ମୁମ୍ବାଇ: ବଲିଉଡ ମହାନାୟକ ଅମିତାଭ ବଚ୍ଚନଙ୍କର ଟ୍ୱିଟର ହ୍ୟାଣ୍ଡେଲ ହ୍ୟାକ୍ ହୋଇଯାଇଛି। ଗତ ସୋମବାର ହ୍ୟାକର ଅମିତାଭଙ୍କର ଟ୍ୱିଟର ଆକାଉଣ୍ଟ ହ୍ୟାକ୍ କରି ପ୍ରୋଫାଇଲ୍ ଫଟୋରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ଙ୍କ ଫଟୋ ଲଗାଦେଇଛନ୍ତି। ଏହା ବ୍ୟତୀତ ତାଙ୍କ ବାୟୋ ମଧ୍ୟ ବଦଳାଇ ଦେଇଛନ୍ତି। ଯେଉଁଥିରେ ‘ଲଭ୍ ପାକିସ୍ତାନ’ ଲେଖାଯାଇଛି। ହେଲେ ଏବେ ତାଙ୍କ ଆକାଉଣ୍ଟ ରିକଭର କରା ସରିଲାଣି। ହ୍ୟାକରଙ୍କ ଦ୍ୱାରା କରାଯାଇଥିବା ସମସ୍ତ ଟ୍ୱିଟ୍ ମଧ୍ୟ ତାଙ୍କ ଆକାଉଣ୍ଟରୁ ହଟାଇ ଦିଆଯାଇଛି।
PRO Mumbai Police: We have informed our cyber unit and Maharashtra Cyber about hacked Twitter account of Amitabh Bachchan. They are investigating the matter. Further updates awaited. pic.twitter.com/ZlebBKSrfD
— ANI (@ANI) June 10, 2019
ମୁମ୍ବାଇ ପୁଲିସ୍ ଏହି ମାମଲାର ଯାଞ୍ଚ ଆରମ୍ଭ କରିଦେଇଛି। ମୁମ୍ବାଇ ପୁଲିସ୍ର ପିଆର୍ଓ ଅନୁଯାୟୀ ଏହି ଘଟଣା ବିଷୟରେ ମୁବାଇ ସାଇବର ସେଲ୍କୁ ଅବଗତ କରାସରିଛି। ବର୍ତ୍ତମାନ ସାଇବର ସେଲ ଏହି ହ୍ୟାକିଂ ପଛରେ କାହାର ହାତ ଅଛି ତା’ର ତଦନ୍ତ କରୁଛି।
Yes, yes my account got hacked. Quite chuffed that they thought me interesting enough actually 😉. All sorted out now and back to normal. Well…. As normal as it can get. 😁
Thank you for your concern.— Abhishek Bachchan (@juniorbachchan) February 7, 2018
ଗତବର୍ଷ ଅଭିଷେକ ବଚ୍ଚନଙ୍କ ଟ୍ୱିଟର ଆକାଉଣ୍ଟ ମଧ୍ୟ ହ୍ୟାକ୍ ହୋଇଥିଲା। ସୂଚନା ମୁତାବକ, ବଲିଉଡ ଅଭିନେତା ଅଭିଷେକ ବଚ୍ଚନଙ୍କ ଆକାଉଣ୍ଟକୁ ପାକିସ୍ତାନର ସମର୍ଥକ ତୁର୍କୀ ସାଇବର ଆର୍ମୀ ‘ଅୟୀଲ୍ଦିଜ୍ ଟିମ୍’ ହ୍ୟାକ କରିଥିଲେ। ପୂର୍ବରୁ ଏହା ବରିଷ୍ଠ ଅଭିନେତା ଅନୁପମ ଖେର୍, ସାହିଦ କପୁର ଓ ୟାମି ଗୌତମଙ୍କ ଆକାଉଣ୍ଟ ମଧ୍ୟ ହ୍ୟାକ୍ କରିନେଇଥିଲା।
କେବଳ ଅଭିନେତା ନୁହେଁ ବିଜେପି ରାଷ୍ଟ୍ରୀୟ ମହାସଚିବ ରାମ ମାଧବ ଓ ବରିଷ୍ଠ ସାମ୍ବାଦିକ ବା ସାଂସଦ ସ୍ୱପ୍ନ ଦାସଗୁପ୍ତାଙ୍କର ଟ୍ୱିଟର ଆକାଉଣ୍ଟ ହ୍ୟାକ୍ ହେବା ପରେ ଟ୍ୱିଟର୍ ପକ୍ଷରୁ ଏହାକୁ ଅସ୍ଥାୟୀ ରୂପେ ବନ୍ଦ କରି ଦିଆଯାଇଥିଲା । ଏହାକୁ ମଧ୍ୟ ତୁର୍କୀ ସାଇବର ଆର୍ମୀ ‘ଅୟୀଲ୍ଦିଜ୍ ଟିମ୍’ ହ୍ୟାକ କରିଥିବା ଜଣାପଡିଥିଲା ।
from Odisha Reporter http://bit.ly/2WCej43
No comments:
Post a Comment