ଚୋର ପୁଲିସ! ଚାଉଳ ବ୍ୟବସାୟୀଙ୍କଠାରୁ ୧ ଲକ୍ଷ ଟଙ୍କା ଲୁଟ୍ ଅଭିଯୋଗରେ କନଷ୍ଟେବଳ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, June 5, 2019

ଚୋର ପୁଲିସ! ଚାଉଳ ବ୍ୟବସାୟୀଙ୍କଠାରୁ ୧ ଲକ୍ଷ ଟଙ୍କା ଲୁଟ୍ ଅଭିଯୋଗରେ କନଷ୍ଟେବଳ ଗିରଫ

ସମ୍ବଲପୁର(ଓଡ଼ିଶା ରିପୋର୍ଟର):ଜଣେ ଚାଉଳ ବ୍ୟବସାୟୀଙ୍କଠାରୁ ୧ ଲକ୍ଷ ଟଙ୍କା ଲୁଟ୍ କରିଥିବା ଅଭିଯୋଗରେ କନେଷ୍ଟବଳ ଗିରଫ। ସମ୍ବଲପୁର ଧନୁପାଲି ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି । ଏନେଇ ଚାଉଳ ବ୍ୟବସାୟୀ ଧନୁପାଲି ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ସମ୍ପୃକ୍ତ କନଷ୍ଟେବଳ ଲୋକନାଥ ବେହେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ।

ଲୋକନାଥ ସମ୍ବଲପୁର ରିଜର୍ଭ ପୁଲିସରେ କନଷ୍ଟେବଳ ଭାବେ ଚାକିରି କରୁଥିଲା। ଗତ ଶନିବାର ଛତିଶଗଡ଼ର ପ୍ରକାଶ ଅଗ୍ରୱାଲ ନାମକ ଜଣେ ଚାଉଳ ବ୍ୟବସାୟୀ ୧ ଲକ୍ଷରୁ ଅଧିକ ଟଙ୍କା ନେଇ ବ୍ୟାଙ୍କରେ ଜମା କରିବାକୁ ଯାଇଥିଲେ । କୌଣସି କାରଣରୁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସହ ତାଙ୍କର ବଚସା ହୋଇଥିଲା। ଏହାପରେ କନଷ୍ଟେବଳ ଜଣଙ୍କ ମିଥ୍ୟା ମାମଲା କରିବାକୁ ଧମକାଇ ଲକ୍ଷେ ଟଙ୍କା ନେଇଯାଇଥିଲା। ତେବେ ଘଟଣା ସମ୍ପର୍କରେ ପୁଲିସ ପ୍ରତିକ୍ରିୟା ଦେବାକୁ ମନା କରିଦେଇଛି।



from Odisha Reporter http://bit.ly/2XwJ5rA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages