳ ଜିଲ୍ଲାରୁ ଆଦର୍ଶ ଆଚରଣ ବିଧି ହଟାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଥିବା ଦାବିକୁ ବିଜେପି ଆଜି ବିରୋଧ କରିଛି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ନେତୃତ୍ୱରେ ବିଜେପି ମୁଖପାତ୍ର ସମ୍ବିତ ପାତ୍ର ଓ ନେତ୍ରୀ ଅପରାଜିତା ଷଡ଼ଙ୍ଗୀ ଆଜି ମୁଖ୍ୟ ନିର୍ବାଚନ କମିଶନଙ୍କୁ ଭେଟି ପାଟକୁରା ନିର୍ବାଚନ ତାରିଖ ପରିବର୍ତ୍ତନ ପାଇଁ ବିଜେଡିର ଦାବିକୁ କଡ଼ା ବିରୋଧ କରିଛନ୍ତି। ବିଜେଡି ପରାଜୟ ଭୟରେ ପାଟକୁରାରେ ତାରିଖ ପରିବର୍ତ୍ତନ ଦାବି କରୁଛି। ସମ୍ଭାବ୍ୟ ବାତ୍ୟାର ଲ୍ୟାଣ୍ଡଫଲ୍ ସ୍ଥାନଠାରୁ ପାଟକୁରା ନିର୍ବାଚନମଣ୍ଡଳୀର ଦୂରତ୍ୱ ଅତିକମରେ ୧୦୦କିମି ହେବ। ତା’ଛଡ଼ା ବାତ୍ୟାର ୧୫ଦିନ ପରେ ନିର୍ବାଚନ ହେବାର ଅଛି। କିନ୍ତୁ ମୁଖ୍ୟମନ୍ତ୍ରୀ ତାଙ୍କ ଦାବିପତ୍ରରେ ବାତ୍ୟାର ଲ୍ୟାଣ୍ଡଫଲ୍ ରାଜନଗରରେ ହେବ ବୋଲି କହିଥିବାବେଳେ ଗଣମାଧ୍ୟମରେ ଏହା ରାଜନଗର ନୁହେଁ ଅନ୍ୟ ସ୍ଥାନରେ ହେବ ବୋଲି ସୂଚନା ମିଳିଛି।

ଏହି ବାତ୍ୟା ପଶ୍ଚିମବଙ୍ଗକୁ ଯିବାର ମଧ୍ୟ ସମ୍ଭାବନା ରହିଛି। ସେଠାରେ ଷଷ୍ଠ ଓ ଓ ସପ୍ତମ ପ୍ରର୍ଯ୍ୟାୟରେ ମଧ୍ୟ ନିର୍ବାଚନ ହେଉଛି । ଯଦି ବାତ୍ୟା ସତ୍ତେ୍ୱ ପଶ୍ଚିମବଙ୍ଗରେ ନିର୍ବାଚନ ସ୍ଥଗିତ ହୋଇନି. ତା’ହେଲେ ପାଟକୁରାରେ ନିର୍ବାଚନ ସ୍ଥଗିତ ରଖିବାର କ’ଣ ଯଥାର୍ଥତା ବୋଲି ବିଜେପି ପ୍ରଶ୍ନ କରିଛି। ଅବଶ୍ୟ ଏନେଇ ନିର୍ବାଚନ କମିଶନ ଉଚିତ୍ ସମୟରେ ସଠିକ୍ ନିଷ୍ପତ୍ତି ନେବା ପାଇଁ ଆଶ୍ୱାସନା ଦେଇଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ସେହିପରି ସମ୍ଭାବ୍ୟ ବାତ୍ୟା ପରିପ୍ରେକ୍ଷୀରେ ରାଜ୍ୟରେ ନିର୍ବାଚନ ଆଚରଣ ବିଧି କଟକଣା ହଟାଇବା ନେଇ ମୁଖ୍ୟଶାସନ ସଚିବଙ୍କ ସ୍କ୍ରିନିଂ କମିଟି ତରଫରୁ ଅନୁରୋଧ କରାଯାଇଥିଲା। ଯାହାକୁ କମିଶନ ଗ୍ରହଣ କରି ନିର୍ବାଚନ ଆଚରଣ ବିଧି କୋହଳ କରିଛନ୍ତି। ସମ୍ଭାବ୍ୟ ପ୍ରାକୃତିକ ଦୁର୍ବିପାକ ପରିପ୍ରେକ୍ଷୀରେ କେବଳ ବାତ୍ୟା ମୁକାବିଲା ଜନିତ ଆବଶ୍ୟକୀୟ ପଦକ୍ଷେପ ପାଇଁ ନିର୍ବାଚନ ଆଚରଣ ବିଧିକୁ କୋହଳ କରାଯାଇଥିବା ମୁଖ୍ୟ ନିର୍ବାଚନ କମିଶନ ସ୍ପଷ୍ଟ କରିଛନ୍ତି। କିନ୍ତୁ ଆଚରଣ ବିଧି ହଟିବା ଆଳରେ ରାଜ୍ୟର ବିଜେଡି ସରକାର ୧୦୦୦ କୋଟି ଟଙ୍କାର ମିଛ ବିଲ୍ ଅନୁମୋଦନ କରି ଦଳୀୟ କର୍ମୀଙ୍କୁ ମାଲେମାଲ୍ କରିବା ପାଇଁ ଷଡ଼ଯନ୍ତ୍ର କରୁଥିବା ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି। ରାଜ୍ୟରେ ନିର୍ବାଚନ ସରିଛି। ଜନାଦେଶ ବିଜେପି ସପକ୍ଷରେ ଯାଇ ସାରିଛି। ନବୀନବାବୁ ଦୀର୍ଘ ୧୯ ବର୍ଷ ଧରି ଓଡି଼ଶାକୁ ଲୁଟ୍ କରିଛନ୍ତି, ଆଉ ଓଡ଼ିଶା ଲୋକଙ୍କ ଝାଳବୁହା ଅର୍ଥକୁ ତାଙ୍କୁ ଲୁଟ୍ କରିବାକୁ ଦିଆଯାଇ ପାରିବ ନାହିଁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।



from Odisha Reporter http://bit.ly/2PCsnUi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages