ଖାଦ୍ୟକୁ ସ୍ୱାଦିଷ୍ଟ କରିବା ସହ ଶରୀରକୁ ଅନେକ ଫାଇଦା ଦେଇଥାଏ ଧନିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, June 5, 2019

ଖାଦ୍ୟକୁ ସ୍ୱାଦିଷ୍ଟ କରିବା ସହ ଶରୀରକୁ ଅନେକ ଫାଇଦା ଦେଇଥାଏ ଧନିଆ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧନିଆ ଏକ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ। ଆମ ରୋଷଇ ଘରେ ଏହା ସବୁ ସମୟରେ ଉପଲବ୍ଧ ରହିଥାଏ। ଧନିଆର ଗଛ ସହ ଏହାର ମଞ୍ଜି ମଧ୍ୟ ଆମ  କାମରେ ଆସିଥାଏ।

ଆର୍ୟୁବେଦ ଶାସ୍ତ୍ର ଅନୁଯାୟୀ ଏହା ବିଭିନ୍ନ ରୋଗ ମଧ୍ୟ ଭଲ କରିଥାଏ। ଧନିଆ ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ ହୋଇଥାଏ। ଏହାର ମଞ୍ଜି ମଧ୍ୟ ଆମେ ବିଭିନ୍ନ ଖାଦ୍ୟରେ ବ୍ୟବହାର କରିଥାଉ। ଏହା ମଧ୍ୟ ଆମ ଶରୀରକୁ ଅନେକ ଫାଇଦା ଦେଇଥାଏ। ତାହାଲେ ଆସନ୍ତୁ ଜାଣିବା ଏହାକୁ ଖାଇବା ଦ୍ୱାରା ଆମର କ’ଣ ସବୁ ଲାଭ ହୋଇଥାଏ।

୧, ଧନିଆ ମଞ୍ଜିରେ ଭିଟାମିନ୍‌ କମ୍‌ ଥାଏ। ଏଥିରେ ଫାଇବର୍‌, କ୍ୟାଲସିୟମ୍‌, ଭିଟାମିନ୍‌-ସି ଏବଂ ଆଇରନ୍‌ ଭରପୁର ମାତ୍ରାରେ ରହିଥାଏ। ଏହା ଶରୀରରୁ ବିଷାକ୍ତ ପଦାର୍ଥକୁ ବାହାର କରିବାରେ ସାହାଯ୍ୟ କରିଥାଏ।

୨, ପ୍ରତିଦିନ ଧନିଆ ଖାଇବା ଦ୍ୱାରା ପାଚନ କ୍ରିୟାରେ କୌଣସି ସମସ୍ୟା ଦେଖା ଦିଏ ନାହିଁ। ଏଥିରେ ଆଣ୍ଟି ଅକ୍ସିଡେଣ୍ଟ ଥିବାରୁ ଏହା ପାଚନ କ୍ରିୟାକୁ ମଜବୁତ କରିଥାଏ।

୩, ଏଥିରେ କ୍ୟାଲସିୟମ୍‌, ମ୍ୟାଗ୍ନେସିୟମ୍‌ ଥିବାରୁ ଏହା ହାଡ଼ ମଧ୍ୟ ମଜବୁତ କରିଥାଏ।  ପ୍ରତିଦିନ ଧନିଆ ଖାଇବା ଦ୍ୱାରା ଏହା ହାଡ଼ ସମ୍ବନ୍ଧୀୟ ରୋଗ ହେବାକୁ ଦିଏନାହିଁ।

୪, ଏହା ତ୍ୱଚା ପାଇଁ ମଧ୍ୟ ବିଶେଷ ଭାବେ ଲାଭଦାୟକ ହୋଇଥାଏ। ଚର୍ମ କୁଣ୍ଡାଇ ହେବା, ଫଳି ଯିବା ଇତ୍ୟାଦି ସମସ୍ୟାରୁ ଏହା ଆରାମ ଦେଇଥାଏ। ଏହା କୌଣସି ପ୍ରକାର ତ୍ୱଚା ସମ୍ବନ୍ଧୀୟ ରୋଗ ହେବାକୁ ଦିଏନାହିଁ।

୫, ଏହା ମାଉଥ୍‌ ଫ୍ରେସ୍‌ନର୍‌ ଭାବେ ବହୁ ଦିନରୁ ବ୍ୟବହାର ହୋଇ ଆସୁଛି। ଏହା ସହ ଧନିଆ ପାଟିରେ ହୋଇଥିବା ଘା’କୁ ମଧ୍ୟ ଭଲ କରିଥାଏ।

୬, ଏହା ତ୍ୱଚା ସହ କେଶକୁ ମଧ୍ୟ ବହୁତ ଫାଇଦା ଦେଇଥାଏ। ଏହା କେଶ ମଜବୁତ କରିବା ସହ ଖରାପ ହେବାକୁ ଦିଏନାହିଁ।

୭, ଧନିଆ ଓଜନ କମ୍‌ କରିବାରେ ସାହାଯ୍ୟ କରିଥାଏ। ଗରମ ପାଣିରେ ଏହାକୁ ଫୁଟାଇ ସେହି ପାଣିକୁ ପିଅନ୍ତୁ। ଏହା ଆପଣଙ୍କୁ ଫାଇଦା ଦେବ ।  ଥଣ୍ଡା ହେଲେ ମଧ୍ୟ ଏହି ପାଣି ପିଇ ଲାଭ ଉଠାଇ ପାରିବେ।

୮, ଧନିଆ ମଞ୍ଜିରେ ହିମୋଗ୍ଲୋବିନ୍‌ ଭର୍‌ପୁର୍‌ ପରିମାଣରେ ରହିଥାଏ। ଏହାକୁ ଚୋବାଇ ଖାଇଲେ ଶରୀରରେ ରକ୍ତର ମାତ୍ରା ବଢ଼ାଇଥାଏ।

୯, ଧନିଆ ମଞ୍ଜି ସହ ଏହାର ପାଣି ମଧ୍ୟ ବହୁତ ଫାଇଦା ଦେଇଥାଏ। ଏହାର ପାଣିକୁ ଫୁଟାଇ ପିଇବା ଦ୍ୱାରା ଥାଇରଏଡ୍‌ ରୋଗୀଙ୍କୁ ଫାଇଦା ହୋଇଥାଏ।

୧୦, ଧନିଆକୁ ପାଣିରେ ଫୁଟାଇ ସେହି ପାଣିକୁ ଉଷୁମ ଥିବା ସମୟରେ ପିଇଲେ ଅନିୟମିତ ଋତୁସ୍ରାବରୁ ମଧ୍ୟ ମୁକ୍ତି ମିଳିଥାଏ।



from Odisha Reporter http://bit.ly/2wFuRJ0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages